Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
ଶିକ୍ଷା, ସନ୍ତାନ, ଗବେଷଣା, ଲେଖାପଢା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କିନ୍ତୁ ଚୁ-ନାମାକ୍ଷର ବ୍ୟକ୍ତି ମାନସିକ ଦ୍ୱନ୍ଦ ଓ ଆଶାଆଶଙ୍କା ମଧ୍ୟରେ ବ୍ୟସ୍ତରହିପାରନ୍ତି। ପରିବାରରେ ଆଲୋଚନା ଓ ସମାଲୋଚନା ଭିତରେ ଶାନ୍ତି ଫେରି ଆସିବ। ତଥାପି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରହିବା ଭଲ।
ବୃଷ
ବୃଷ
ରାଶିରେ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ବ-ନାମାକ୍ଷର ସକାଶେ ଛୋଟ କଥାକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହୋଇପାରେ। ପ୍ରକାଶନ, ପ୍ରଶାସନ, କ୍ରୀଡା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କଲା ବେଳକୁ ଦେଖା ମିଳିନପାରେ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ ପରିବାରରେ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝାମେଲାର ସମ୍ଭାବନା ରହିଛି। ଆମଦାନୀ, ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ଫଳ ମିଳିବ। କୁ-ନାମାକ୍ଷର ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
କର୍କଟ
କର୍କଟ
ବିଭିନ୍ନ ବାଟରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ। ମାନସିକ ଦ୍ୱନ୍ଦ ଲାଗି ରହିବା କାରଣରୁ କେତେକ କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ହେ-ନାମାକ୍ଷର ସାଂଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ ଗଡବଡ ସୃଷ୍ଟି ହେବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ସାମାନ୍ୟ ବାଧା ଉପୁଜିଲେ ମଧ୍ୟ କାମ ଅଟକିବ ନାହିଁ। ମ-ନାମାକ୍ଷର ପାଇଁ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନପାରେ।
କନ୍ୟା
ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ପ୍ରତିଦ୍ୱନ୍ଦୀଙ୍କ ଅସନ୍ତୋଷଜନକ କାର୍ଯ୍ୟ ହେତୁ ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ସମସ୍ୟା ହେତୁ ଦୁଃଚିନ୍ତା ବଢିପାରେ। ପୁ-ନାମାକ୍ଷର ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି। ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତାରୁ ମାନସିକ ଦ୍ୱନ୍ଦର ଅବସାନ ଘଟିବ।
ତୁଳା
ତୁଳା
ଜଣେ ବିଶିଷ୍ଟବ୍ୟକ୍ତିଙ୍କ ଛତ୍ରଛାୟାରେ ଅସମ୍ଭବ କାମକୁ ସମ୍ଭବ କରିପାରିବେ। ତ-ନାମାକ୍ଷର ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହେବ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି। ଆର୍ଥିକ ଅଭିବୃଦ୍ଧି ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ର ନିରଙ୍କୁଶ ରହିଲେ ମଧ୍ୟ ସମସ୍ୟା ପିଛା ଛାଡିବ ନାହିଁ। ମାନସିକ ସ୍ଥିରତା ଅଭାବରୁ ବିନା କାରଣରେ ଝଗଡା ଲାଗିପାରେ। ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ। ନ-ନାମାକ୍ଷର କଳା ,ସାହିତ.ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ବିଚାରବିନା ନିଷ୍ପତ୍ତି ଗ୍ରହଣ କରିବା କାରଣରୁ ହଇରାଣରେ ପଡିପାରନ୍ତି। ଭ-ନାମାକ୍ଷରବ୍ୟକ୍ତିଙ୍କର ଉନ୍ନୟନ କାମ ବାଧାପ୍ରାପ୍ତ ସମ୍ଭାବନା ରହଛି। ବନ୍ଧୁଙ୍କ ପ୍ରେରଣାରେ ଚିକିସତ୍ାର ଆଶ୍ରୟ ନେବା କାରଣରୁ ଶାରୀରିକ ସୁସ୍ଥତା ଫେରିପାଇବେ। ରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀ ମାନଙ୍କ ସହ ତିକ୍ତତା ଦେଖାଦେବାର ସୂଚନା ରହିଛି। ବ୍ୟବସାୟ, ପରିବହନ ଓ ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଖ-ନାମାକ୍ଷର ବ୍ୟକ୍ତି ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁନ ପାଇ ବ୍ୟସ୍ତ ହୋଇ ପଡିବେ।
କୁମ୍ଭ
କୁମ୍ଭ
ଏକାଧିକ କାମରେ ସମ୍ପୃକ୍ତ ଥିଲେ ମଧ୍ୟ ସାମୟିକ ସ୍ବାସ୍ଥ୍ୟହାନୀ କାମକୁ ପ୍ରତିରୋଧ କରିବ। ନିଜର ଲୋକ ମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ଶ-ନାମାକ୍ଷରବ୍ୟକ୍ତିଙ୍କ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ଦୂରାବସ୍ଥା କାମକୁ କେତେମାତ୍ରାରେ ଅଟକାଇ ଦେଇପାରେ।
ମୀନମୀନ

ଆଜି ଦିନଟିକୁ ଯେପରି ଭାବରେ କଟାଇବାକୁ ମନସ୍ଥ କରିଥିଲେ ବାସ୍ତବରେ ସେପରି କିଛି ହୋଇପାରିବ ନାହିଁ। ପରିବେଶ ଓ ପରିସ୍ଥିତି ଆପଣଙ୍କ ଯୋଜନାକୁ ଓଲଟ ପାଲଟ କରିଦେଇପାରେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ଦ-ନାମାକ୍ଷର ବ୍ୟକ୍ତି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri