Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୭ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ହେତୁ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବକେୟା ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ ଘଟିବାର ସୂଚନା ରହିଛି। ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ ଅଦାଲତ ସମ୍ପର୍କରେ ଟେନସନ୍‌ ବୃଦ୍ଧି ପାଇପାରେ।
ବୃଷ
ବୃଷ
ପାରସ୍ପରିକ ଆପୋସ ଅଲୋଚନାଜନିତ ପାରିବାରିକ ସ୍ଥିରତା ସାଙ୍ଗକୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଆରମ୍ଭକରିଥିବା କାମଟି ପୂର୍ଣ୍ଣାଙ୍ଗ ହେବାରେ ନିଜ ପରିସରସ୍ଥ ସମ୍ପର୍କୀୟମାନେ ସାହାଯ୍ୟ କରିବେ। ଆବଶ୍ୟକତା ଅନୁଯାୟୀ କୌଣସି ନୂତନ ଜିନିଷ, ବସ୍ତ୍ରାଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
ଆଜି ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ରହିଥିବାରୁ କୌଣସି ବିବାଦୀୟ ମନ୍ତବ୍ୟ ଦେଇ ସମସ୍ୟା ଭିତରକୁ ଟାଣି ହୋଇଯାଇପାରନ୍ତି। ବଳହୀନ ରାଶ୍ୟାଧିପତି ଅନ୍ୟମାନଙ୍କ ସାହାଯ୍ୟ ନେଇ ସନ୍ତାନ ହେତୁକ ଦୁଶ୍ଚିନ୍ତାର ସମାଧାନ କରିବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି ଗମ୍ଭୀର ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ।
କର୍କଟ
କର୍କଟ
ଧନାଧିପତି ଉଚ୍ଚସ୍ଥ ହେତୁ ଅର୍ଥପ୍ରାପ୍ତି ସାଙ୍ଗକୁ କର୍ମାସାଧନ, ବିଶିଷ୍ଟବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନରୁ ଖୁସି ରହିବେ। ଯାନବାହନ କ୍ରୟ ସାଙ୍ଗକୁ କଳକାରଖାନା, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରୁ ସୁଫଳ ପାଇବେ। ନିଜଦ୍ୱାରା ଉପକୃତ ହୋଇଥିବା ଲୋକଙ୍କ ବେପରୁଆ ମନୋଭାବରୁ କ୍ଷୁବ୍ଧ ହେବେ। ସ୍ବାସ୍ଥ୍ୟସମସ୍ୟା ବିଗିଡିଯାଇପାରେ।
ସି˚ହ
ସି˚ହ
ଶିକ୍ଷା, ସନ୍ତାନ, ଆଲୋଚନା ଓ ଯୋଗାଯୋଗ କ୍ଷେତ୍ରରେ ସଫଳତା ହାସଲ କରିବେ। ରବିଙ୍କ ପ୍ରଭାବରୁ ସମସ୍ୟା ରହିଥିଲେ ମଧ୍ୟ ସମାଧାନର ରାସ୍ତା ଖୋଲିଯିବ। ଆତ୍ମୀୟଙ୍କ ସାନ୍ବନାମୂଳକ ସାହାଯ୍ୟର ପ୍ରତିଶ୍ରୁତି ମନ ହାଲୁକା କରିଦେବ। କର୍ମାରମ୍ଭ, ଗବେଷଣା, ଅଧ୍ୟୟନ, ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ।
କନ୍ୟା
ଆଜି ଘରକାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ ଫଳରେ ମାନସିକ ଶାନ୍ତି ରହିବ ନାହିଁ। ପରିବାର ସଦସ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ସାମାଜିକ ସ୍ତରରେ ସାହାଯ୍ୟକାରୀ ମନୋଭାବାପନ୍ନରୁ ପ୍ରଶଂସିତ ହେବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅନ୍ତର୍ନିହିତ ଅସନ୍ତୋଷ ମାନସିକ ଅଶାନ୍ତି ସୃଷ୍ଟି କରିବ। ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରି ପାରିବାରିକ ଓ କର୍ମକ୍ଷେତ୍ରକୁ ସଜାଡି ନେବାର ପ୍ରଯତ୍ନ କରିବେ। ଦୀର୍ଘଦିନ ପରେ କଚେରି ମାମଲାର ଶୁଣାଣିରୁ ଆଶ୍ୱସ୍ତିଲାଭ କରିବେ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବନାହିଁ।
ବିଛା
ବିଛା
ନିଜଲୋକଙ୍କ ବେଖାତିର ମନୋଭାବ ଓ ଅଣଦେଖା ମନକୁ ବାଧିପାରେ। ଅତୀତର ପରିଚିତ ବ୍ୟକ୍ତିଙ୍କ ସହ ଆଜିର ଆଲୋଚନା ପ୍ରୀତିପ୍ରଦ ରହିବ। ପାରିବାରିକ ସମସ୍ୟା ସମାଧାନରେ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ। ସରଳ ବିଶ୍ୱାସ କରିବା ଦ୍ୱାରା ଧନହାନି ସାଙ୍ଗକୁ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି।
ଧନୁ
ଧନୁ
ଆପଣଙ୍କ ଚେଷ୍ଟା, ଆଶା ଓ ଅଭିଳାଷ ପୂରଣ ହେବ। ସାମାୟିକ ସ୍ବାସ୍ଥ୍ୟହାନି ହେଲେ ମଧ୍ୟ ବିଶେଷ ଗୁରୁତର ହେବନାହିଁ। ଆଲୋଚନା କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। ପାରିବାରିକ, ପ୍ରଶାସନ ଓ ଯାତ୍ରା ଏବଂ ଶିଳ୍ପ, ବାଣିଜ୍ୟାରୁ ମଧ୍ୟ ଶୁଭଫଳ ପାଇବେ।
ମକର
ମକର
ଦୈହିକ ଓ ମାନସିକ ଅସୁସ୍ଥତାରୁ କାମ ଶୃଙ୍ଖଳିତ ହେବନାହିଁ। କର୍ମକ୍ଷେତ୍ରରେ କାର୍ଯ୍ୟ ସାଧନ, ବ୍ୟବସାୟ, ରାଜନୀତି ଓ ପ୍ରଶାସନିକ କ୍ଷେତ୍ର ପାଇଁ ମନ୍ଦ ହେବନି। ଆନୁଷ୍ଠାନିକ, ସାଂଗଠନିକ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ,ପରିବହନ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବାରୁ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ସହ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତିରେ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ

ପରିସ୍ଥିତି ବିଶେଷ ଭଲ ନ ଥିବାରୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟାଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ତଥାପି ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?