Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୧୫ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରର ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ମନୋରଞ୍ଜନ କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ଉନ୍ନତି ସହ ଶିକ୍ଷା, ସନ୍ତାନଙ୍କ କ୍ଷେତ୍ରରେ ସାମୟିକ ସମସ୍ୟା ଆସିପାରେ।
ବୃଷ
ବୃଷ
ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେଇପାରନ୍ତି। ରୋହିଣୀ ନକ୍ଷତ୍ର ସବୁ କାମରେ ଆଗୁଆ ରହିବାରୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ହୋଇପାରେ। କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା, ପ୍ରଶାସନ, ସଂଗଠନ, ରାଜନୀତିରେ ଲକ୍ଷ୍ୟ ହାସଲ କରିବେ।
ମିଥୁନ
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ର ଯେତିକି ଅର୍ଥ ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କାହାରି କଥାରେ ଭାସିଯାଇ କାମ କଲେ ଅନୁତାପ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ମାତ୍ର ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ସତର୍କରେ ନ ଚଳିଲେ ଅର୍ଥହାନି ଏବଂ ସଂଯମରେ ନ କହିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। କୌଣସି ବନ୍ଧୁ ସ୍ବାର୍ଥସାଧନ ଲାଗି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପୁଷ୍ୟା ନକ୍ଷତ୍ର ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେ ନାହିଁ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ, ପ୍ରଶାସନ, ସଂଗଠନ, ରାଜନୀତିରେ ଅଭିଯୋଗ ଆସିପାରେ।
ସି˚ହ
ସି˚ହ
ଆଜି ଉତ୍ତରା ଫାଲଗୁନୀ ଯେଉଁ କାମରେ ହାତ ଦେବେ ସଫଳତା ପାଇବା କଷ୍ଟକର ହେବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଦିନ ଗୋଟାଏ ପରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭକରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେଇପାରିବେ।
କନ୍ୟା
କର୍ମଜଞ୍ଜାଳ ବୃଦ୍ଧି ଯୋଗୁ ମାନସିକ ଶାନ୍ତି ପାଇବେ ନାହିଁ । ଚିତ୍ରା ନକ୍ଷତ୍ର ବନ୍ଧୁଗୃହ ଗମନ ଯୋଗ ରହିଛି। ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ ଅନ୍ୟଥା କଳହର ଆଶଙ୍କା ରହିଛି। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ ।
ତୁଳା
ତୁଳା
ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ସ୍ବାତୀ ନକ୍ଷତ୍ର ସକାଶେ ଆମତ୍ତୃପ୍ତିର କାରଣ ହେବ। ନିଜ ଲୋକଙ୍କୁ ପାଖରେ ପାଇ ଦୁଃଖ ଭୁଲିଯାଇ ପାରନ୍ତି। ସ୍ବାତୀ ନକ୍ଷତ୍ର ବନ୍ଧୁଙ୍କ ନିକଟରୁ କୌଣସି ବାଧିଲାଭଳି କଥା ଶୁଣି ଫେରିବାକୁ ମନସ୍ଥ କରିପାରନ୍ତି। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଲାନ୍ତି ଅନୁଭବ କରିବେ।
ବିଛା
ବିଛା
ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷର ବାତାବରଣ ମଧ୍ୟରେ ବିଶେଷ ଭାବରେ ବିଚଳିତ ହୋଇପାରନ୍ତି। ଅନୁରାଧା କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତାରେ ଜୟଯୁକ୍ତ ହୋଇପାରନ୍ତି।
ଧନୁ
ଧନୁ
ସମ୍ପର୍କୀୟଙ୍କ ଆତ୍ମୀୟତା ସଙ୍ଗକୁ ଅଭିଳାଷ ପୂରଣ ଜନିତ ମନ ଖୁସି ରହିବ। ଭାଙ୍ଗି ପଡିଥିବା ସମ୍ପର୍କକୁ ଯୋଡିବା ସକାଶେ ଚେଷ୍ଟା କରି ମଧ୍ୟ ପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ଉତ୍ତରାଷାଢା ନକ୍ଷତ୍ରର ପାରିବାରିକ ସମସ୍ୟାର ସମାଧାନ ଆଶା କ୍ରମଶଃ ଉଜ୍ଜ୍ୱଳତର ହୋଇପାରେ।
ମକର
ମକର
କର୍ମକ୍ଷେତରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଭାବାବେଗକୁ ରୋକି ପାରିବେ ନାହିଁ। ଉତ୍ତରାଷାଢା ନକ୍ଷତ୍ରର ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଦେଖିବାକୁ ମିଳିବ। ପ୍ରଶାସନିକ କ୍ଷେତ୍ରରେ, କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଆଦୃତ ହେବେ ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦକୁ ଟାଣି ହୋଇ ପାରନ୍ତି। ଗତକାଲିର କୈାଣସି ଘଟଣାକୁ ନେଇ ଆଜି ମନ ଭାରାକ୍ରାନ୍ତ ରହିବ। ପୂର୍ବଭାଦ୍ରବ ନକ୍ଷତ୍ରକୁ ବିବାଦୀୟ ଘଟଣାରେ, କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସାଧାରଣ କଥାରୁ ସମ୍ପର୍କରେ ଭଟ୍ଟା ପଡିପାରେ।
ମୀନମୀନ
ଆଜି ଦିନଟିରେ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri