Posted inRasifala

ରାଶିଫଳ: ବୁଧବାର, ମେ ୧୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସତ କହି ବିବାଦୀୟ ହୋଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ସ୍ଥିରତା ଆଦୌ ରହିବ ନାହିଁ। କୌଣସି ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‌ ଦୂର ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବାର ସୂଚନା ରହିଛି ।
ମିଥୁନ
ମିଥୁନ
ବନ୍ଧୁଙ୍କ କାର୍ଯ୍ୟରେ ସହଯୋଗୀ ହେବା ପ୍ରସ୍ତାବରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି। ଉପରିସ୍ଥ ପଦାଧିକାରୀଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନୂତନ ସ୍ଥାନ ପରିଦର୍ଶନ, ସତ୍‌ସଙ୍ଗ ଓ ଆଧ୍ୟାମତ୍ିକତାରୁ ଶାନ୍ତି ଲାଭ କରିବେ।
କର୍କଟ
କର୍କଟ
ସାମୟିକ ପ୍ରତିବନ୍ଧକ ପ୍ରଗତିପଥରେ ଅନ୍ତରାୟ ସୃଷ୍ଟି କରିବ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଅପରାହ୍ନରେ ପାଇଯିବେ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ,ପରିବହନରେ ସଫଳତା ହାସଲ କରିବେ। ଗଣତନ୍ତ୍ରର ପ୍ରତୀକ ଶନିଙ୍କ ସ୍ଥିତିରୁ ରାଜନୈତିକ, ସାଂଗଠନିକ ଓ ଆଇନ, ଅଦାଲତ କ୍ଷେତ୍ରରେ ଉନ୍ନତଫଳ ପାଇବେ।
ସି˚ହ
ସି˚ହ
ରାଜନୈତିକ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହେବେ। ଆର୍ଥିକ ଦୂରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣି ନ ପାରି ମନ ଦୁଃଖ କରିବେ। ହଠାତ୍‌ ଶତ୍ରୁମାନଙ୍କ ମିତ୍ର ଭଳି ଆଚରଣ ଆପଣଙ୍କୁ ବିସ୍ମୟାଭୀଭୂତ କରିପାରେ। ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପରେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ।
କନ୍ୟା
ଆତ୍ମୀୟଙ୍କ ଅନୁରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାରବିମର୍ଶ ଚଳାଇ ପାରନ୍ତି। ସ୍ବାର୍ଥ ହାନି ଆଶଙ୍କାରେ ସହକର୍ମୀମାନେ ଭୁଲ୍‌ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କଲେ ଦ୍ୱନ୍ଦ୍ୱରେ ପଡ଼ିବାକୁ ହେବ।
ତୁଳା
ତୁଳା
ଆଲୋଚନା ସମୟରେ ପୂର୍ବନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାମତ୍କ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ହଠାତ୍‌ ବନ୍ଧୁଙ୍କ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ଉଦ୍‌ବେଗଜନକ ନ ହେଲେ ମଧ୍ୟ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରଶାସନିକ ସ୍ତରରେ, ପ୍ରକାଶନ କ୍ଷେତ୍ରରେ, ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂର ହୋଇପାରେ। ବିଗତ ଦିନମାନଙ୍କର କଥାକୁ ନେଇ ଭାବପ୍ରବଣତା ବୃଦ୍ଧି ପାଇବ। ସମ୍ପର୍କୀୟ ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କେତେକାଂଶରେ ଦୂରୀଭୂତ ହୋଇପାରେ।
ଧନୁ
ଧନୁ
ପରିବାରରେ ଅଶାନ୍ତି, ନିଜ ଲୋକମାନଙ୍କ ଅନାସ୍ଥା ଭାବ ହେତୁ ମାନସିକ ସୁସ୍ଥତା ରହିବ ନାହିଁ। ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ନିକଟ ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ହେବେ।
ମକର
ମକର
କର୍ମ କ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହେତୁ ଜମା ଫରୁସତ୍‌ ପାଇବେ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ମତ ପାର୍ଥକ୍ୟ କାରଣରୁ ଟେନସନରେ ରହିବେ। ଆଗାମୀ ମାଙ୍ଗଳିକ ଉସତ୍ବ ପରିପ୍ରେକ୍ଷୀରେ ଅନ୍ୟ ମାନଙ୍କ ପରି ଖୁସୀ ହୋଇପାରିବେ ନାହିଁ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କହାନି ଦୁଶ୍ଚିନ୍ତାର କରଣ ହୋଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟା ପାରିବାରିକ ଜୀବନକୁ କେତେକାଂଶରେ ପ୍ରଭାବିତ କରିବ। ଲୋକ ସମ୍ପର୍କ, ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି ।
ମୀନମୀନ
କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବେ । ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି। ପଡ଼ୋଶୀଙ୍କ ସହ କେତେକ ବିବାଦୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବା ସହ ହସଖୁସିରେ ଦିନଟି ଅତିବାହିତ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ...

ରାଶିଫଳ: ବୁଧବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ହେବ। ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା...

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ ରେବତୀ ନକ୍ଷତ୍ରସ୍ଥ ଚନ୍ଦ୍ର ପଡ଼ୋଶୀଙ୍କ ହସ୍ତକ୍ଷେପରେ ପାରିବାରିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। କିନ୍ତୁ ଚତୁର୍ଥସ୍ଥ ପାପଗ୍ରହ ପାରିବେଶିକ ଓ ମାନସିକ ତଥା...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ...

ରାଶିଫଳ: ରବିବାର, ମେ ୨୯ ତାରିଖ – Daily Horoscope

ମେଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣାଦି ଉନ୍ନତ ମାନର ରହିବ। ଆନୁଷ୍ଠାନିକ କାମରେ କଳା, ସାହିତ୍ୟ ଓ ରଚନାମତ୍କ କାମରେ ପ୍ରଶଂସିତ...

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରଭାବରେ ସୁବିଧାରେ କାମ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ, ସେବା ମନୋବୃତ୍ତିରୁ ପ୍ରଶଂସିତ ହେବେ। ପିଲାଙ୍କ ଶିକ୍ଷା ଓ ଆଗାମୀ ପରୀକ୍ଷା ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ...

ରାଶିଫଳ: ଶନିବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟ ପାଇଁ ବହୁ ଶ୍ରମ ସ୍ବୀକାର କରିବାକୁ ହେବ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟ ତ୍ୱରାନ୍ବିତ କରିପାରିବେ। ପାରିବାରିକ...

Advertisement
Archives

Model This Week