Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର ଓ ପାରିବାରିକକ୍ଷେତ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ, ସରସ ସୁନ୍ଦର କରିବାରେ ସହାୟକ ହେବ। ବନ୍ଧୁ ଆସିବେ ମାତ୍ର ଫେରିବା ବେଳେ ବହୁତ ଅନୁରୋଧପୂର୍ଣ୍ଣ କଥା କହି ବିଦାୟ ନେବେ। ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ବୃଷ
ବୃଷ
ଅଧିକାଂଶ ସମୟ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିବ। ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ପୂର୍ବସୂଚନା ପାଇବେ। ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଆଜି ପରିସ୍ଥିତିରେ ପଡ଼ି ଇଚ୍ଛା ନ ଥିଲେ ସୁଦ୍ଧା ହଠାତ୍‌ ଦୂରକୁ ଯିବାକୁ ପଡ଼ିବ। ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ହେତୁ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ।
କର୍କଟ
କର୍କଟ
ଘରକୁ ଆସିଥିବା ବନ୍ଧୁଟି ପୁଣି ଘରକୁ ଲେଉଟି ଆସିବ,ଏଣୁ ପରିବାରରୁ କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗଭଳି ରହିବ ନାହିଁ। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡ଼ିବେ। ନିର୍ମାଣ, ପରିବହନରେ କିଛି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ପାଇବେ । ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ପୂର୍ବ କଳହକୁ କେନ୍ଦ୍ରକରି ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ଦୀର୍ଘ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ଆଜିହିଁ ସକ୍ଷମ ହେବେ।
ତୁଳା
ତୁଳା
ସକାଳୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ। ମୂଲ୍ୟବାନ ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବାର ଆଶଙ୍କା ରହିଛି।
ବିଛା
ବିଛା
ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଘର ମାଲିକଙ୍କ ସହିତ ଘରଭଡ଼ାକୁ କେନ୍ଦ୍ର କରି ବିତର୍କ ଲାଗିପାରେ। ପରିସ୍ଥିତିରେ ପଡ଼ି ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ବାଧ୍ୟ ହେବେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କଥା କହି ନ ପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଯିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ବାଧ୍ୟ ବାଧକତାରେ ନାହିଁ କରି ନ ପାରି ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତିରୁ ମନ ଖୁସି ରହିବ।
ମକର
ମକର
ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଗବେଷଣା, ପ୍ରକାଶନ, ପ୍ରଶାସନ, କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟରେ ଉନ୍ନତି କରିବେ। ଟିକିଏ କଥାରେ ରାଗିଯାଇ ଯାହା ପଡ଼ିଲା ତାହା କହି ପକାଇବେ, ଫଳରେ କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ କିଛି କ୍ଷତି କରିପାରିବେ ନାହିଁ। ବହୁତ ଦିନ ହେଲା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। କୌଣସି ନୂତନ କର୍ମାରମ୍ଭ ସକାଶେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ।
ମୀନମୀନ
ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ,କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବେ। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ। କିନ୍ତୁ କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସ୍ବସ୍ତି ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri