ମେଷ

ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲର ସୁଯୋଗ ପ୍ରାପ୍ତ ହେବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। ନିଜ ଲୋକଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବ।
ବୃଷ

କୃତ୍ତିକା ନକ୍ଷତ୍ରାଧିପ ରବି ଉଚ୍ଚ ରାଶିରେ ଅବସ୍ଥାନ କରିଥିବାରୁ ନିର୍ଭୀକତାର ସହ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ରହିବେ। ତଥାପି ଚତୁର୍ଥଭାବସ୍ଥ କେତୁଙ୍କ କୁପ୍ରଭାବରୁ ପରିବାରରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ୍, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସୁଫଳ ମିଳିବ।
ମିଥୁନ

ମୃଗଶିରା ରାଶ୍ୟାଧିପତି କର୍ମସ୍ଥାନରେ ଅବସ୍ଥାନ କରି ଚାକିରି ଅଫର୍ ସହ ବୈଷୟିକ ଅଭିବୃଦ୍ଧି କରିପାରନ୍ତି। ବୃହସ୍ପତିଙ୍କ ସୁପ୍ରଭାବରୁ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସ୍ବସ୍ଥାନ ହନ୍ତା ବୃହସ୍ପତିଙ୍କ ପ୍ରଭାବରୁ ଦୈହିକ ସୁସ୍ଥତା ଆଜି ବିଶେଷ ଭଲ ରହି ନ ପାରେ।
କର୍କଟ

କର୍ମସ୍ଥାନରେ ରବି ଏବଂ ଶୁକ୍ର କର୍ମକ୍ଷେତ୍ର ଏବଂ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବ। ସହକର୍ମୀମାନଙ୍କ ସହାୟତାରେ କର୍ମପ୍ରବାହକୁ ଆଗକୁ ନେଇପାରନ୍ତି। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରା ସନ୍ତୋଷଜନକ ରହିବ। ତଥାପି କେତେକ ଅପୂରଣୀୟ ଆଶା ମନକୁ ବ୍ୟଥିତ କାରିବାର ସୂଚନା ମଧ୍ୟ ରହିଛି।
ସି˚ହ

ଆଜି ପୂର୍ବାଫାଲଗୁନୀ ନକ୍ଷତ୍ର ସକାଶେ ଭୁଲ୍ ବୁଝାମଣାଜନିତ ପାରିବାରିକ ଶାନ୍ତି ଭଗ୍ନ ହେବ। କାମ ବିଳମ୍ବରେ ଆରମ୍ଭ କରି ଶୀଘ୍ର ସାରିବା କାରଣରୁ ସନ୍ଦେହରେ ପଡିପାରନ୍ତି। ଆର୍ଥିକ ଅନଟନ ସାଙ୍ଗକୁ କର୍ମକ୍ଷେତ୍ରରେ ବ୍ୟତିକ୍ରମରୁ ଶାନ୍ତି ବ୍ୟାହତ ହେବ। ସରକାରୀ ସ୍ତରରେ ଥିବା ସମସ୍ୟା ସମାଧାନ ଦିଗରେ ସଫଳ ହେବେ।
କନ୍ୟା

ଆଜି ହସ୍ତା ନକ୍ଷତ୍ରର ସ୍ବାସ୍ଥ୍ୟ ନିରାମୟ ରହିବା ସାଙ୍ଗକୁ ଅର୍ଥ ସମ୍ପଦ, ବିଳାସ, ସାମଗ୍ରୀ ଓ ମନୋରଞ୍ଜନର ସୁଯୋଗ ପାଇବେ। ନିଜ ସପକ୍ଷରେ ଲଢ଼ିବା ସକାଶେ ଆତ୍ମୀୟସ୍ବଜନଙ୍କୁ ମନାଇବାର ପ୍ରୟାସ କରିପାରନ୍ତି। ଆଇନ ଓ ଅଦାଲତରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ।
ତୁଳା

ଉଚ୍ଚସ୍ଥ ରବି ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରାକ୍ରାନ୍ତ ମନ ନେଇ କାମ କରିବେ କିନ୍ତୁ ବିଫଳତା ବଦଳରେ ସଫଳତାରୁ ବିସ୍ମୟାନ୍ବିତ ହେବେ। ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବାରୁ ନୀରବତାକୁ ପ୍ରାଥମିକତା ଦେବେ। ଅସ୍ତଗତ ଶୁକ୍ରଙ୍କ ଯୋଗୁ ଦୈହିକ ଦୁର୍ବଳତା ଦେଖାଦେବ।
ବିଛା

ଅନୁରାଧା ନକ୍ଷତ୍ରର ଆଜି ଇଚ୍ଛା ଓ ଅଭିଳାଷ ପୂରଣ ହେବାରେ ବିଳମ୍ବ ହେବନାହିଁ। ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିଯାଇପାରେ । ଅଭାବକୁ ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରି ରଖିବା ଠିକ୍ ହେବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେଇପାରନ୍ତି।
ଧନୁ

ଆନୁଷଙ୍ଗିକ ସାହାଯ୍ୟ ସୁବିଧା ଲାଭକରି ଉତ୍ତରାଷାଢ଼ା ନକ୍ଷତ୍ର ବିବାଦୀୟ ପରିସ୍ଥିତିରେ ବିଜୟୀ ହେବେ। ଦେହ ଭଲ ରହିଲେ ମଧ୍ୟ ରୋଗଯନ୍ତ୍ରଣାରେ କଷ୍ଟ ପାଇବେ। ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ। ପ୍ଲଟିଂ କାରବାର, ଆଲୋଚନା, ପ୍ରେସ୍ ଓ ପବ୍ଲିକେଶନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ମକର

ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଶ୍ରବଣା ନକ୍ଷତ୍ର ସକାଶେ କାର୍ଯ୍ୟଶୈଳୀ ବିଶୃଙ୍ଖଳିତ ରହିବ। ଚେଷ୍ଟା କରି ମଧ୍ୟ ଆଶା ପୂରଣ କଷ୍ଟକର ହେବ। ସାମୟିକ ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ। ଅବଶ୍ୟ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇ ଖୁସି ହୋଇପାରନ୍ତି।
କୁମ୍ଭ

ଶତଭିଷା ନକ୍ଷତ୍ର ଆଜି ଯାହା କଲେ ମଧ୍ୟ ବହୁତ ଶ୍ରମ ଓ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବନ୍ଧୁ ଓ ପରିଜନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆତ୍ମୀୟଙ୍କ ସହଯୋଗରେ ସମସ୍ୟାର କିଛିଟା ପରିବର୍ତ୍ତନ ଘଟିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନ
ଚତୁଃଗ୍ରହ ରାଶିରେ ଅବସ୍ଥାନ କରି ଆପଣଙ୍କୁ ସବୁ ପ୍ରକାରର ସୁଖ ସୁବିଧା ପ୍ରଦାନ କରିବେ। ତଥାପି ପୂର୍ବଭାଦ୍ର ନକ୍ଷତ୍ର ସକାଶେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଦିନଟି ଅତିବାହିତ ହେବ। ମନର ଭାବକୁ ଗୋପନରଖି ବନ୍ଧୁଙ୍କ ସହ ଭାବବିନିମୟ କରିବାକୁ ମନସ୍ଥ କରିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.