Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ
ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା, କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ ଦିନଟି ଭଲ। ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । କିଛି ସାଧାରଣ ସମସ୍ୟା ରହିଥିଲେ ମଧ୍ୟ କେତେକ ଦୃଷ୍ଟିକୋଣରୁ ନିଶ୍ଚିନ୍ତ ରହିବେ।
ବୃଷ
ବୃଷ
ବୃହସ୍ପତିଙ୍କ ଶୁଭତ୍ୱରୁ ନୂତନ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। କୃତ୍ତିକା ନକ୍ଷତ୍ରର ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେବ। ପରିବାରରେ ଅଶାନ୍ତି ଦୂର କରିବାରେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ବିଭିନ୍ନ ଦିଗରୁ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ।
ମିଥୁନ
ମିଥୁନ
 ଚନ୍ଦ୍ରଙ୍କ ସ୍ଥିତିରୁ ଆଜି ଆପଣ ଠିକ୍‌ ନିଷ୍ପତ୍ତି ନେଇ କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ପରିବହନ ଓ ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ
କର୍କଟ
ଧନାଧିପ ଭାଗ୍ୟସ୍ଥ ହେତୁ ଅର୍ଥଲାଭ ସହ ଗ୍ରହଯୋଗ ଅନୁସାରେ କୌଣସି କାମ ଅଟକିବ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ଅଟକି ରହିଯିବେ। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଶିଳ୍ପ, ବାଣିଜ୍ୟ ତଥା ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର ଆଶା କ୍ଷୀଣ ହୋଇପାରେ।
ସି˚ହ
ସି˚ହ
ସପ୍ତମସ୍ଥ ଗ୍ରହ ସମ୍ପର୍କରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ରାଜନୀତି, ଶିକ୍ଷା, ପରୀକ୍ଷାଦିରେ ଅଧିକ ନ ହେଲେ ମଧ୍ୟ ବିଶେଷ କିଛି ଖରାପ ହେବନାହିଁ। ବନ୍ଧୁଙ୍କ ପ୍ରେରଣାରେ ଧର୍ମକାର୍ଯ୍ୟ କରିବା ସକାଶେ ମନ ବଳାଇବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନସ୍ତାପ କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରିବାର ସମ୍ଭାବନା ରହିଛି । ବୁଧ ଯୁକ୍ତ ବୃହସ୍ପତି ହେତୁ ସଭାସମିତିରେ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଆଜି ଗାଡିମୋଟର କିମ୍ବା କୌଣସି ମୂଲ୍ୟବାନ୍‌ ଜିନିଷ କିଣିପାରନ୍ତି। ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ।
ତୁଳା
ତୁଳା
ଆନୁଷଙ୍ଗିକ ସହଯୋଗ ଲାଭ କରି ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଚତୁର୍ଥସ୍ଥ ଗ୍ରହଜନିତ ପାରିବାରିକ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବେ। ପରିସ୍ଥିତିରେ ପଡି ଘର ସାଜସଜ୍ଜାରେ କିମ୍ବା ମରାମତିରେ ସ୍ବାତୀ ନକ୍ଷତ୍ର ବ୍ୟସ୍ତ ରହିପାରନ୍ତି।
ବିଛା
ବିଛା
ଉଚ୍ଚସ୍ଥ ମଙ୍ଗଳ ହେତୁ କେତେକ ଅପୂରଣୀୟ ଅଭିଳାଷ ସକାଶେ ମନ ଉଦ୍‌ବେଗ ରହିବ। ଅନୁରାଧା ନକ୍ଷତ୍ର ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ନିଜ ଲୋକମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଅଫିସରେ ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ପଡ଼ିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟ ବୃଦ୍ଧି କାରଣରୁ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ରବି ଭାଗ୍ୟଭାବକୁ ଦେଖୁଥିବାରୁ ଆକସ୍ମିକ ଭାବେ ଉଚ୍ଚବର୍ଗଙ୍କ ସହାୟତା ପାଇବେ। କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମକର
ମକର
ମଙ୍ଗଳ ଦୃଷ୍ଟ ଚତୁର୍ଥଭାବ ହେତୁ ପରିବାର ଭିତରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡ଼ିବ। ବନ୍ଧୁ ସମ୍ପର୍କ, ସାହିତ୍ୟ, ଚର୍ଚ୍ଚା, କଳା,କାରିଗରି ଦିଗରୁ ମନଲାଖି ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଉଚ୍ଚାରୋହୀ ଶୁକ୍ର ହେତୁ ସାମାଜିକ ସ୍ତରରେ ଦକ୍ଷତା ଭିତ୍ତିକ ଲୋକସମ୍ପର୍କ ବୃଦ୍ଧି ପାଇବ। ଆଜି ଆର୍ଥିକ ଦିଗଟି ଭଲ ରହିବ। ବନ୍ଧୁଙ୍କଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରନ୍ତି ।
ମୀନମୀନ
ଆଜି କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବାରେ ସକ୍ଷମ ହେବେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ରୋଗ, ଋଣ ଓ ଶତ୍ରୁତା ଆଜିର ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇପାରେ। କିଛି ଜିନିଷ ଅନ୍ୟମନସ୍କତାବଶତଃ କୌଣସି ସ୍ଥାନରେ ହଜାଇ ବ୍ୟସ୍ତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri