Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ଚନ୍ଦ୍ର ଧନାଧିପତି ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କୁ ଅର୍ଥ, ସୁଖ, ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିବେ। ବୋଝ ଭଳି ରହିଥିବା ସମସ୍ୟା ଆଜି ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ରବି ପାପଗ୍ରହ କେତୁଙ୍କ ସହ କର୍ମସ୍ଥ ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବ୍ୟବସାୟ, ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାର ରହିବ।
ବୃଷ
ବୃଷ
ତୃତୀୟାଧିପତି ଚନ୍ଦ୍ର କେନ୍ଦ୍ରସ୍ଥ ଯୋଗୁ କାମ ହାସଲ ସକାଶେ ଆଜି ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କାମ, ବ୍ୟବସାୟ, ବାଣିଜ୍ୟରେ ଅସୁବିଧା ହେବନାହିଁ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଉଚ୍ଚଶିକ୍ଷା ଓ ସନ୍ତାନଙ୍କ ସମସ୍ୟା ତଥା ବନ୍ଧୁଙ୍କ ସହ ଆଲୋଚନାଦି ଫଳପ୍ରଦ ହୋଇ ନ ପାରେ।
ମିଥୁନ
ମିଥୁନ
କର୍ମସ୍ଥାନରେ ରାହୁଙ୍କ ଅବସ୍ଥିତି ପ୍ରତ୍ୟେକ କାମରେ ସମସ୍ୟା ସୃଷ୍ଟି କରିପାରନ୍ତି। ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯାଇପାରେ। ମାଲିମକଦ୍ଦମା, ଆଗାମୀ ପ୍ରମୋଶନ ଓ ଅଯଥା ଟେନ୍‌ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ। ଦିନଟିରେ ପୁନର୍ବସୁ ନକ୍ଷତ୍ରର ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ।
କର୍କଟ
କର୍କଟ
ପାପଗ୍ରହ ଦୃଷ୍ଟି ବର୍ଜିତ କର୍ମାଧିପତି ରାଶିରେ ଥିବାରୁ ଆଜି ଯାହା ଆଶା କରୁଛନ୍ତି ତାହା ପୂରଣ ହେବ। ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ଆତ୍ମୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବନି। ଆଜିର ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ରାଶ୍ୟାଧିପ ଶତ୍ରୁ ଗୃହରେ ରହିଥିବାରୁ ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମତାଳ ଦେଇ କାମ କରିବା କାଠିକର ପାଠ ହେବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସମୟକୁ ଅପେକ୍ଷା କରିପାରିଲେ ପ୍ରତ୍ୟେକ ଦିଗରୁ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ବାଣିଜ୍ୟ, କର୍ମକ୍ଷେତ୍ର ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
କନ୍ୟା
ବୁଧଙ୍କ ଶୁଭଦୃଷ୍ଟି ହେତୁ କର୍ମକ୍ଷେତ୍ରରେ ମନ ମୁତାବକ କାର୍ଯ୍ୟ ସମ୍ପନ୍ନ କରି ଆଶ୍ୱସ୍ତି ଲଭିବେ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଉଚ୍ଚାରୋହୀ ରାଶ୍ୟାଧିପଙ୍କ କାରଣରୁ ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଲାଘବ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ନୂତନ ଗୃହ, ଯାନବାହନାଦି ଲାଭର ସୁଯୋଗ ପାଇବାର ଆଶା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି।
ବିଛା
ବିଛା
ବନ୍ଧୁଙ୍କ ଉପରେ ବୃଥା ଅଭିମାନ କରି ଚୁପ୍‌ ରହିଲେ ସୁଯୋଗ ହରାଇବା ସାର ହେବ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନରେ ସମୟକୁ ବିନିଯୋଗ କରିପାରନ୍ତି। ସପ୍ତମାଧିପଙ୍କ ଯୋଗୁ ପ୍ରତିଦ୍ୱନ୍ଦିତା କାରଣରୁ ଶିିଳ୍ପ ଓ ବାଣିଜ୍ୟରେ ଉନ୍ନତି ଘଟିପାରେ।
ଧନୁ
ଧନୁ
ଶନି ଯୁକ୍ତ ଶୁକ୍ର ହେତୁ ଆପଣଙ୍କ ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସି ନ ପାରେ। ବକେୟା ଅର୍ଥ ଆଦାୟରେ ଟଣଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା, ବାଣିଜ୍ୟ, ପରିବହନରେ ସମସ୍ୟା, ତଥା ଅତୀତ ଘଟଣା ମନରେ ଆଲୋଡନ ସୃଷ୍ଟିକରିବ। ପୂଜା ସାମଗ୍ରୀ, ଷ୍ଟେସନାରୀ ତଥା ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ। ବନ୍ଧୁମିଳନ, ଭ୍ରମଣ, ଆନୁଷ୍ଠାନିକ କାମ ଓ ଆଲୋଚନା ପ୍ରତିଦାୟକ ରହିବ। ବନ୍ଧୁଙ୍କ ଜରିଆରେ ହଜିଯାଇଥିବା ଜିନିଷ ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ସପ୍ତମ ସ୍ଥାନରେ ସ୍ତ୍ରୀ/ସ୍ବାମୀଙ୍କ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଶତଭିଷା କିନ୍ତୁ ଯେଉଁ କାମରେ ହାତଦେବେ ତାହା ବିଳମ୍ବରେ ସାଧିତ ହୋଇପାରିବ। ଗୁଜବ କିମ୍ବା ଅସମର୍ଥିତ ସୂତ୍ରରୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ।
ମୀନମୀନ

ମଙ୍ଗଳ କୋଣ ଭାବରେ ରହିଥିବାରୁ ଧାର୍ମିକ ତଥା ଜନ ହିତକର କାମ କରିବା ସକାଶେ ମନ ଦେଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରହିବା ଭଲ ହେବ। ଈର୍ଷାପରାୟଣ ହୋଇ ନିଜ ପରିସରର ବ୍ୟକ୍ତିବିଶେଷମାନେ ଅସହଯୋଗ କରିପାରନ୍ତି। ପାରଷ୍ପରିକ ମତଭେଦ କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri