Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‌ ୧୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ମାର୍ଗରେ ଅନୁଧାବିତ କରାଇପାରନ୍ତି। ତଥାପି କେତେକ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସମ୍ପର୍କୀୟମାନଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବ।
ବୃଷ
ବୃଷ
ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାରେ ବିଶେଷ କଷ୍ଟ ହେବନି। ଚନ୍ଦ୍ରଙ୍କ ପ୍ରଭାବରୁ ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କରି ଜଟିଳତା ଭିତରକୁ ଟଣି ହୋଇପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଶତ୍ରୁଙ୍କ ଅଭିସନ୍ଧିମୂଳକ ମନ୍ତବ୍ୟକୁ ବୁଝିବାରେ ଅସମର୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
କର୍ମାଧିପ ବୃହସ୍ପତିଙ୍କ ସୁପ୍ରଭାବରୁ ସମସ୍ୟା ବେଶୀ ସମୟ ସ୍ଥାୟୀ ହେବ ନାହିଁ। ଅଫିସ୍‌ରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଆଗେଇ ଯାଇପାରନ୍ତି। ପାରିବାରିକ ସ୍ଥିତି, ସାମାଜିକ ପରିସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟରେ ସାଧାରଣ ବ୍ୟତିକ୍ରମ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ବୃହସ୍ପତିଙ୍କ ସ୍ଥିତି ଆପଣଙ୍କ ଯୋଜନା ଓ ବିଚାରଧାରାକୁ ସର୍ପିଳ ଗତିରେ ନେଇପାରେ। ତଥାପି କର୍ମସ୍ଥ ଶୁକ୍ର ସାମୟିକ ସମସ୍ୟା ମଧ୍ୟରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପ୍ରଦାନ କରିବ। ଆତ୍ମୀୟଙ୍କ ସହାୟତାରେ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ ଆଶା ରଖିପାରନ୍ତି।
ସି˚ହ
ସି˚ହ
ଭାଗ୍ୟଭାବସ୍ଥ ଗ୍ରହମାନେ ପ୍ରତ୍ୟେକ ଚିନ୍ତା ଓ ଯୋଜନାକୁ ସାକାର କରିବାରେ ସହାୟକ ହେବେ। କିନ୍ତୁ ପୂର୍ବ ଫାଲ୍‌ଗୁନୀ ନକ୍ଷତ୍ରର ଆର୍ଥିକ ଅନଟନ ଓ ପାରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ସମ୍ଭାବନା ରହିଛି।
କନ୍ୟା
ନୀଚାଭିମୁଖୀ ମଙ୍ଗଳ ହେତୁ ନିଜ ସପକ୍ଷରେ ଲଢ଼ିବା ସକାଶେ ଆତ୍ମୀୟଙ୍କୁ ମନାଇବା ଚେଷ୍ଟା କରି ବିଫଳ ହୋଇପାରନ୍ତି। ଅବଶ୍ୟ ଆଇନ ଓ ଗଣତନ୍ତ୍ରର ଗ୍ରହ ଶନି ହେତୁ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବ ନାହିଁ। ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି ହେବ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଅଷ୍ଟମସ୍ଥ ରାହୁ ଓ ଚନ୍ଦ୍ରଙ୍କ ପ୍ରଭାବଜନିତ ଭାରାକ୍ରାନ୍ତ ମନ ନେଇ କାମ କରିବେ। ଅଧିକାଂଶ ସମୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ନୀରବତାକୁ ପ୍ରାଥମିକତା ଦେଇପାରନ୍ତି। କିନ୍ତୁ ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ନୂତନ ସ୍ଥାନ ଦର୍ଶନର ସୁଯୋଗ ମାନସିକ ଅସ୍ଥିରତା ଦୂର କରିବାରେ ସହାୟକ ହେବ।
ବିଛା
ବିଛା
କୌଣସି ବିବାଦୀୟ ପରିସ୍ଥିତିରୁ ଆଶ୍ଚର୍ଯ୍ୟଜନକ ଭାବେ ମୁକ୍ତି ମିଳିବ। ଅଭାବ ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରି ରଖିବା ଠିକ୍‌ ହେବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେଇପାରନ୍ତି। ସପ୍ତମାଧିପତି ଶୁକ୍ରଙ୍କ ସ୍ଥିତି କ୍ରମେ ବାଣିଜ୍ୟ ବ୍ୟବସାୟରେ ପରିସ୍ଥିତି ପୂର୍ବପରି ରହିବ।
ଧନୁ
ଧନୁ
ଶନିକ୍ଷେତ୍ରସ୍ଥ ବୃହସ୍ପତିଜନିତ ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ଲଟିଂ କାରବାର, ଆଲୋଚନା ଓ ପବ୍ଲିକେଶନରେ ସମସ୍ୟାର ସରଳ ସମାଧାନ ହୋଇଯିବ। ଆଳସ୍ୟ ଓ ଅବହେଳାରୁ କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡ଼ିପାରେ।
ମକର
ମକର
ମଙ୍ଗଳ ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ଧନିଷ୍ଠା ନକ୍ଷତ୍ର ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାର ସାମର୍ଥ୍ୟ ଅର୍ଜନ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ନ ହେଲେ ମଧ୍ୟ ଏଥିପାଇଁ ମୁଣ୍ଡ ଖେଳାଇ କାମ କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଅର୍ଥାଭାବ ଦୂରେଇବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଅଟକି ରହିଥିବା କାମକୁ କୌଶଳରେ ହାସଲ କରିବେ। ରବିଙ୍କ ସୁପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ୟ ଲଭିବେ। ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଶନିଙ୍କ କୁପ୍ରଭାବରେ ଆଜି ଭ୍ରାତୃ ସମ୍ପର୍କ କ୍ଷୁଣ୍ଣ ଆଶଙ୍କା ରହିଛି। ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି। ପ୍ରତ୍ୟେକ ସ୍ତରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ରେବତୀନକ୍ଷତ୍ର ବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri