Posted inRasifala

ରାଶିଫଳ: ଗୁରୁବାର, ଫେବୃୟାରୀ ୧୬ ତାରିଖ – Daily Horoscope

ମେଷ
ରାହୁଙ୍କ ଯୋଗୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ପାଲଟିଯିବ। ସାମାଜିକସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ରହି ନ ପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି ଯଦ୍ଦ୍ବାରା କର୍ମହାନି ଘଟିପାରେ। ସାମାଜିକ ସ୍ତରରେ ଅସଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ କିନ୍ତୁ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ପ୍ରତ୍ୟେକ କାମରେ କିଛିନା କିଛି ବ୍ୟତିକ୍ରମ ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ସମସ୍ୟାଜନିତ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ବନ୍ଧୁମାନଙ୍କ ମେଳରେ ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ଆର୍ଥତ୍କ ଅବନତିର ସମୀକ୍ଷା କରିବେ ମାତ୍ର ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ଆଇନ କ୍ଷେତ୍ର ପୂର୍ବବତ୍‌ ରହିବ।
ସି˚ହ
ସି˚ହ
ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବନାହିଁ। କୌଣସି ଦର୍ଶନୀୟ ସ୍ଥାନ ପରିଦର୍ଶନଜନିତ ବନ୍ଧୁଙ୍କ ଅନୁରୋଧରେ ଦୂରଯାତ୍ରା କରିବାକୁ ପଡ଼ିପାରେ। କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ କାରଣରୁ କୌଣସି କାମ ଉତ୍ସାହପ୍ରଦ ରହି ନ ପାରେ। ସ୍ବାସ୍ଥ୍ୟ ଓ କର୍ମକ୍ଷେତ୍ର ଭଲ ରହିବ।
କନ୍ୟା
ତରବରିଆ ହେତୁ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ। ଉପରିସ୍ଥଙ୍କ ଶୁଭ ଭାବନାରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ମୂଲ୍ୟହୀନ କଥାରେ ମୁଣ୍ଡ ପୂରାଇ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି।
ତୁଳା
ତୁଳା
ପରିବାରର ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ।
ବିଛା
ବିଛା
ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟର ଗତି ମନ୍ଥର ହେବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ନିଜ ଲୋକମାନେ ଇର୍ଷାପରାୟଣ ହୋଇ ବିଶ୍ୱାସଘାତକତା କରିପାରନ୍ତି। ଅନ୍ୟର କଥାକୁ ସତ ମନେକରି ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।
ମକର
ମକର
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଗୃହସୀମା, ନିର୍ମାଣ, ଜମିଜମା, ଶିଳ୍ପ, ବାଣିଜ୍ୟାଦିରେ ସମସ୍ୟାମୁକ୍ତ ରହିବେ।
କୁମ୍ଭ
କୁମ୍ଭ
ସମସ୍ୟା ଭିତରେ ଚଳୁଥିବାରୁ ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟକର ହୋଇପାରେ। ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନମୀନ
ଆର୍ଥିକ ଅନଟନଜନିତ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖନ୍ତୁ,ନିଶ୍ଚିତ ଉପକୃତ ହେବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri