Posted inRasifala

ରାଶିଫଳ: ରବିବାର, ମେ ୧୮ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେବ। ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର , ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ। ପାରିବାରିକ ସମସ୍ୟା ନେଇ ବ୍ୟସ୍ତବିବ୍ରତ ରହିପାରନ୍ତି।
ବୃଷ
ବୃଷ
ଜଣେ ବିଜାତୀୟ ବନ୍ଧୁଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂର ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ମଜାଳିଆ ବ୍ୟବହାରରେ ଅନ୍ୟମାନଙ୍କ ନିକଟତର ହୋଇପାରିବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। କିନ୍ତୁ ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହାସଲ କରିପାରନ୍ତି।
ମିଥୁନ
ମିଥୁନ
ପରିବାରରେ ଅଭାବ ଅସୁବିଧା ନ ଥିଲେ ମଧ୍ୟ ଖର୍ଚ୍ଚ କରିବାରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହେବେ। ସଭାସମିତି ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ନୂତନ ସ୍ଥାନ ପରିଦର୍ଶନ, ସତ୍‌ସଙ୍ଗ ଓ ଆଧ୍ୟାତ୍ମିକତାରୁ ଶାନ୍ତି ଲାଭ କରିବେ। ମାତ୍ର ଏହା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟାଇପାରନ୍ତି।
କର୍କଟ
କର୍କଟ
ଅନ୍ତରଙ୍ଗଙ୍କ ସହ ଫଳପ୍ରଦ ଆଲୋଚନା କରି ଦାୟିତ୍ୱକୁ ଯଥାବିଧି ସମ୍ପନ୍ନ କରିପାରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରି ଖୁସି ହୋଇପାରନ୍ତି। ରାଜନୈତିକ ସ୍ଥିତିରେ ପୃଷ୍ଠପୋଷକତା ଲାଭକରି ସମସ୍ୟା ସମାଧାନ କରିବେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ସ୍ଥିତି ବହୁତ ଭଲ ରହିବ। ଅର୍ଥସଙ୍କଟଜନିତ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣି ନ ପାରି ମନ ଦୁଃଖ କରି ପାରନ୍ତି। ହଠାତ୍‌ ଶତ୍ରୁମାନଙ୍କ ମିତ୍ର ଭଳି ଆଚରଣ ଆପଣଙ୍କୁ ବିସ୍ମୟାଭିଭୂତ କରିପାରେ। ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟାକୁ ସୁଧାରିନେବାର ପ୍ରଯତ୍ନ କଲେ ଉପକୃତ ହେବେ।
କନ୍ୟା
ଆଜିର କାମ ସମ୍ପନ୍ନ ସକାଶେ ସାମାନ୍ୟ ହଇରାଣ ହେବାକୁ ପଡ଼ିବ। ବନ୍ଧୁଙ୍କ ଅନୁରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାରବିମର୍ଶ ଚଳାଇ ପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ ଭୁଲ୍‌ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବାର ଆଶା କରାଯାଇପାରେ।
ତୁଳା
ତୁଳା
ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ପ୍ରାପ୍ତ ହୋଇ ଆଜିର କାମ ସହଜରେ ସମ୍ପନ୍ନ ହେବ। ପୂର୍ବ ନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାତ୍ମକ ପରିସ୍ଥିତି ସୃଷ୍ଟି ହେବ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି।
ବିଛା
ବିଛା
ପାରିବାରିକ ବ୍ୟତିକ୍ରମକୁ ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି। ସ୍ବାସ୍ଥ୍ୟ ସମସ୍ୟା ଉଦ୍‌ବେଗଜନକ ନ ହେଲେ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। ପ୍ରଶାସନିକ ସ୍ତରରେ, ପ୍ରକାଶନ କ୍ଷେତ୍ରରେ, ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂର ହେବ। ସମ୍ପର୍କୀୟ ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କେତେକାଂଶରେ କମିଯାଇପାରେ।
ଧନୁ
ଧନୁ
ଆଜି ଭାବୁଥିବେ ଗୋଟିଏ କଥା କିନ୍ତୁ ପରିସ୍ଥିତିରେ ପଡ଼ି ତାହା କରିବାରେ ଅସମର୍ଥ ହେବେ। ସାହିତ୍ୟ, ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବ୍ୟବହାରରେ ଅପ୍ରିୟସତ୍ୟ ଭାଷଣଜନିତ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ହୋଇପାରନ୍ତି।
ମକର
ମକର
ମତାନ୍ତରଜନିତ ଉଚ୍ଚ ପଦାଧିକାରୀଙ୍କ ସହ ମତ ପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆନୁଷ୍ଠାନିକ କାର୍ଯ୍ୟାରମ୍ଭରେ କେତେକ କାରଣକୁ ନେଇ ଖୁସି ହୋଇ ପାରିବେ ନାହିଁ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କରଣ ହୋଇପାରେ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ଦୈହିକ ସୁସ୍ଥତା ରହିଥିଲେ ମଧ୍ୟ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ରହିପାରନ୍ତି। ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହେବ। ପରିବାର ସକାଶେ ଅଳଙ୍କାର ଓ ବସନ ଭୂଷଣ କ୍ରୟ କରିପାରନ୍ତି। ବନ୍ଧଙ୍କୁ କଥାରେ ପ୍ରଭାବିତ ହୋଇ କୌଣସି କାମ କରିବା ପୂର୍ବରୁ ଆଉଥରେ ଚିନ୍ତା କରିବା ଭଲ ହେବ।
ମୀନମୀନ

କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବେ। ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ଖଟଣି ବଢ଼ିଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?