Posted inRasifala

ରାଶିଫଳ: ଗୁରୁବାର, ମେ ୧୮ ତାରିଖ – Daily Horoscope

ମେଷ
ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟ ସତ୍ୟ କହି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ବିଭିନ୍ନ କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଏକାଧିକ ଚିନ୍ତା ମଧ୍ୟରେ ମାନସିକ ସ୍ଥିରତା ଆଦୌ ରହିବ ନାହିଁ। ବନ୍ଧୁଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂର ହୋଇଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। କିନ୍ତୁ ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ପରିବାରରେ ଅଭାବ ଅସୁବିଧା ନ ଥିଲେ ମଧ୍ୟ ଟଙ୍କାପଇସା ଖର୍ଚ୍ଚ କରିବାରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହେବେ। ବନ୍ଧୁଙ୍କ ନିକଟରେ ମନକଥା କଥାପ୍ରସଙ୍ଗରେ ପ୍ରକାଶକରି ଭର୍ତ୍ସିତ ହେବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନୂତନ ସ୍ଥାନ ଦର୍ଶନ ଓ ଆଧ୍ୟାମତ୍ିକତାରୁ ଶାନ୍ତି ଲାଭ କରିବେ।
କର୍କଟ
କର୍କଟ
ସାମୟିକ ପ୍ରତିବନ୍ଧକ ଆପଣଙ୍କ ଅର୍ଥ, ଦ୍ରବ୍ୟ ଲାଭରେ ଅନ୍ତରାୟ ସୃଷ୍ଟି କରିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବା ଆଶା କରାଯାଇପାରେ। ପୁନର୍ବସୁ ନକ୍ଷତ୍ର ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରିବେ। ରାଜନୈତିକ, ସାଂଗଠନିକ ଓ ଆଇନ, ଅଦାଲତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାରେ ନିଜ ପାଖଲୋକ ଈର୍ଷାନ୍ବିତ ହେବେ। କର୍ମକ୍ଷେତ୍ରରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାକି କାର୍ଯ୍ୟହାନିର କାରଣ ହେବ। ଆର୍ଥିକ ଦୁରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣିପାରିବେ ନାହିଁ। ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
କନ୍ୟା
ବନ୍ଧୁଙ୍କ ଅନୁରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାର କରିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ଆମତ୍ୀୟମାନେ ଭୁଲ୍‌ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଉପକୃତ ହୋଇପାରନ୍ତି। ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କୀୟ ବିବାଦରେ ସୁଧାର ପରିସ୍ଥିତି ସୃଷ୍ଟି ହେବାର ସୂଚନା ପାଇବେ।
ତୁଳା
ତୁଳା
ପାପଗ୍ରହଜନିତ ଆଜିର କାମଗୁଡିକ ସହଜରେ ସମ୍ପନ୍ନ ନ ହୋଇ ବିଶୃଙ୍ଖଳିତ ରହିବ। ନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାମତ୍କ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ଆହୁତ ହୋଇ ସଭାସମିତିରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ଉଦ୍‌ବେଗଜନକ ନ ହେଲେ ମଧ୍ୟ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରଶାସନିକ ସ୍ତରରେ, ପ୍ରକାଶନ କ୍ଷେତ୍ରରେ, ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂର ହୋଇଯିବ। ଅନୁରାଧା ନକ୍ଷତ୍ର ବିଗତ ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ୟହେବେ। ସମ୍ପର୍କୀୟ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କେତେକାଂଶରେ କମିପାରେ।
ଧନୁ
ଧନୁ
ଗ୍ରହଙ୍କ ପ୍ରତିକୂଳତା ପ୍ରତ୍ୟେକ କ୍ଷେତ୍ରକୁ ଅସ୍ଥିର କରାଇବ। ପରିବାରରେ ଅଶାନ୍ତି, ନିଜ ଲୋକଙ୍କ ଅନାସ୍ଥା ଭାବ ମାନସିକ ଅସୁସ୍ଥତାର କାରଣ ହେବ। ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟହେବେ।
ମକର
ମକର
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେତୁ ଜମା ଫରୁସତ୍‌ ପାଇବେ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ମତପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆଗାମୀ ମାଙ୍ଗଳିକ ଉସତ୍ବ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ପରି ଖୁସି ହୋଇପାରିବେ ନାହିଁ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଆଜିର ଚନ୍ଦ୍ର ପାରିବାରିକ ଜୀବନକୁ କେତେକାଂଶରେ ପ୍ରଭାବିତ କରି ରଖିବ। ଯାନବାହନ, ଲୋକସମ୍ପର୍କ, ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ୍‌ ଅଳଙ୍କାର ଓ ବସନ ଭୂଷଣ କ୍ରୟ କରିପାରନ୍ତି।
ମୀନମୀନ
ସମସ୍ୟା ସୁଧାରିବା ସହ କୌଣସି ବନ୍ଧୁଙ୍କ ବଦାନ୍ୟତାରୁ ମନ ଉଲ୍ଲସିତ ହୋଇ ଉଠିବ। କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ଭିତ୍ତିରେ କାମ କରିପାରିବେ କିନ୍ତୁ ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ। ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri