Posted inRasifala

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ ଚନ୍ଦ୍ର ହେତୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବୃଷ
ବୃଷ
ଶୁକ୍ର ସହ ବୁଧଙ୍କ ସଂଯୋଗ କାରଣରୁ ବନ୍ଧୁଙ୍କ ନିକଟରୁ ଆର୍ଥିକ ଓ ବାଚନିକ ସାହାଯ୍ୟ ପାଇବେ। ପାରିବାରିକ ସମସ୍ୟା ସୁଧାରିନେବା ପାଇଁ ପ୍ରଯତ୍ନ କରି ଉପକୃତ ହେବେ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି। ଆଲୋଚନା ସମୟରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହେତୁ ତାହା ମାନସିକ ଅଶାନ୍ତିର କାରଣ ହୋଇପାରେ।
ମିଥୁନ
ମିଥୁନ
ଏକାଦଶସ୍ଥ ବୃହସ୍ପତି ପାପଗ୍ରହଯୁକ୍ତ ହେତୁ ଆଜିର ପ୍ରତ୍ୟୁଷ ଯାତ୍ରା କଷ୍ଟପ୍ରଦ ରହିପାରେ। ଆଜିଯାଏ ଯାହା କରିପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ କରିପାରିବେ। ହାତକୁ ନେଇଥିବା କାମ ଗୁଡ଼ିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିଯିବ। କ୍ରନିକ୍‌ ରୋଗପୀଡ଼ା ଲାଗିରହିଥିବାରୁ ସ୍ନାୟବିକ ଦୁର୍ବଳତା ବୋଧ କରିବେ।
କର୍କଟ
କର୍କଟ
ଆଜିର ଚନ୍ଦ୍ର ଧନସ୍ଥାନରେ ଥିବାରୁ ଅର୍ଥଲାଭ ସହ କଳ୍ପନାକୁ ବାସ୍ତବତାରେ ପରିଣତ କରିପାରିବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତିରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରିନେବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଘରକଥା ବୁଝତ୍ବାକୁ ସମୟ ପାଇବେନାହିଁ। କଚେରି ମାମଲା ମନ୍ଥର ହେବା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଶୁକ୍ରକ୍ଷେତ୍ରସ୍ଥ ରବି ପ୍ରଭାବରୁ ଶାନ୍ତ ଓ ସରଳ ମନରେ ପ୍ରତ୍ୟେକ କାମକୁ ସାକାର କରିବାରେ ସମର୍ଥ ହେବେ। ପରିବାରର ଅଭାବ ଓ ଅସୁବିଧାକୁ ନେଇ ଘରେ ସରଗରମ ଆଲୋଚନା ହୋଇପାରେ। ସହକର୍ମୀଙ୍କ ସହିତ ଟଙ୍କାପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ଜମିଜମା କାରବାରରେ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ।
କନ୍ୟା
କର୍ମାଧିପ ଅଷ୍ଟମସ୍ଥ ହେତୁ ସମସ୍ୟାଗୁଡ଼ିକ କମିବା ବଦଳରେ ବୃଦ୍ଧିପାଇବ। ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ସାଙ୍ଗକୁ ସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଲାଭ ଭାବରେ କର୍ମାଧିପ ଥିବାରୁ ଆଜି ଅର୍ଥଲାଭ ସହ ସମ୍ମାନ ପାଇପାରନ୍ତି। କିନ୍ତୁ ବ୍ୟୟାଧିପ ପ୍ରଭାବରୁ ଯେତିକି ପାଇବେ ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟହେବେ। ଘରୋଇ ଅଶାନ୍ତି ଲାଗିରହିବା ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ ପ୍ରଭୃତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଭାଗ୍ୟାଧିପ କର୍ମଭାବସ୍ଥ ହେତୁ ଆଜି ଉଦ୍ୟମ ନିଷ୍ଫଳ ହେବନାହିଁ। ବାଧ୍ୟବାଧକତାବଶତଃ ଇଚ୍ଛା ନ ଥିଲେ ମଧ୍ୟ ଯାତ୍ରା ପାଇଁ ଅନୁପ୍ରେରିତ ହେବେ। ସକାଳୁ ସକାଳୁ ପ୍ରିୟଜନଟିର ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁତ୍ସାହିତ କରିବ। ପ୍ରତିଯୋଗିତା ଏବଂ ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଦେବଗୁରୁଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି ସହ ବ୍ୟବସାୟ ସନ୍ତୋଷଜନକ ରହିବ। ସହକର୍ମୀ କିମ୍ବା ଆମତ୍ୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅଫିସରଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ।
ମକର
ମକର
କେତେକ ବ୍ୟତିକ୍ରମ ବ୍ୟତୀତ ଜୀବନଚର୍ଯ୍ୟା ଶୃଙ୍ଖଳିତ ରହିବ। ଘରେ ସମସ୍ତ ସୁବିଧା ଥିଲେ ମଧ୍ୟ ପରୋକ୍ଷ ଶତ୍ରୁତା, ଧାର କରଜ, ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଆଦୌ ପଡ଼ୁ ନ ଥିବା ଲୋକମାନେ ଗୁଣଗାନ ବଦଳରେ ନିନ୍ଦା କରିପାରନ୍ତି। ଆନୁଷ୍ଠାନିକ କାମ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସା ମିଳିବ।
କୁମ୍ଭ
କୁମ୍ଭ
ଶନି ଓ ଚନ୍ଦ୍ରଙ୍କ ପରସ୍ପର ବିଷମଦୃଷ୍ଟି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିବ। ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି। କୌଣସି ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେବେ।
ମୀନମୀନ

ଆଜି ସଭାସମିତି, କଳା, ସାହିତ୍ୟ କ୍ଷେତ୍ର ସହ ଦିନଟି ଆର୍ଥିକ ଦୃଷ୍ଟିକୋଣର ମନ୍ଦ ନୁହେଁ। ଶନି ପ୍ରଭାବରୁ କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗିରହିବ। କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?