Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ
ରାହୁ ସହ ବୁଧଙ୍କ ସଂଯୋଗରୁ କୌଣସି ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କାମ ଠିକ୍‌ ଭାବେ ସମ୍ପନ୍ନ ହେବାରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦେହ ଭଲ ରହିଲେ ମଧ୍ୟ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ।
ବୃଷ
ବୃଷ
ତୃତୀୟାଧିପ ଉଚ୍ଚସ୍ଥ ଯୋଗୁ ସକାଳୁ ଆପଣଙ୍କ ଅନୁରୋଧ ରକ୍ଷା କରି ବନ୍ଧୁ ଆସିପାରନ୍ତି। ପଡ଼ୋଶୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ କଳହକୁ ନିମନ୍ତ୍ରଣ କରିପାରନ୍ତି। ଆଲୋଚନା କାଳରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଆଜିର ଆର୍ଥିକ ସ୍ଥିତି ଓ ସାମାଜିକ ପରିସ୍ଥିତି ପ୍ରାୟତଃ ଠିକ୍‌ ରହିବ।
ମିଥୁନ
ମିଥୁନ
ଧନାଧିପ ବଳବାନ୍‌ ଯୋଗୁ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ମତାନ୍ତର ଜନିତ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ବ୍ୟବସାୟ ସଙ୍କୁଚିତ ହୋଇପାରେ। ବନ୍ଧୁଗହଣରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଲାଭସ୍ଥ ରାଶ୍ୟାଧିପ ଆପଣଙ୍କୁ କର୍ମମୁଖର କରାଇ ବୈଷୟିକ ଅଭିବୃଦ୍ଧି କରାଇବ। ଆଜିର କର୍ମକ୍ଷେତ୍ରରେ କଠିନ ଶ୍ରମ କିମ୍ବା ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ମୂଲ୍ୟବାନ ଜନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହେବ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅନୁଗାମୀଙ୍କ ସମର୍ଥନ କାମକୁ ତ୍ୱରାନ୍ବିତ କରିବ।
ସି˚ହ
ସି˚ହ
ସପ୍ତମଭାବରେ ଏକାଧିକଗ୍ରହ ଥିବା କାରଣରୁ ବିବାଦୀୟ ଘଟଣାରେ ଅପଦସ୍ଥ ହୋଇପାରନ୍ତି। ମାନସିକ ଅବସାଦଜନିତ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆଲୋଚନା ସମୟରେ ନିଜ ପକ୍ଷ ରଖିବା ସକାଶେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିପାରିବେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
କନ୍ୟା
କୋଣସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ଯୋଗୁ କାର୍ଯ୍ୟ ହାସଲ ସକାଶେ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ରୁଗ୍‌ଣ ପିତାଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ସ୍ବଗୃହୀ ଶନି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସହମତି କାରଣରୁ ପାରିବାରିକ ଜୀବନ ସୁଖରେ କଟିବ। ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ପ୍ରଥମେ ପ୍ରଥମେ ସହକର୍ମୀ କାମଟି କରିବା ସକାଶେ ଅମଙ୍ଗ ରହିଲେ ମଧ୍ୟ କାମଟି କରିଦେବେ। କ୍ରନିକ୍‌ ରୋଗଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା
ବିଛା
କେନ୍ଦ୍ରସ୍ଥ ତୃତୀୟାଧିପ ହେତୁ ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟା ସମାଧାନ ହେବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ସମସ୍ୟା ଆସିପାରେ। ବାଣିଜ୍ୟରେ ଆଶାଜନକ ସଫଳତା ଓ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭପ୍ରଭାବରୁ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଶତ୍ରୁମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି କରିପାରିବେ ନାହିଁ। ଆଲୋଚନା ସମୟରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବନ୍ଧୁଙ୍କ ସହାୟତାରେ ଧାତବ ଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି।
ମକର
ମକର
ଅର୍ଥ ସମ୍ପର୍କୀୟ ବିବାଦରେ ଲିପ୍ତ ରହିବାରୁ ମନ ଅଶାନ୍ତ ରହିବ। ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ଘରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କୌଣସି ବନ୍ଧୁଙ୍କ ସମ୍ପର୍କରେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଆକସ୍ମିକ ଭାବରେ କୌଣସି କାମ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ରବିଙ୍କ ପ୍ରଭାବରୁ ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଦିନର ଅଧିକାଂଶ ସମୟ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ପ୍ରଶାସନିକ ସଫଳତା ହାସଲ କରିବେ।
ମୀନମୀନ

ଚନ୍ଦ୍ର ଯୁକ୍ତ ଗୁରୁଜନିତ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। ସାମାଜିକ ସ୍ତରରେ ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆନୁଷ୍ଠାନିକ କାର୍ଯ୍ୟ ହାସଲ ସକାଶେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସୃଷ୍ଟି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri