Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ବୃହସ୍ପତି ଯୁକ୍ତ ହେତୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଦିଗରୁ ଅର୍ଥ ରୋଜଗାର କରିବେ ଏବଂ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସେମିତି କିଛି ଅସୁବିଧା କରିପାରିବେନି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ
ବୃଷ
ସପ୍ତମାଧିପତି ମଙ୍ଗଳ ରାଶିରେ ଅବସ୍ଥାନ କରୁଥିବାରୁ ପାରିବାରିକ କ୍ଷେତ୍ର ସହୃଦୟତାପୂର୍ଣ୍ଣ ରହିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୈାଣସି ଉପଚାର କରିନପାରନ୍ତି।
ମିଥୁନ
ମିଥୁନ
ଧନାଧିପ ସ୍ବଭାବରୁ ଦୁଃସ୍ଥାନସ୍ଥ ଯୋଗୁ ଖର୍ଚ୍ଚଭାର ବୃଦ୍ଧି କାରଣରୁ ଦୁଃଚିନ୍ତା ବଢ଼ିବ। ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ ସେ ଓଲଟା କହିପାରେ। କଥାରେ ସଂଯମତା ହରାଇବା ଅନର୍ଥର କାରଣ ହେବ। କ୍ରୀଡା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ
କର୍କଟ
ଏକାଦଶସ୍ଥ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ପ୍ରତିହତ କରିବାର ସାମର୍ଥ୍ୟ ରହିବ। କିନ୍ତୁ ମୂଳା ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍‌ କରିବେ। କାର୍ଯ୍ୟସାଧନ ପରିସରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବାକାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ନୀଚ୍ଚାରୋହୀ କର୍ମାଧିପ ହେତୁ ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ତଥାପି କାମର ଚାପ ବହୁତ ବଢିଯିବ। ବନ୍ଧୁ ମାନଙ୍କୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ଦୁଃସ୍ଥାନସ୍ଥ ବୁଧ ପ୍ରଭାବରେ ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ହେବେ। ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦର ଅନୁଭବ କରିପାରନ୍ତି।
ତୁଳା
ତୁଳା
ଶନି ଦୃଷ୍ଟ ଶୁକ୍ର କାରଣରୁ କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ କିନ୍ତୁ ଶତ୍ରୁତା ମଧ୍ୟ ସୃଷ୍ଟି ହେବ। ଅପରାହ୍ନରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଆଜି ଦ୍ୱିତୀୟସ୍ଥ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଠିକ୍‌ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟାଜନିତ ମନ ବିଚଳିତ ରହିବ। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
ଶୁକ୍ରକ୍ଷେତ୍ରସ୍ଥ ଗୁରୁଜନିତ ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷଶତ୍ରୁତାର ପ୍ରଭାବ ଅନୁଭବ କରିବେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହୋଇପାରନ୍ତି।
ମକର
ମକର
ଦ୍ୱାଦଶସ୍ଥ ସପ୍ତମାଧିପତି ଯୋଗୁ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ। ପଡୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ। ଆମତ୍ୀୟସ୍ବଜନ ମାନଙ୍କ ସହିତ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଅନ୍ୟମନସ୍କଜନିତ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ନିକଟ ସଂପର୍କୀୟ ମାନଙ୍କ ଇର୍ଷା ଓ ଅସୂୟା ଭାବ ଯୋଗୁଁ ବିଚଳିତ ବୋଧ କରିବେ।
ମୀନମୀନ

 ଦୀର୍ଘଦିନ ହେଲା ଆପଣ ଯାହା ଆଶା କରୁଥିଲେ ତାହା ବହୁତ ବିଳମ୍ବରେ ଅବଶ୍ୟ ମିଳିବ। ଆନୁଷ୍ଟାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବନାହିଁ। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। ଶୁକ୍ରଙ୍କ ପ୍ରଭାବରେ କଳା, ସାହିତ୍ୟ , ସଂଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?