Posted inRasifala

ରାଶିଫଳ: ସୋମବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ନୂତନ ଉତ୍ସାହର ସହ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଧନାଧିପ ରାଶିସ୍ଥ ହେତୁ ଦିନ ଭିତରେ ଯାହାକୁ ଯାହା କହିଲେ କଥା ରହିବ ଓ ଆର୍ଥିକ ସଙ୍କଟ ଦୂର ହେବ। ଶିଳ୍ପ, ବ୍ୟବସାୟ, ପରିବହନ ଶୁକ୍ର ପ୍ରଭାବରେ ସନ୍ତୋଷଜନକ ରହିବ। ଆନଷ୍ଠାନିକ କାମରେ ସାମାନ୍ୟ ସମସ୍ୟା ଦେଖାଦେବ।
ବୃଷ
ବୃଷ
ବଳବାନ୍‌ ରାଶ୍ୟାଧିପ ସହକର୍ମୀଙ୍କ ସହ ସୁବିଧାଜନକ ସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହ ସମ୍ପର୍କୀୟଙ୍କୁ ନିଜ କାମରେ ବିନିଯୋଗ କରାଇବେ। ପୁଅ, ବୋହୂଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଦୂରୀଭୂତ ପାଇଁ ପ୍ରଯତ୍ନ କରିପାରନ୍ତି। ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡିପାରେ ।
ମିଥୁନ
ମିଥୁନ
ରାଶିରେ ତିନୋଟି ଗ୍ରହ ଅବସ୍ଥାନ କରି କାର୍ଯ୍ୟସିଦ୍ଧି ସାଙ୍ଗକୁ ବିବାଦରେ ବିଜୟୀ କରାଇବେ। ରାଜନତିକ ଗ୍ରହ ରବି ଓ ରାହୁଙ୍କ ପ୍ରଭାବରେ ସରକାରୀକଳ, ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଆଲୋଚନା ଏବଂ ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ। ପରୋକ୍ଷ ଶତ୍ରୁତା ହେତୁ ବ୍ୟତିକ୍ରମ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଆଜିର ପ୍ରତ୍ୟୁଷ ଯାତ୍ରା, କର୍ମାରମ୍ଭ, ଅର୍ଥ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରୀତିପ୍ରଦ ହେବ। ଯେତେ ଚେଷ୍ଟା କଲେ ମଧ୍ୟ ଅନ୍ୟକୁ ଦେଇଥିବା ଜିନିଷଟି ଫେରି ପାଇବା କଷ୍ଟକର ହେବ। ବୟସ୍କଙ୍କ ବାରଣକୁ ଅବମାନନା କରି ଆତ୍ମୀୟଙ୍କ ରୋଷର ଶିକାର ହେବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେଇପାରିବେ।
ସି˚ହ
ସି˚ହ
ଗ୍ରହଙ୍କ ସାମ୍ୟତା କାରଣରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଚର୍ଯ୍ୟା ମନ୍ଦ ହେବନି। ମଘା ନକ୍ଷତ୍ର ବିଭିନ୍ନ ଟେନ୍ସନ ହେତୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢିଯିବ। କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ପ୍ରିୟଜନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଅର୍ଥ ସମ୍ପର୍କିତ ଅନୁଚିନ୍ତା, ପିଲାମାନଙ୍କ ସମସ୍ୟା, ନିଜର ଭଗ୍ନ ସ୍ବାସ୍ଥ୍ୟ ମନକୁ ସାମାନ୍ୟ ଚହଲାଇ ଦେଇପାରେ।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଭଲ ରହିବ। ପଡ଼ୋଶୀଙ୍କୁ ପ୍ରଲୋଭିତ କରି ନିଜ କାମରେ ଲଗାଇବାରେ ସମର୍ଥ ହେବେ। ଜମିଜମା କାରବାର, ଯାନ୍ତ୍ରିକ ଜିନିଷର ମରାମତି, ନିର୍ମାଣାଧୀନ କାମ ପୂର୍ବପରି ଚାଲୁରହିବ। ଭୁଲ୍‌ ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ।
ତୁଳା
ତୁଳା
ଧନାଧିପ କର୍ମଭାବରେ ଥିବାରୁ ଆର୍ଥିକ ମାନଦଣ୍ଡ ମଜଭୁତ ରହିବା ସାଙ୍ଗକୁ କର୍ମକ୍ଷେତ୍ର ମନ୍ଦ ହେବନି। ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। ପରିସ୍ଥିତି ମଧ୍ୟରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡ଼ିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହେବ। କିନ୍ତୁ ଉନ୍ନତ ଚିନ୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଆଦର ଗୌରବରେ ଆନନ୍ଦ ଅନୁଭବ କରିପାରନ୍ତି। ନିକଟ ଅତୀତରେ ରାଗ ପଡିଥିବା ବନ୍ଧୁ କ୍ରମଶଃ ମିଳାମିଶା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି। ବିଭିନ୍ନ ଆଶା ଓ ଆଶଙ୍କା ବିଜଡିତ ମନ ହେତୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ।
ଧନୁ
ଧନୁ
ଦୈହିକ ଓ ମାନସିକ ସୁସ୍ଥତା ନ ରହିଲେ ମଧ୍ୟ ବନ୍ଧୁବର୍ଗ ତଥା ଆତ୍ମୀୟଙ୍କ ସହୃଦୟତାରୁ ଖୁସି ରହିବେ। ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ମନ ଅନୁଯାୟୀ କାମ ସମ୍ପନ୍ନ ହୋଇଯିବ। ପାରିବାରିକ ସମସ୍ୟା ପଛକୁ ପକାଇ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ। ପ୍ରଶାସନ, ରାଜନୀତି, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ସାମଗ୍ରିକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଉନ୍ନତ ରହିବା ହେତୁ ଆଶା ପୂରଣ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ନିଜର କଳା, କୌଶଳର ପ୍ରୟୋଗକରି ପରିସ୍ଥିତିକୁ ଦେଖି କାମ କରିବା ଫଳରେ ଉପକୃତ ହେବେ। ଦୀର୍ଘ ଦିନ ହେଲା ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହୋଇପାରନ୍ତି ।
କୁମ୍ଭ
କୁମ୍ଭ
ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବା ଯୋଗୁ ସ୍ଥଗିତ କାମକୁ ଆଜି ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। କାର୍ଯ୍ୟ ଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନମୀନ

ଚତୁର୍ଥସ୍ଥ ଗ୍ରହଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ପାରିବାରିକ ସ୍ତରରେ ଯାହା କିଛି ସାଧାରଣ ସମସ୍ୟା ରହିଛି ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ଆଜିର ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri