Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଦୈହିକ, ମାନସିକ ତଥା ପାରିବାରିକ ସ୍ଥିତି ବହୁତ ଭଲ ରହିବ। କିନ୍ତୁ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ ଅଟେ। ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଭ୍ରମଣ ସୁଯୋଗ ଲାଭ କରିବେ।
ବୃଷ
ବୃଷ
ପ୍ରତିବନ୍ଧକ ଓ ପ୍ରତିରୋଧ କାରଣରୁ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଶନିଙ୍କ ସୁପ୍ରଭାବରୁ ଅଫିସରେ କର୍ମକ୍ଷେତ୍ର ସମ୍ପର୍କୀୟ ଅଚାନକ ଶୁଭ ସମ୍ବାଦ ଶୁଣି ଖୁସି ହେବେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ତଥା ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଆଳସ୍ୟ ଯୋଗୁ ସୁଯୋଗ ହାତଛଡା ହୋଇପାରେ।
ମିଥୁନ
ମିଥୁନ
ବହୁ ଦିନ ହେଲା କୁହୁଳୁଥିବା ପାରିବାରିକ ସମସ୍ୟାର ଆଜିହିଁ ସରଳ ସମାଧାନ ହୋଇଯିବ। ସପ୍ତମସ୍ଥ ଗୁରୁ ଏକାଦଶସ୍ଥ ଯୋଗୁଁ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଜିଦ୍‌ଖୋର ମନୋବୃତି ଯୋଗୁ କେତେକ କ୍ଷେତ୍ରରେ ହଇରାଣ ହୋଇପାରନ୍ତି।
କର୍କଟ
କର୍କଟ
ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ପ୍ରାୟତଃ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଅଫିସରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କୋଣଭାବସ୍ଥ ଶୁକ୍ର ପ୍ରଭାବରୁ ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ନିକଟସ୍ଥ ବ୍ୟକ୍ତିଙ୍କୁ ସନ୍ତୁଷ୍ଠ କରିବା ସକାଶେ କର୍ମମୁଖର ହେବେ।
ସି˚ହ
ସି˚ହ
କିଛି ଭଲ କାମ ସଙ୍ଗକୁ କିଛି ସମସ୍ୟା ଭିତର ଦେଇ ଆଜି ଦିନଟି ଅତିବାହିତ ହେବ। ମଘା ନକ୍ଷତ୍ରର ଆର୍ଥିକ ପରିସ୍ଥିତି ପୂର୍ବଭଳି ଜଟିଳ ରୂପ ଧାରଣ କରିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଯୋଗୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।
କନ୍ୟା
ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ କୌଣସି ଖବର ପାଇ ଖୁସି ହୋଇଯିବେ। ମାତ୍ର ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଆତ୍ମୀୟମାନେ କୌଣସି ସମସ୍ୟା ବିଷୟରେ ଆଲୋଚନା କରିବା ସକାଶେ ଖବର ଦେଇ ପାରନ୍ତି। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହେବାକୁ ପଡିପାରେ।
ତୁଳା
ତୁଳା
ଦୈହିକ ଦୁର୍ବଳତା କିମ୍ବା ପାରିବାରିକ ଅଶାନ୍ତି ହେତୁ ମନ ଭଲ ରହିନପାରେ। ଅଫିସିଆଲି କାମରେ କେତେକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସରକାରୀ ସୁତ୍ରରୁ ସାହାଯ୍ୟ ଲାଭକରି ବ୍ୟୟ ଭାର କ୍ରମଶଃ କମି ଆସିବ। ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ମିତ୍ରତା ବୃଦ୍ଧି ଘଟିପାରେ।
ବିଛା
ବିଛା
ଆତ୍ମୀୟଙ୍କ ନିକଟରୁ ଖୁସି ଖବର ପାଇ ମାନସିକ ଶାନ୍ତି ଲାଭ କରିବେ। କିନ୍ତୁ ସଭାସମିତିରେ ବାକ୍‌ ଅସଂଯମତା ଯୋଗଁୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ଗୁରୁତର ହେବନାହିଁ। ଜ୍ୟେଷ୍ଠା ନକ୍ଷତ୍ରର ଆର୍ଥିକ ସ୍ଥିତି ସେତେଟା ଭଲ ରହିନପାରେ, ତାହାବୋଲି ଅଭାବଗ୍ରସ୍ତ ହେବେ ନାହିଁ।
ଧନୁ
ଧନୁ
ପୂର୍ବାଷାଢା ନକ୍ଷତ୍ରର ବିବାଦୀୟ ଘଟଣାରେ ସମସ୍ୟା ବଢିଯାଇପାରେ। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ରାଜନୀତିରେ ଚେଷ୍ଟା ସଫଳ ହେବ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା, ଅର୍ଥ ଓ ସମ୍ମାନ ଲାଭ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଘଟିବ। ଦୀର୍ଘଦିନରୁ ପରିକଳ୍ପିତ ନୂତନ କାର୍ଯ୍ୟାରମ୍ଭ କରି ପ୍ରଶଂସିତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ,ଅନ୍ୟଥା ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଧନିଷ୍ଠା ନକ୍ଷତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ କିନ୍ତୁ କ୍ଷତିରେ ପଡିବେ ନାହିଁ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଶା କରିଥିବା କାମରେ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ।
କୁମ୍ଭ
କୁମ୍ଭ
ବାଧ୍ୟବାଧକତା ମଧ୍ୟରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ପଡିବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପୂର୍ବପରି ରହିବ। ପୂର୍ବଭାଦ୍ରବ ନକ୍ଷତ୍ର ସାଙ୍ଗସାଥୀଙ୍କ ଅନୁରୋଧ କ୍ରମେ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟ, ପରିବହନ, ପାଇଁ ଦିନଟି ବହୁତ ଭଲ ଅବଶ୍ୟ ଲାଭବାନ୍‌ ହେବେ।
ମୀନମୀନ

କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବା କାରଣରୁ କେତେକ କାମ ଅଟକି ରହିଯିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ଥିବା ସମସ୍ୟା ସମାଧାନ କରିବା ଦିଗରେ ଚେଷ୍ଟା କରିପାରିଲେ ସଫଳତା ନିଶ୍ଚିତ ମିଳିବ। ଉତରଭାଦ୍ରବ ଶ୍ରମ ଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି। ପରିବାରରେ ପିଲାମାନଙ୍କ ସକାଶେ ଚିନ୍ତା ବଢିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?