Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ
ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ମାତ୍ର ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ବୃଷ
ବୃଷ
ଦ୍ୱିତୀୟ ଚନ୍ଦ୍ରଜନିତ ନିଜର ଆତ୍ମୀୟମାନଙ୍କ ସ୍ନେହ, ସହାନୁଭୂତି ଓ ଆଦର ଗୌରବ ଲାଭ କରିବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। କ୍ଷତିର ଆଶଙ୍କା କରି ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି।
ମିଥୁନ
ମିଥୁନ
ଧନାଧିପ ରାଶିରେ ରହିଥିବାରୁ ଅର୍ଥପ୍ରାପ୍ତି ସାଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ଘରୋଇ ଆଲୋଚନା କ୍ଷେତ୍ରରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବାର ସମ୍ଭାବନାକୁ ମଧ୍ୟ ଏଡ଼ି ହେବ ନାହିଁ। ବ୍ୟବସାୟ, ପରିବହନ, ଯାତ୍ରା, ଆଲୋଚନା କ୍ଷେତ୍ର ଭଲ ରହିବ।
କର୍କଟ
କର୍କଟ
ଅଷ୍ଟମସ୍ଥ ପାପଗ୍ରହଜନିତ ଆଜି ଅପ୍ରିୟ ସତ୍ୟ ଭାଷଣରୁ ସମସ୍ୟା ସୃଷ୍ଟି ସାଙ୍ଗକୁ ଦୂରଦର୍ଶିତାବିହୀନ କାର୍ଯ୍ୟରୁ ଅପଦସ୍ଥ ହୋଇପାରନ୍ତି। ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ଯୋଜନାରମ୍ଭ ପାଇଁ ପରିବାରରୁ ସହଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂର ହେବ। ବନ୍ଧୁଙ୍କ ମାଧ୍ୟମରେ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ କରି ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ଭାଗ୍ୟସ୍ଥାନରେ ଉଚ୍ଚସ୍ଥ ଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବେ। ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଅଫିସ୍‌ରେ ନୂତନ ଦାୟିତ୍ୱ ଗ୍ରହଣ କରି ପରିସ୍ଥିତିବଶତଃ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
କନ୍ୟା
ଗ୍ରହଯୋଗରୁ କର୍ମକ୍ଷେତ୍ରର ଦୁରବସ୍ଥାରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇବ, ଏଣୁ ପୂର୍ବରୁ ସତର୍କ ରହିବା ଭଲ। ପଡ଼ୋଶୀଙ୍କ ପରାମର୍ଶରେ ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ।
ତୁଳା
ତୁଳା
ଦୀର୍ଘ ଦିନରୁ ଅଟକି ରହିଥିବା କାମ ସମ୍ପନ୍ନ ହେବା ଯୋଗୁ ମାନସିକ ଶାନ୍ତି ଲାଭ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ରଚନାମତ୍କ କାର୍ଯ୍ୟ, ଗବେଷଣା, ସାହିତ୍ୟ ସାଧନା, ଶିଳ୍ପ ଓ କାରିଗରି କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ସଠିକ୍‌ ନିଷ୍ପତ୍ତି ନେବା ଯୋଗୁ ପ୍ରତ୍ୟେକ କାମରେ ସଫଳତା ମିଳିବ। ରାଜନୈତିକ, ଅର୍ଥନୈତିକ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କୋଣଭାବସ୍ଥ ଗ୍ରହ ପ୍ରଭାବରୁ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା ହେତୁ ଭରଣା ପାଇଁ ବିକଳ୍ପ ବ୍ୟବସ୍ଥା କରିପାରନ୍ତି।
ଧନୁ
ଧନୁ
ଗୁରୁଙ୍କ ଶୁଭତ୍ୱ କାରଣରୁ ପରିସ୍ଥିତି କ୍ରମଶଃ ଭଲ ଦିଗକୁ ଗତି କରୁଥିବାର ଅନୁଭବ କରିବେ। ଯାହା ଚାହୁଁଛନ୍ତି ତାହା ପାଇବେ, କିନ୍ତୁ ଭାବିଚିନ୍ତି ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଅବହେଳିତ କାମ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିବ।
ମକର
ମକର
ଆଜି ଚନ୍ଦ୍ର ଷଷ୍ଠ ସ୍ଥାନରେ ଥିବାରୁ ଭୁଲ୍‌ ବୁଝାମଣାଜନିତ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ। ବୃହସ୍ପତିଙ୍କ ଶୁଭତ୍ୱ ଯୋଗୁ ନୂଆ ଯୋଜନା କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବେ। ଧନିଷ୍ଠା ଅଯଥା ଗୁଡ଼ାଏ କଥା ଆଶଙ୍କା କରି ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପରସ୍ପର ବିରୁଦ୍ଧାମତ୍କ ଗ୍ରହଜନିତ ଇଚ୍ଛା ବିରୋଧରେ କୌଣସି କାମ କରିବାକୁ ପଡ଼ିପାରେ। ଖଳ ଲୋକମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ପଡ଼ିବ।
ମୀନମୀନ

କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ଆପଣଙ୍କୁ ମିତ୍ର ବନ୍ଧୁମାନେ ଅସହଯୋଗ କିମ୍ବା ଈର୍ଷାପୋଷଣ କରିପାରନ୍ତି। ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ବ୍ୟବସାୟ, ଯୋଗାଯୋଗ, ପରିବହନରେ ଉନ୍ନତି କରିବେ। ସହକର୍ମୀଙ୍କ ସହାୟତାରେ ଆଶା କରୁଥିବା ଜିନିଷ ପାଇ ଖୁସି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?