Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତିର ସ୍ବତନ୍ତ୍ରତା କାରଣରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଲେ ସଫଳତା ପାଇବେ। ନିଜର ମନୋବଳ ହେତୁ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସମର୍ଥ ହେବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବୃଷ
ବୃଷ
ବ୍ୟୟଭାବକୁ ଶନିଦୃଷ୍ଟିଜନିତ ଧୀର ମନ୍ଥର ଗତିରେ କାମରେ ପ୍ରବୃତ୍ତ ହେବେ। ସକାଳୁ ସକାଳୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ନିକଟରୁ ପାଇ ଖୁସି ହୋଇପାରନ୍ତି। ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରରୁ ବିଶେଷ ଲାଭ ମିଳିପାରିବ। ନୀଚ୍ଚ ସଂସର୍ଗରୁ ଦୂରେଇ ନ ରହିଲେ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ।
ମିଥୁନ
ମିଥୁନ
ଆପଣଙ୍କ ଆକର୍ଷଣୀୟ ବ୍ୟବହାର ଅନ୍ୟମାନଙ୍କୁ ଆକର୍ଷିତ କରିବ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଆଇନ, ଅଦାଲତ ଓ କଳା, କାରିଗରି କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
କର୍କଟ
କର୍କଟ
ଆଜି ଯାହା ଖୋଜୁଛନ୍ତି ତାହା ପାଇବେ ଏବଂ ଯେମିତି ଭାବୁଛନ୍ତି ସେମିତି ହିଁ ହେବ। ଦୀର୍ଘଦିନର ଆଶା ଫଳବତୀ ହେବା ସମ୍ଭାବନା ରହିଛି କିନ୍ତୁ ଏଥିସକାଶେ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ପ୍ରକାଶନ, ଯାତ୍ରା, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ।
ସି˚ହ
ସି˚ହ
କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ଅନ୍ୟ ଉପରେ ନିର୍ଭର କରି ଚିନ୍ତିତ ହୋଇପାରନ୍ତି। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ ଅର୍ଥ ସଙ୍କଟଜନିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ। ପରୋକ୍ଷ ଶତ୍ରୁତା ଓ ବନ୍ଧୁଙ୍କ ବେଖାତିର କଥାରୁ ବିବ୍ରତ ରହିବେ।
କନ୍ୟା
ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ, ଋଣ ଯୋଗୁ ବ୍ୟସ୍ତ ରହିପାରନ୍ତି। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ସାୟାହ୍ନେ ଅର୍ଥ ଓ ସମ୍ମାନ ପାଇ ଖୁସି ହେବେ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡ଼ା, କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। କୌଣସି ପଦସ୍ଥ ବ୍ୟକ୍ତିଙ୍କ ବଦାନ୍ୟତା ଦୁଃଖ ଲାଘବରେ ସହାୟକ ହେବ।
ବିଛା
ବିଛା
କର୍ମକ୍ଷେତ୍ରରେ ଏକପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆମତ୍ୀୟଙ୍କ ସହ ଆଲୋଚନା କରିପାରନ୍ତି। କୈାଣସି ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ। କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ନୀଚ୍ଚ ଜାତିର ବ୍ୟକ୍ତିଙ୍କ ଦ୍ୱାରା ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇଯିବେ। ବାଣିଜ୍ୟ, ପରିବହନ, ସଭାସମିତି ଓ ରାଜନୈତିକ କ୍ଷେତ୍ରରୁ ସୁଫଳ ପାଇବାର ଆଶା ରହିଛି।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଦୂରେଇ ଯିବ ଓ ଆରୋଗ୍ୟ ଲାଭ କରିବେ। ପରିବାରରେ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ରାଜନୈତିକ କ୍ଷେତ୍ର ସମସ୍ୟା ବହୁଳ ରହିବ।
କୁମ୍ଭ
କୁମ୍ଭ
ଅସାବଧାନତା କାରଣରୁ ଧନହାନି ଓ ଅସଂଯମ କଥାବାର୍ତ୍ତାରୁ କଳହର ସୂଚନା ରହିଛି। ଆବଶ୍ୟକତା ପୂରଣ ସକାଶେ ଧାର ଉଧାର କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧ କ୍ରମେ ପରିଜନ ସହ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

କୌଣସି କାର୍ଯ୍ୟରେ ହେଉନା କାହିଁକି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବହୁତ କଥା କହିପାରନ୍ତି। ଆଜି ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ଆଲୋଚନା କାଳରେ ନିଜର ସିଦ୍ଧାନ୍ତ ବଦଳାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?