Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ଅଗ୍ରାଧିକାରଭିତ୍ତିରେ କରିବାକୁ ମନସ୍ଥ କରିବେ। ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ କେତେକ ଦୁଶ୍ଚିନ୍ତା ମାନସିକ ସ୍ଥିତିକୁ ଗମ୍ଭୀର କରିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। ଘରମାଲିକଙ୍କ ସହ ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଅର୍ଥ ଓ ସମ୍ମାନ ମିଳିବା ଦିଗରେ ବିଶେଷ ଲବି କରିବାକୁ ପଡିପାରେ। କଷ୍ଟ ସ୍ବୀକାର ଅପ୍ରିୟ ସତ୍ୟ ଭାଷଣ ଆଜିର କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହେବ। ରାଜନୈତିକ କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ସାହିତ୍ୟ, ଚର୍ଚ୍ଚା ଓ ସାମ୍ବାଦିକତା କ୍ଷେତ୍ରରୁ ସୁନାମ ଅର୍ଜନ କରିପାରିବେ।
ମିଥୁନ
ମିଥୁନ
ଆପଣ ମନେ ମନେ ଚିନ୍ତା କରିଥିବା କାମଗୁଡିକ ଆଜି ବାସ୍ତବରେ ଓଲଟା ହୋଇପାରେ। ବନ୍ଧୁମାନଙ୍କ ମେଳରେ ଆଜିର ମନୋରନ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହେବ। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଫିସ୍‌ କାମର କେତେକ ଘଟଣାର ବିବରଣୀ ସମୂହ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଟଙ୍କା ଆଣିପାରନ୍ତି। ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ଘଟିବା ସହ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପୁଷ୍ୟା ନକ୍ଷତ୍ର ଜିଦ୍‌ଖୋର ଯୋଗୁଁ ହଇରାଣ ହୋଇପାରନ୍ତି।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ମଧ୍ୟରେ କୈାଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
କନ୍ୟା
କାମ ହାସଲ ସକାଶେ ଅନ୍ୟମାନଙ୍କର ସହମତିକକୁ ଗୁରୁତ୍ୱ ଦେବେ। କିନ୍ତୁ ଚିତ୍ରା ନକ୍ଷତ୍ରର କାର୍ଯ୍ୟ ଗୁଡିକ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ। ଅର୍ଥ ସଂକଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ଅଟକି ରହିଯିବ।
ତୁଳା
ତୁଳା
ଲୋକସମ୍ପର୍କ ନ ଥିବାରୁ ଆବଶ୍ୟକ ସମୟରେ ପରିସରସ୍ଥ ଲୋକଙ୍କ ସହଯୋଗ ପାଇବେ ନାହିଁ। ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖାଯିବ, ଫଳରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ଆନୁଷ୍ଠାନିକ କାମରେ ଯୋଗଦେବା ସକାଶେ ନିମନ୍ତ୍ରୀତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ସାମୟିକ ଖୁସି ହୋଇଯିବେ। ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟିବ। ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ।
ଧନୁ
ଧନୁ
ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଜିର ଦୂରଯାତ୍ରା ସଫଳ ହେବ ଓ ଆଶା ମଧ୍ୟ ପୂରଣ ହେବାର ସୂଚନା ରହିଛି। ଅଭାବ ନଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଅସ୍ଥିରତାହିଁ ମାନସିକ ଅଶାନ୍ତିର କାରଣ ହୋଇପାରେ।
ମକର
ମକର
ଅଟକି ରହିଥିବା କାମଗୁଡିକ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ଅଦଳ ବଦଳ ହୋଇ ଯାଇପାରେ। ବନ୍ଧୁଙ୍କ ଫେରିବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବାର ଆଶଙ୍କା ଦେଖାଦେଇପାରେ। ଆର୍ଥିକ ଦୁଃସ୍ଥିତି ଚିନ୍ତା ଜନକ ପରିଣାମ ସୃଷ୍ଟି କରିବାର ଶଙ୍କା ଉପୁଜିବ। ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିବ।
ମୀନମୀନ
କୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜାନୁୟାରୀ ୧୬ ତାରିଖ – Daily Horoscope

ମେଷ ସକାଳୁ ସକାଳୁ ମନ କେବଳ ବନ୍ଧୁ ପରିଜନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପାରେ। ଆର୍ଥିକ ଦିଗରୁ ଆଜି ପାଇବେ ଯେମିତି, ଖର୍ଚ୍ଚ ମଧ୍ୟ କରିବେ...

ରାଶିଫଳ: ଗୁରୁବାର, ଜାନୁୟାରୀ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରି ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ପାଇବେ। ଆନୁଷ୍ଠାନିକ...

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୯ ତାରିଖ – Daily Horoscope

ମେଷ ମନକଥାକୁ ମନରେ ରଖି ସୁଯୋଗକୁ ଅପେକ୍ଷା କଲେ ଯାହା ଚାହୁଁଛନ୍ତି ତାହା ପାଇଯିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବା ଆଶଙ୍କା ରହିଛି।...

ରାଶିଫଳ: ବୁଧବାର, ଜାନୁଆରି ୮ ତାରିଖ – Daily Horoscope

ମେଷ ଆଜିର ବିରଳଯୋଗ ପ୍ରଭାବରେ ସରକାରୀ ସ୍ତରରେ ସମସ୍ୟା ସମାଧାନ, ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ରବି ଦେଶ ଯାତ୍ରାର ସୁଯୋଗ, ମାଙ୍ଗଳିକ କାମ, ନୂତନ...

ରାଶିଫଳ: ବୁଧବାର, ମେ ୧୯ ତାରିଖ – Daily Horoscope

ମେଷ ଆପଣଙ୍କର ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଦକ୍ଷତାହେତୁକ...

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ...

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ଦିନଟିରେ ବହୁତ ଭଲ କାମଗୁଡ଼ିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ...

ରାଶିଫଳ: ରବିବାର, ଜାନୁୟାରୀ ୨୩ ତାରିଖ – Daily Horoscope

ମେଷ ସମସ୍ୟା ସମାଧାନ ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ। ବନ୍ଧୁଙ୍କ ସହଯୋଗରୁ ହାତରେ ରହିଥିବା କାମ ପୂରା ଦମରେ କରିବାର ନିଷ୍ପତ୍ତି ନେବେ।...

Advertisement
Archives

Model This Week