Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ
ଆଜି ନୀଚସ୍ଥ ଚନ୍ଦ୍ର ଯୋଗୁ ପାରିବାରିକ ଅସ୍ଥିରତାଜନିତ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ର ବନ୍ଧୁ ସହଯୋଗରେ କାମ ହାସଲ କରିବେ। ସାମାଜିକ ସ୍ତରରେ ଆଜି ଯାହାକୁ ଯାହା କହିବ ସେହି ବ୍ୟକ୍ତି କଦାପି ମନାକରିବ ନାହିଁ। ଆଜିର ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ଆଜି ପୂର୍ବ ଯୋଜନାନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଏବଂ ବନ୍ଧୁଙ୍କୁ ମନେଇ କାମ ହାସଲ କରିବେ। ସଙ୍ଗୀତ ସମାରୋହ, ସତ୍‌ସଙ୍ଗ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରନ୍ତି। ଜନକଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟ, ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ଫଳ ମିଳିବ। ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥା ଚିନ୍ତା କରିବେ।
ମିଥୁନ
ମିଥୁନ
ପ୍ରାଥମିକ ସ୍ତରରେ ହଡ଼ବଡ଼େଇ ଗଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ପାଇବେ। ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ବିକିବା ଦିଗରେ କ୍ଷତିରେ ପଡ଼ିପାରନ୍ତି। ମୃଗଶିରା ନକ୍ଷତ୍ରର ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁ ସହ ଆନୁଷ୍ଠାନିକ କାମ ପାଇଁ ଆଲୋଚନା କରିବେ।
କର୍କଟ
କର୍କଟ
ରବିଙ୍କ ପ୍ରଭାବରୁ କୌଣସି କଥାକୁ ଖାତିର ନ କରି ଆଗକୁ ମାଡ଼ି ଚାଲିବେ। ସମ୍ମୁଖରେ କିଏ କିଛି ସିନା କହିବେ ନାହିଁ ପଛରେ ସମାଲୋଚନା କରିବେ। ପୁନର୍ବସୁ ନକ୍ଷତ୍ରର କର୍ମଜଞ୍ଜାଳ ଓ କାର୍ଯ୍ୟବ୍ୟସ୍ତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ପରିବାରରେ ସମସ୍ୟା ସମାଧାନ ପାଇଁ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବ ନାହିଁ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ନକ୍ଷତ୍ର କାମଗୁଡ଼ିକ ଡେରିରେ ସମ୍ପନ୍ନ ହେବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବାରୁ ବ୍ୟସ୍ତତା ପ୍ରକାଶ କରିବେ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବାଣିଜ୍ୟ, ଜମିଜମା କାରବାର, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ।
କନ୍ୟା
ପରିସ୍ଥିତିବଶତଃ ଶତ୍ରୁତା କରୁଥିବା ଲୋକ ମିତ୍ର ସାଜିବା ପାଇଁ ଚେଷ୍ଟିତ ହେବେ। ହସ୍ତା ନକ୍ଷତ୍ର ଅଟକିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇପାରନ୍ତି। ରାଜନୀତି, ସଂଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ସମସ୍ୟାର ଆଶୁ ସମାଧାନ ଆଶା ରହିଛି।
ତୁଳା
ତୁଳା
କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ଜନିତ ଟେନ୍ସନ ଲାଗି ରହିବ। ବିଶାଖା ନକ୍ଷତ୍ରର ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ। ଭୁଲ୍‌ ବୁଝାମଣା କାରଣରୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ବିଛା
ବିଛା
ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଘଟଣାକୁ ଭଲରୂପରେ ନ ବୁଝି ସହକର୍ମୀ କିମ୍ବା ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅନୁରାଧା ନକ୍ଷତ୍ର ସକାଶେ ପାଖରେଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ।
ଧନୁ
ଧନୁ
ବନ୍ଧୁଙ୍କ ଆଗରେ ମନଖୋଲା କଥା ପ୍ରକାଶ କରି ପାରିଲେ ହିଁ ଭଲ ହେବ। ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ମୂଳା ନକ୍ଷତ୍ରକୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ମକର
ମକର
କୂଟନୀତି ପ୍ରୟୋଗକରି ଯେମିତି ଚାହୁଁଛନ୍ତି ସେମିତି କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି। ଶ୍ରବଣା ନକ୍ଷତ୍ର ଆଜିର ଯାତ୍ରା କାଳରେ ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ବିବାଦରେ ପଶିଲେ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡ଼ି ହେବ ନାହିଁ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ବଦଳରେ କଷ୍ଟକର ହେବ। ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ଅନୁତାପ ପାଇଁ ସମୟ ପାଇବେ ନାହିଁ। ଶତଭିଷା ନକ୍ଷତ୍ର ଜମିଜମା କାରବାର, ନିର୍ମାଣ ବାଣିଜ୍ୟ, ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ।
ମୀନମୀନ

ଉତ୍ତରଭାଦ୍ର ନକ୍ଷତ୍ରର ବନ୍ଧୁମାନଙ୍କ ସହ ଯୋଗାଯୋଗ ନିରର୍ଥକ ହେବନାହିଁ। ପରିବାରର ଖର୍ଚ୍ଚ ଭାର ବଢ଼ି ଯିବା କାରଣରୁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ସଫଳତା ହାସଲକରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?