Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଏବଂ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ। ଧାର୍ମିକ କାର୍ଯ୍ୟ ସମ୍ପାଦନ, ଦେବଦର୍ଶନ ପାଇଁ ଇଚ୍ଛା ଜାଗ୍ରତ ହେବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ବୃଷ
ବୃଷ
ଆଜି ଯେତେ ଭଲ କରିବା ପାଇଁ ଚାହିଁଲେ ମଧ୍ୟ ସମୟ, ପରିବେଶ ଓ ପରିସ୍ଥିତି ତାହା କରାଇ ଦେବନାହିଁ। ଉଚ୍ଚସ୍ତରର ବନ୍ଧୁଙ୍କ ଦେଖା ମିଳିବ, କିନ୍ତୁ ଦି’ପଦ କଥା ହୋଇପାରିବେ ନାହିଁ। ଆତ୍ମୀୟମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ନିକଟତମ ବ୍ୟକ୍ତିମାନଙ୍କ ସାହାଯ୍ୟ ନ ପାଇଲେ ମଧ୍ୟ ଆପଣଙ୍କର କୌଣସି କାମ ଅଟକି ରହିବ ନାହିଁ। ଆକସ୍ମିକ ଭାବରେ ଯୋଜନା ନ ଥାଇ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଳକାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଅନାବଶ୍ୟକ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ମାନସିକ ସନ୍ତୁଳନ ହରାଇବେ। କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ର ହେବ। ପ୍ରତ୍ୟୁଷ ଯାତ୍ରା ସମୟରେ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ ପ୍ରଭୃତିରେ ସମସ୍ୟା ଆଶିଂକ ସମାଧାନ ହୋଇପାରିବ।
ସି˚ହ
ସି˚ହ
ପାରିପାର୍ଶ୍ୱିକ ପରିସ୍ଥିତି ଓଲଟା ରହିବା ହେତୁ ଯାହା ଭାବିବେ ତାହା କରିପାରିବେ ନାହିଁ। ପରିସ୍ଥିତିବଶତଃ ବିଭିନ୍ନ ସମସ୍ୟା ରହିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ। ବ୍ୟବସାୟିକ କ୍ଷେତ୍ର, ମାଙ୍ଗଳିକ କାମ, ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ।
କନ୍ୟା
ମାନସିକ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମ ସାମାନ୍ୟ ବ୍ୟତିକ୍ରମ ଭିତରେ ସମ୍ପନ୍ନ ହେବ। ଦୃଢ଼ ପଦକ୍ଷେପ ନେଇ ସ୍ଥଗିତ କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅଫିସ୍‌ରେ କୌଣସି ଅତ୍ୟାବଶ୍ୟକ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ତୁଳା
ତୁଳା
ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ମଧ୍ୟ ଆଜି କୌଣସି ଅସୁବିଧା ହେବ ନାହିଁ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏ ସମାଧାନ ହୋଇଯିବ। ସୁଯୋଗ ବିଭିନ୍ନ ଦିଗରୁ ଆସିବ ଏବଂ ଆବଶ୍ୟକତା ମଧ୍ୟ ପୂରଣ ହେବ । ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ହେତୁ ଆନନ୍ଦ ଅନୁଭବ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ବିଶୃଙ୍ଖଳିତ ରହିବ। ସ୍ବାସ୍ଥ୍ୟସମସ୍ୟା ଦେଖାଦେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ। ପରୋକ୍ଷ ଶତ୍ରୁତା ହେତୁ କୌଣସି ଦୀର୍ଘମିଆଦୀ କାମ ସକାଶେ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ନୂତନ ଯୋଜନାକୁ ସାକାର କରିବାକୁ ଚେଷ୍ଟା କରିବେ। କିନ୍ତୁ ଗ୍ରହମାନଙ୍କ କୁପ୍ରଭାବରେ ଆଜି ବିବାଦୀୟ ପରିସ୍ଥିତିରେ ଅପମାନିତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିବେ ନାହିଁ। ବନ୍ଧୁଙ୍କ ଭିଡ଼ରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ଅସାବଧାନତାବଶତଃ କୌଣସି ଜିନିଷ ହଜିଯିବ କିନ୍ତୁ ଅଳ୍ପ ସମୟ ପରେ ମଧ୍ୟ ପାଇଯିବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିପାରେ ।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ ଅନ୍ୟମନସ୍କତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଜମିଜମା, କଳକାରଖାନା, ହୋଟେଲ ଶିଳ୍ପ, ମନୋରଞ୍ଜନ, ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ମୀନମୀନ
ପାରିବାରିକ ଓ ଲୋକ ସମର୍ଥନ ଆପଣଙ୍କ ପଛରେ ରହିଥିବା କାରଣରୁ ସମସ୍ୟା ମୁକ୍ତ ହେବେ। ଆକସ୍ମିକ ଭାବରେ ଜଣେ ନୀଚଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲି ପାରିବେ ନାହିଁ। ନିଜର ଆତ୍ମୀୟ ତଥା ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ଈର୍ଷା ଓ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri