Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୧୫ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ସହକର୍ମୀଙ୍କ ଜରିଆରେ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ପ୍ରତୀକ୍ଷିତ କରିଥିବା ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ।
ବୃଷ
ବୃଷ
ଆଜି ଆର୍ଥିକ ଉନ୍ନତି, ସାମାଜିକ ସମ୍ମାନ ହେତୁକ ଦିନଟି ଉପଭୋଗ୍ୟ ରହିବ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରି ଉପକୃତ ହେବେ। ତୃତୀୟ ଭାବକୁ ଶୁକ୍ରଙ୍କ ଦୃଷ୍ଟି କଳା, କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପ୍ରଦାନ କରିପାରେ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ରାଶିକୁ ରବି ଓ ବୁଧ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କେତେକ କାମରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ସହକର୍ମୀ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି। ଋଣଭାର, କଚେରି ମାମଲା, ପରିବହନ ଓ ନିର୍ମାଣ ସମ୍ପର୍କୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।
କର୍କଟ
କର୍କଟ
ଚନ୍ଦ୍ର ଉପଚୟ ସ୍ଥାନରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କଷ୍ଟକର ହୋଇପାରେ। ଅର୍ଥ ସମ୍ପର୍କକୁ ନେଇ କିମ୍ବା ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦ ଆଶଙ୍କା ରହିଛି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆମତ୍ୀୟଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ, ନିର୍ମାଣ ଓ ପରିବହନରେ ସମସ୍ୟା ଦୂର ହେବ।
ସି˚ହ
ସି˚ହ
ଦ୍ୱିତୀୟା ଚନ୍ଦ୍ର ପ୍ରଭାବରେ ନିଜେ ହସିବେ ଏବଂ ଅନ୍ୟକୁ ହସାଇପାରନ୍ତି। କିନ୍ତୁ ଆଜି ଯାହା ଚାହୁଁଛନ୍ତି, ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। କୌଣସି ଅନାକାଂକ୍ଷିତ ସୂଚନା କ୍ରମେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ସୂଚନା ରହିଛି। ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
କନ୍ୟା
କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିବାରୁ ବିଚଳିତ ଅନୁଭବ କରିବେ। କେତୁ ପ୍ରଭାବରୁ ଅର୍ଥାଭାବ କାରଣରୁ ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ସମସ୍ୟାକୁ ଦ୍ୱିଗୁଣିତ କରିବ। ପ୍ରତିବନ୍ଧକଜନିତ ଯାତ୍ରା, ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ।
ତୁଳା
ତୁଳା
କର୍ମାଧିପତି ଗୁରୁଦୃଷ୍ଟି ହେତୁ ଆପଣ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ହେତୁ ବିବାଦର ସମ୍ମୁଖୀନ ହେବେ। ପାରିବାରିକ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଯେତେ ଭଲ କାମ କଲେ ମଧ୍ୟ ଖଳପ୍ରକୃତିର ଲୋକମାନେ ବିରୋଧାଚରଣ କରିପାରନ୍ତି। ହିତୈଷୀଙ୍କ ପ୍ରେରଣାରେ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହୀ ହେବେ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ସଭାସମିତିରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପାରସ୍ପରିକ ମତାନ୍ତରଜନିତ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବାର ଆଶଙ୍କା ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ପବ୍ଲିକେଶନ, କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ଧନୁ
ଧନୁ
ମୁଖଭାବସ୍ଥ ବଳବାନ୍‌ ଶନି ହେତୁ ଅପ୍ରିୟ ସତ୍ୟ ଭାଷଣ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟିର କାରଣ ହୋଇପାର। ବନ୍ଧୁମାନଙ୍କ ସାହାଯ୍ୟରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି। ପାରିବାରିକ ସମସ୍ୟା ଥିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବନାହିଁ। କର୍ମଜଞ୍ଜାଳ ବୃଦ୍ଧିଜନିତ ଆଜି ଜମା ଫୁରୁସତ୍‌ ପାଇବେ ନାହିଁ।
ମକର
ମକର
କେତୁ ପ୍ରଭାବରୁ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ଅସମର୍ଥ ହୋଇପାରନ୍ତି। ଅବଶ୍ୟ ସମ୍ପର୍କୀୟ ମାନଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ। ଦୀର୍ଘଦିନରୁ ଲାଗି ରହିଥିବା କ୍ରନିକ୍‌ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟାରେ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
ଦେବଗୁରୁ ପ୍ରଭାବରୁ ଅଭାବ ନ ଥାଇ ମଧ୍ୟ ଘରୋଇ କଳହଜନିତ ମନ ଭଲ ରହିବ ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠିକ୍‌ ସମୟରେ ନିଜ ଲୋକମାନେ ମଧ୍ୟ ଦାଉ ସାଧିବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ପିଲାମାନଙ୍କ କୃତୀ ଓ କୃତିତ୍ୱ ହେତୁ ଗର୍ବ ଅନୁଭବ କରିବେ।
ମୀନମୀନ
ଯେଉଁ ଜିନିଷର ଅଭାବ ଥିଲା, ଆଜି ତାହା ପୂରଣ ହୋଇଯିବ। ମଙ୍ଗଳଙ୍କ ଶୁଭତ୍ୱ କାରଣରୁ ନିଜ ପରିସରରେ ରହୁଥିବା ବନ୍ଧୁଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପ୍ରାୟତଃ ପାରିବାରିକ ପରିସ୍ଥିତି ଭଲ ରହିବ। ଲେଖାପଢ଼ା, ଯାତ୍ରା, ବାଣିଜ୍ୟ, କ୍ରୟବିକ୍ରୟ ତଥା ବାଦବିବାଦ ଓ ଆଲୋଚନା ଫଳପ୍ରଦ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?