Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୧୪ ତାରିଖ – Daily Horoscope

ମେଷ
ପ୍ରିୟଜନଙ୍କ ସହ ଧାର୍ମିକ କ୍ଷେତ୍ରକୁ ଯାତ୍ରା ପ୍ରୀତିପ୍ରଦ ରହିବ। ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ନୂଆ ପରିବେଶରେ ଦେଖି ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଥବା କୌଣସି ନୂଆ ଯୋଜନା ସକାଶେ ମନ ବଳାଇବେ। ଆଲୋଚନା ପରିସର କିମ୍ବା ସଭାସମିତିରେ ନିଜ ମତକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।
ବୃଷ
ବୃଷ
ଆପଣ ଯେତେ ଭଲ କାମ କଲେ ମଧ୍ୟ ଘରର ସଦସ୍ୟମାନେ ପୂର୍ଣ୍ଣତଃ ସନ୍ତୁଷ୍ଟ ହୋଇପାରିବେ ନାହିଁ। କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାମ ହାସଲ କରିବେ। କୌଣସି ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଇପାରନ୍ତି। ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶରେ ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଂଶିକ ସଫଳତା ପାଇବେ। ପୁରାତନ ରୋଗର ପୀଡ଼ା କର୍ମକ୍ଷେତ୍ରକୁ ନିରୁତ୍ସାହିତ କରିବ। ବ୍ୟବସାୟ ଓ ପରିବହନ ଲାଗି ଦିନଟି ଭଲ କିନ୍ତୁ ଭୁଲ୍‌ ବୁଝାମଣା ନ ହେଲାଭଳି କାମ କରିବା ଭଲ। ପାରିବାରିକ, ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ସ୍ଥିତି ଭଲ ରହିବ।
କର୍କଟ
କର୍କଟ
ସମସ୍ୟା ବିଜଡ଼ିତ ରହୁଥିବାରୁ କର୍ମକ୍ଷେତ୍ରରେ ବିଭିନ୍ନ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ। ସମ୍ପତ୍ତି ବିବାଦ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନୈରାଶ୍ୟ ହେତୁ ବନ୍ଧୁଟି ଅଭିମାନଭରା କଥା କହି ଦୁଃଖ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତିସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜ କାମଟି ଅଟକି ରହିଯିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପ୍ରକାଶନ ଓ ପ୍ରଶାସନରେ ଅସୁବିଧା ହେବନି। ଶତ୍ରୁତା କାରଣରୁ ସମ୍ପର୍କୀୟଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାରୁ ମାନସିକ ସ୍ଥିରତା ରହିବ ନାହିଁ। ଆଜି ବିବାଦୀୟ କଥା କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। କୌଣସି କର୍ମଚାରୀ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ତାହାର ଆପଣଙ୍କ ପ୍ରତି ଥିବା ଭଲ ମନୋଭାବକୁ ବଦଳାଇଦେବ। ବ୍ୟବସାୟ, ପରିବହନରେ ଉନ୍ନତି କରିବେ।
ତୁଳା
ତୁଳା
କୌଣସି ଦୀର୍ଘ ମିଆଦି ଯୋଜନା ଫସର ଫାଟିଯିବ। ଅନ୍ୟମାନଙ୍କ ସକାଶେ ଯେତେ ଭଲ କାମ କଲେ ସୁଦ୍ଧା ଆପଣ ଜମା ପ୍ରଶଂସା ପାଇବା କଷ୍ଟକର ହେବ। ଆଜି ଇଚ୍ଛା ନ ଥିଲେ ମଧ୍ୟ ହଠାତ୍‌ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
ବିଛା
ବିଛା
ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନତୁବା ପରେ ଚିନ୍ତା କରିବାକୁ ପଡ଼ିବ। ଯାନବାହନରେ ଯିବା ଆସିବା ସମୟରେ ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ବ୍ୟବସାୟ,ବାଣିଜ୍ୟରେ କ୍ଷତିର ଭରଣା ସକାଶେ ପ୍ରଯତ୍ନ କଲେ ଉପକୃତ ହେବେ। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକପ୍ରକାର ଭଲ ହେବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖାଦେଇପାରେ।
ମକର
ମକର
ଆଜି ଯେକୌଣସି ପ୍ରକାରେ ଗୁରୁତ୍ୱପୂର୍ଣ୍ଣ କାମଟି ଶେଷ କରିବାକୁ ବାଧ୍ୟ ହେବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ଓଲଟି ଦୋଷାରୋପ କରିପାରନ୍ତି। ଦୂର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଭୁଲ୍‌ ବୁଝାମଣା ଯୋଗୁ ପରିବାର ଭିତରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହି ଦୁଶ୍ଚିନ୍ତାର କାରଣ ପାଲଟିଯିବ। ଶିଳ୍ପ, ବାଣିଜ୍ୟ, ପରିବହନ, ମାଲି ମକଦ୍ଦମା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ର ମନ୍ଦ ହେବନି।
ମୀନମୀନ
ଆଜି ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅତି ନିକଟରେ ରହୁଥିବା ବନ୍ଧୁ ଦ୍ୱାରା କାମ ହାସଲ କରିବେ। ପିଲାମାନଙ୍କୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ବନ୍ଧୁ ପ୍ରତିଶ୍ରୁତି ଦେଇ ମଧ୍ୟ ଆସି ନ ପାରନ୍ତି, ଯାହାକି ବିରକ୍ତିର କାରଣ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?