Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୧୬ ତାରିଖ – Daily Horoscope

ମେଷ
ସକାଳୁ ସକାଳୁ ମନ କେବଳ ବନ୍ଧୁ ପରିଜନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପାରେ। ଆର୍ଥିକ ଦିଗରୁ ଆଜି ପାଇବେ ଯେମିତି, ଖର୍ଚ୍ଚ ମଧ୍ୟ କରିବେ ସେମିତି। ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ ହେବ। ସତର୍କତାରେ ଚଳନ୍ତୁ, ଅନ୍ୟଥା ସାଧାରଣ ଘଟଣା ବିବାଦୀୟ ଭିନ୍ନ ରୂପ ନେବା ପରେ ଆପଣ ଅଡ଼ୁଆରେ ପଡ଼ିବେ।
ବୃଷ
ବୃଷ
ଦିନଟି ବନ୍ଧୁଙ୍କ ଗହଣରେ କଟିବ। ଆଜି ଭଲ ଖାଇବାକୁ ମିଳିବ ଏବଂ ଖର୍ଚ୍ଚ କରିବାକୁ ଟଙ୍କା ପଇସାର ଅଭାବ ରହିବ ନାହିଁ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝାମେଲା ଆସିପାରେ।
ମିଥୁନ
ମିଥୁନ
ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଜିନିଷ ହଜିବାର ସମ୍ଭାବନା ରହିଛି। ମୃଗଶିରା ନକ୍ଷତ୍ର ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ସଙ୍ଗଠନରେ କିମ୍ବା ରାଜନୀତିରେ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ। ସନ୍ତାନହେତୁକ ଚିନ୍ତା ଯିବ।
କର୍କଟ
କର୍କଟ
ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ। ଏକ ଭିନ୍ନ ପରିସ୍ଥିତିରେ ସାଧାରଣ କଥାରେ ବନ୍ଧୁ ମୁହଁ ଫଣ ଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ସାମୟିକ ଭାବରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। କଠିନ ଶ୍ରମ ଯୋଗୁ ଅପରାହ୍ଣରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ପରିବାରରେ କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଆଜି ସକାଳୁ ସକାଳୁ କୌଣସି ଅଶୁଭ ଖବର ମନକୁ ବିଷାଦ କରିପାରେ। ସାହାଯ୍ୟ କରିବାକୁ କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇବ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ସାମୟିକ ସମସ୍ୟା ରହିଲେ ମଧ୍ୟ ପରିସ୍ଥିତିକୁ ଟକ୍କର ଦେଇ ସମାଧାନ ପୂର୍ବକ ଶାନ୍ତିରେ ନିଃଶ୍ୱାସ ମାରିବେ। କର୍ମକ୍ଷେତ୍ରରେ ବିଭିନ୍ନ ଯୋଜନାର କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଓ ପୂର୍ବ ବକେୟାକୁ ପରିଶୋଧ କରିବେ। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ।
ବିଛା
ବିଛା
ଆଜି ଅତୀତ ସ୍ମୃତିଚାରଣ କରି ମାନସିକ ସ୍ତରରେ ବିଚଳିତ ବୋଧ କରିପାରନ୍ତି। ଉଚ୍ଚ ଆଶା ଧରି ଆଗେଇବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ନ ହୋଇପାରେ। ଫେରନ୍ତା ବାଟରେ ନୀଚବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ଯୋଗ ଜୁଟିବ।
ଧନୁ
ଧନୁ
ଆଜି କାର୍ଯ୍ୟପ୍ରଣାଳୀ ଓ ବିଚାରଧାରାକୁ ଅନ୍ୟମାନେ ପ୍ରଶଂସା କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। କେତେକ ଅବହେଳା ଯୋଗୁ ଅନେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ ଏବଂ ରୋଜଗାର ମଧ୍ୟ ଆଖିଦୃଶିଆ ହେବାର ସମ୍ଭାବନା ରହିଛି।
ମକର
ମକର
ସତର୍କତା ମଧ୍ୟରେ ଚଳିଲେ ମଧ୍ୟ ବ୍ୟାବହାରିକ ପରିବର୍ତ୍ତନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ। ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ପଡ଼ୋଶୀ ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ଏଣେ ପାରିବାରିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସଭାସମିତି, କଳା, ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ।
କୁମ୍ଭ
କୁମ୍ଭ
କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଅବଶ୍ୟ ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରି ଶାନ୍ତିରେ ନିଃଶ୍ୱାସ ମାରିବେ। କିନ୍ତୁ ଅଫିସ୍‌ରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ
ସତର୍କରେ ନ ଚଳିଲେ କଳହ ଦେଖାଦେଇପାରେ। ଖୋଜୁଥିବା ଲୋକଟିର ଖବର କିମ୍ବା ହଜିଯାଇଥିବା ଜିନିଷ ଆଜି ସାୟାହ୍ନେ ପାଇପାରନ୍ତି। ବନ୍ଧୁ ମେଳରେ ପରିସ୍ଥିତିରେ ପଡ଼ି ବନ୍ଧୁଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ଜଣେ ଅତିପ୍ରିୟ ମିତ୍ରଙ୍କର ବ୍ୟବହାର ମନରେ ଦୁଃଖ ଦେବାର ଆଶଙ୍କା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri