Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ
ପରିବାରର ସହମତି ଓ ସହଯୋଗ ଆପଣଙ୍କ କାମ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ ଆସିପାରି ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିପାରିବେ ନାହିଁ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶକ୍ରମେ ପ୍ରତିଯୋଗିତାରେ ସଫଳତା ହାସଲରେ ସମର୍ଥ ହେବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଉପସ୍ଥିତ ବୁଦ୍ଧିରେ କାର୍ଯ୍ୟ ସାଧନ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀମାନେ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବନାହଁି। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଟପୋଷକତା କାରଣରୁ ସାମୟିକ ମନୋବଳ କାମକୁ ତ୍ୱରାନ୍ବିତ କରିବ।
କର୍କଟ
କର୍କଟ
ଅତୀତର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦ ଦେଖାଦେଇପାରେ। ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ପୂର୍ବକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ।
ସି˚ହ
ସି˚ହ
ଦୀର୍ଘଦିନରୁ ଯାହା ଆଜିଯାଏ ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଆକସ୍ମିକ କାରଣକୁ ନେଇ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ। ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ।
କନ୍ୟା
କେତେକ ଅନିଚ୍ଛାକୃତ କାରଣବଶତଃ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ। ବାରମ୍ବାର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ। କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିବ। ପାରିବାରିକ ଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବେ।
ତୁଳା
ତୁଳା
ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟା ଆଣିପାରନ୍ତି। ସୁନିୟନ୍ତ୍ରିତ କାର୍ଯ୍ୟ ଲାଗି କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମ ଦେବ। ଆମତ୍ୀୟମାନେ ବିରୁଦ୍ଧାଚରଣ କରିପାରନ୍ତି। ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ସମ୍ପର୍କୀୟଙ୍କ ଅବଦାନକୁ ଭୁଲିପାରିବେ ନାହିଁ । ରାଜନୈତିକସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପରକଥାକୁ ପ୍ରାଧାନ୍ୟ ଦେଲେ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ। ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଧାଁ ଦଉଡ଼ କରିବାକୁ ପଡ଼ିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ଓ ସଦିଚ୍ଛା ଲାଭକରି ଖୁସି ରହିବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ନିଜର କୌଣସି କାମ ହାସଲ ପାଇଁ ପର ଉପରେ ନିର୍ଭର କରି ଚିନ୍ତାଗ୍ରସ୍ତ ହେବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ସାମୟିକ ବ୍ୟସ୍ତତାର କାରଣ ହୋଇପାରେ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣା ହେତୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିବେ। ସାମାଜିକସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ।
କୁମ୍ଭ
କୁମ୍ଭ
ଅଯଥା ସନ୍ଦେହଜନିତ କାରଣରୁ ଘରୋଇ କଳହ ବଢ଼ି ମନ ଭଲ ରହିବ ନାହିଁ। ଏଣେ କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡ଼ିକ ଠିକ୍‌ଭାବେ କାର୍ଯ୍ୟକାରୀ ହେବ ନାହିଁ। ବିଭିନ୍ନ ଅସୁବିଧାରେ ବୁଡ଼ିରହିଥିବା ସମୟରେ ନିଜ ଲୋକମାନେ ଦାଉ ସାଧିବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ସମସ୍ୟା ବିଜଡ଼ିତ ପରିସ୍ଥିତିରେ ବନ୍ଧୁଙ୍କ ସହାନୁଭୂତି ଲାଭକରି କାମ ହାସଲ କରିବେ। ସାମାଜିକସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ। ଆନୁଷ୍ଠାନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri