Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ଅପରାହ୍ନରେ ପାଇବେ। ରାସ୍ଥାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ ।
ବୃଷ
ବୃଷ
ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ କିମ୍ବା ସହକର୍ମୀ ସହଯୋଗର ହାତ ବଢ଼ାଇବେ। ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ନିଜର ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ।
ମିଥୁନ
ମିଥୁନ
କୌଣସି ବ୍ୟକ୍ତିଙ୍କୁ କଟୁ ସତ୍ୟ କହିବାରୁ ତିକ୍ତତା ସୃଷ୍ଟି ହୋଇପାରେ। କର୍ମାରମ୍ଭ ପାଇଁ ପରିବାରରୁ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ବିଭିନ୍ନ ପ୍ରକାର ସମସ୍ୟା ହେତୁ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ।
କର୍କଟ
କର୍କଟ
ମନ କଥା ମନରେ ରଖି ସବୁ କଥାକୁ ଚିନ୍ତାକରି କାମ ନ କଲେ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ବିଭିନ୍ନ ପ୍ରକାର ଯୋଜନା କରିବେ ସିନା କାର୍ଯ୍ୟତଃ ପାଦେ ମାତ୍ର ଆଗକୁ ଯାଇପାରିବେ ନାହିଁ। ଋଣ ଭାରରେ ଅତିଷ୍ଠ ହୋଇ ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରିପାରନ୍ତି ମାତ୍ର ଫଳ ପାଇବେ ଓଲଟା। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା ନ କଲେ ନିରାଶରେ ଘୂରି ବୁଲିବାକୁ ପଡ଼ିବ। ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ତୁଳା
ତୁଳା
ବିଭିନ୍ନ ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳରେ ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ।
ବିଛା
ବିଛା
ଯାହା ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟରୁ ହୋଇପାରିବ। ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରି ସଫଳତା ପାଇବେ। ପରିବାରର ସଦସ୍ୟ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ପଡ଼ୋଶୀଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ପିଲାଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱରେ ଆନନ୍ଦ ଅନୁଭବ କରିବେ। ବାଟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ, ଏଣୁ ଗାଡ଼ିକୁ ପରଖି ନେବା ଭଲ ହେବ। ଆପଣଙ୍କ ଉଦ୍ଦେଶ୍ୟରେ ଗୋପନ କଥାକୁ କେନ୍ଦ୍ର କରି ମନରେ ଛନକା ପଶିପାରେ।
ମକର
ମକର
ଆଜି ସକାଳୁ ହଠାତ୍‌ କୌଣସି ଖବର ପାଇ ବିଚଳିତ ହେବେ। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶତ୍ରୁମାନେ ଚେଷ୍ଟାକରି ବିଭିନ୍ନ ପ୍ରକାର ଝମେଲା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ଓ କଥାରେ ସଂଯମ ରକ୍ଷା ନ କଲେ ବନ୍ଧୁରେ କଳହ ହୋଇପାରେ। ପରିବହନରେ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ
କର୍ମ କ୍ଷେତ୍ରରେ ଉଚ୍ଚ ଅଫିସରଙ୍କ ସହ ସମ୍ପର୍କ ହାନି ଚିନ୍ତାର କାରଣ ହେବ। ପରିବାରରେ ପିଲାମାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ମନ ଅସ୍ଥିର ରହିବ ଓ ମାନସିକ ବ୍ୟଥା ଅନୁଭବ କରିବେ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri