Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୮ ତାରିଖ – Daily Horoscope

ମେଷ
ଆଜି ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ି ନେବେ। କିନ୍ତୁ କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‌ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢିଯିବ। ଦୂରେଇ ଯାଉଥିବା ଆତ୍ମୀୟଙ୍କ ପାଇଁ ମନ ଛଟପଟ ହେବ। ହାତରୁ ଖାଇ ପର ପାଇଁ ଖଟି ଅନୁତାପ କରିବେ।
ବୃଷ
ବୃଷ
ବହୁତ ଦିନ ହେଲା ଯାହା ପାଇବାକୁ ଚେଷ୍ଟା କରି ପାଇ ନ ଥିଲେ ଆଜି ତାହା ପାଇଯିବେ। ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନରେ ଉନ୍ନତ ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଅସ୍ବୀକାର କରିବେ। କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କରିବେ। ପାରିବାରିକ ସମ୍ପର୍କ ମନ୍ଦ ହେବନି, ତଥାପି ସାଧାରଣ କଥାକୁ ନେଇ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ।
କର୍କଟ
କର୍କଟ
ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରି ମନ କଥାକୁ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ। କେତେକ ପରିସ୍ଥିତିରେ ନିଜଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ପରିସ୍ଥିତିର ତାଡ଼ନାରେ କଠିନ ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସ୍ବସ୍ତି ଅନୁଭବ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ସନ୍ତାନଙ୍କ ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ ଆତ୍ମୀୟତାର କାମ କରି ପ୍ରଶଂସିତ ହେବେ।
କନ୍ୟା
ଦୀର୍ଘଦିନର କଳ୍ପନାପ୍ରସୂତ ନୂତନ କାମଟି ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ପରିସ୍ଥିତିର ସାମନା କରିବାକୁ ଯାଇ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ପରିବାରରେ ପିଲାଙ୍କ ପାଇଁ ଜଞ୍ଜାଳ କ୍ରମଶଃ ବୃଦ୍ଧି ପାଇବା ହେତୁ ସାମୟିକ ଦୁଶ୍ଚିନ୍ତାଗ୍ରସ୍ତ ହେବେ।
ତୁଳା
ତୁଳା
ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହି ପାରନ୍ତି। ପୃଷ୍ଠପୋଷକତା ଜନିତ ଶତ୍ରୁତା ହଠାତ୍‌ ପ୍ରଶମିତ ନ ହୋଇପାରେ କିନ୍ତୁ କିଛି ସମୟ ପାଇଁ ମଳିନ ରହିବ।
ବିଛା
ବିଛା
ବହୁତ କାମ ଅସମ୍ପୂର୍ଣ୍ଣ ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପାଖ, ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସବୁକଥାରେ ହଁ ଭରିବେ କିମ୍ବା ନୀରବ ସମର୍ଥନ ଦେବାକୁ ବାଧ୍ୟ ହେବେ।
ଧନୁ
ଧନୁ
ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟାକରିପାରନ୍ତି। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ଅନ୍ୟମାନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ଜନହିତକର କାର୍ଯ୍ୟରେ ନିଜକୁ ଲଗାଇ ପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହିପାରନ୍ତି। ବହୁ ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହୋଇପାରିବ।
ମୀନମୀନ
ଆଜିର ଆନୁଷ୍ଠାନିକ କାମର ପରିବେଶରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଖୁସି ରହିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ, ଏଣୁ ସରକାରୀସ୍ତରରୁ ଋଣ ଆଣିବା ସକାଶେ ମନ ବଳାଇ ପାରନ୍ତି। ପରୋକ୍ଷ ଭାବେ ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?