Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ
ଆଜି ରବି ଓ ଚନ୍ଦ୍ର ତୃତୀୟସ୍ଥ ହେତୁ ଭାଇ, ବନ୍ଧୁ, କୁଟୁମ୍ବ ଓ ପରିବାର ପାଇଁ ଅନୁକୂଳ ଫଳ ମିଳିବ ନାହିଁ। ଧର୍ମସ୍ଥାନକୁ ଦୃଷ୍ଟି ହେତୁ ଧାର୍ମିକ କାର୍ଯ୍ୟ ସମ୍ପାଦନ, ଦେବଦର୍ଶନ ପାଇଁ ଇଚ୍ଛା ଜାଗ୍ରତ ହେବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ବୃଷ
ବୃଷ
ଶୁକ୍ର ସହ ମଙ୍ଗଳଜନିତ ଯେତେ ଭଲ କରିବା ଓ କହିବା ପାଇଁ ଚାହିଁଲେ ମଧ୍ୟ ପରିସ୍ଥିତି ତାହା କରାଇ ଦେଇ ନପାରେ। ଉଚ୍ଚସ୍ତରର ବନ୍ଧୁଙ୍କ ଦେଖାମିଳିବ, କିନ୍ତୁ ଦି’ପଦ କଥା ମଧ୍ୟ ହୋଇପାରିବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପୁରୁଣା ରୋଗ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ
ମିଥୁନ
ମନ ରାଇଜକୁ ବହୁତ କଥା ପଶି ଆସିବ, କିନ୍ତୁ ବିଚାର ବିଗିଡ଼ିଯିବ। ବାହାର ଜାଗାରେ ଆପଣଙ୍କର କୌଣସି କାମ ଅଟକି ରହିବ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତି ଦୂରେଇ ରହିବେ ଓ ବନ୍ଧୁତା ରହିଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇନେବେ। ଆକସ୍ମିକ ଭାବରେ ଯୋଜନା ନ ଥାଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ଶନି ଦୃଷ୍ଟିରୁ ବିଳମ୍ବିତ ସମୟକୁ ନେଇ ଉଦ୍ୟମକୁ ଭଣ୍ଡୁର କରିବାର ଯୋଜନା କରିବେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ସାଙ୍ଗକୁ ମାନସିକ ସନ୍ତୁଳନ ମଧ୍ୟ ହରାଇବେ। କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଓଲଟା ରହିବ। ଆପଣଙ୍କ ହିତ କଥାକୁ କିଏ ଶୁଣିବେ ନାହିଁ। ବାହାନା ଦେଖାଇ ଯିବା ପାଇଁ ବାଟ ଖୋଜିବେ। ଧାର କରଜ କରି କାମକୁ ଚଳାଇ ନେଇପାରନ୍ତି। ବ୍ୟବସାୟିକ କ୍ଷେତ୍ର, ଆଲୋଚନା ସଭା, ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ।
କନ୍ୟା
ଅସ୍ଥିରତା ଅନୁଭବ କଲେ ମଧ୍ୟ କାମଗୁଡ଼ିକ ସାମାନ୍ୟ ବ୍ୟତିକ୍ରମ ଭିତରେ ସମ୍ପନ୍ନ ହେବ। କୌଣସି ଖୋଜୁଥିବା ଅତ୍ୟାବଶ୍ୟକ କାଗଜପତ୍ର ନପାଇ ବ୍ୟସ୍ତ ହୋଇ ପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଯାତ୍ରା କାଳରେ ସମଧର୍ମୀୟ ବ୍ୟକ୍ତି ସହ ସମ୍ପର୍କ ସ୍ଥାପନ ହିତକର ହେବ।
ତୁଳା
ତୁଳା
ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ମଧ୍ୟ ଆଜି ଆପଣଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସୁବିଧା, ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ। ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ବାଣିଜ୍ୟାରମ୍ଭ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ।
ବିଛା
ବିଛା
କର୍ମକ୍ଷେତ୍ରରେ ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ବିଶୃଙ୍ଖଳିତ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ, ପରିବହନ, ପ୍ରକାଶନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ। ପରୋକ୍ଷ ଶତ୍ରୁତା ହେତୁ କୌଣସି ଦୀର୍ଘମିଆଦୀ କାମ ସକାଶେ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ଗୁରୁ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ନୂତନ ଯୋଜନାକୁ ସାକାର କରିବାକୁ ଚେଷ୍ଟା କରିବେ। ପ୍ରବଳ ବିରୋଧାତ୍ମକ ପରିବେଶରେ ମଧ୍ୟ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିପାରନ୍ତି। ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିବେ ନାହିଁ। ବନ୍ଧୁଙ୍କ ଭିଡ଼ରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ, କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ। ଆମତ୍ୀୟଙ୍କ ଅଶ୍ରଦ୍ଧା, ବନ୍ଧୁଙ୍କ ରାଗରୁଷା, ସ୍ତ୍ରୀଙ୍କ ମୁହଁଫୁଲା, ଯାତ୍ରା ଓ ବାଣିଜ୍ୟ ସମସ୍ୟାରେ ବ୍ୟସ୍ତ ରହିପାରନ୍ତି।
କୁମ୍ଭ
କୁମ୍ଭ
ଅନ୍ୟମନସ୍କତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। କଳକାରଖାନା, ହୋଟେଲ ଶିଳ୍ପ, ମନୋରଞ୍ଜନ, ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ନିଜ ପରିସରରେ ପାରିବେଶିକ ଅଶାନ୍ତି ସକାଶେ ଚିନ୍ତିତ ରହିବେ।
ମୀନମୀନ

କର୍ମ ପରିସର ବ୍ୟାପକ ହେବା କାରଣରୁ ଶାନ୍ତିରେ ନିଃଶ୍ୱାସ ନେଇପାରିବେ ନାହିଁ। ଲୋକ ସମର୍ଥନ ଥିବା କାରଣରୁ ଆପଣଙ୍କୁ ସମସ୍ୟା ମୁକ୍ତ କରାଇବାରେ ସହାୟକ ହେବେ। ଆକସ୍ମିକ ଭାବରେ ଜଣେ ନୀଚଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲିପାରିବେ ନାହିଁ। ନିଜର ଆମତ୍ୀୟ ତଥା ସମଶ୍ରେଣୀୟ ବ୍ୟକ୍ତିଙ୍କ ଈର୍ଷା ଓ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri