Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମାପନ କରିବାରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଦୋକାନବାଡ଼ି, ଗାଡ଼ିମୋଟର କିଣାବିକା ପ୍ରଭୃତି ପ୍ରତ୍ୟେକ କାମରେ ଶୁଭଫଳ ମିଳିବ। ପରିସ୍ଥିତି ବଶତଃ ଭଟ୍ଟା ପଡ଼ିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ରାହୁଙ୍କ ପ୍ରଭାବରେ ନିଷ୍ପତ୍ତି ନେବାରେ ଭୁଲ୍‌ କରିପାରନ୍ତି। ଅନ୍ୟମାନଙ୍କୁ ସରଳଭାବେ ଗ୍ରହଣକରି ପାରିବାରିକ ସ୍ଥିତି ବିଗିଡ଼ି ଯାଇପାରେ। ପରିବହନ କ୍ଷେତ୍ରରେ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟିଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ଆର୍ଥିକ ସମସ୍ୟାକୁ ସୁଧାରିନେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।
କର୍କଟ
କର୍କଟ
ମନ ଭଲ ଚାହୁଁଥିଲେ ମଧ୍ୟ ଆଜିର ପରିସ୍ଥିତି ତାହାକୁ ସହଜରେ କରାଇଦେବ ନାହିଁ। ନୂତନ ଘର କିମ୍ବା ଯାନବାହନ କିଣିବା ସକାଶେ ମନ ବଳାଇପାରନ୍ତି। ପିଲାମାନଙ୍କ କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ଆଲୋଚନା କରିପାରନ୍ତି। ନିଜ ସ୍ବାସ୍ଥ୍ୟପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି।
ସି˚ହ
ସି˚ହ
ଘରେ ସତର୍କରେ ନ ଚଳିଲେ ବିବାଦଘେରରେ ପଡ଼ିବେ। କାର୍ଯ୍ୟବ୍ୟସ୍ତ କାରଣରୁ କୌଣସି କଥା ଠିକ୍‌ ରହିବ ନାହିଁ କିମ୍ବା ଠିକଣା ସମୟରେ ମନେ ପଡ଼ି ନ ପାରେ। ଅପେକ୍ଷା କରିଥିବା ଲୋକଟିର ଦେଖା ପାଇବେନାହିଁ ଫଳରେ ବିରକ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି।
କନ୍ୟା
ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ପ୍ରତିକୂଳ ବାତାବରଣ ମଧ୍ୟରେ ଅଶାନ୍ତ ରଖିପାରେ। ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀଟିର ଭୁଲ୍‌ ବୁଝାମଣାକୁ ସୁଧାରିନେବାରେ ସମର୍ଥ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପରିବାରରେ ସ୍ନେହ, ଶ୍ରଦ୍ଧା ଓ ଅନାଦର ଭାବକୁ ନେଇ ଦୁଶ୍ଚିନ୍ତା ଲାଗିରହିବ।
ତୁଳା
ତୁଳା
ଆଜିର କାମରେ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପାରିବାରିକସ୍ତରରେ ପିଲାମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ରହନ୍ତୁ। ଅସମ୍ପୂର୍ଣ୍ଣ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଚେଷ୍ଟିତ ହେବେ।
ବିଛା
ବିଛା
ପ୍ରତ୍ୟେକ କାମକୁ ସାହସର ସହ ସମ୍ପନ୍ନ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ,କିନ୍ତୁ ବେଶି ତକ୍‌ଲିପି ହେବାକୁ ପଡ଼ିବ। ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବେ। ଅବଶ୍ୟ ଜଣେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ।।
ଧନୁ
ଧନୁ
ଆଜି ମାନସିକ, ଶାରୀରିକ ଓ ଆର୍ଥିକ ଦିଗରୁ ଉନ୍ନତ ଫଳ ପାଇବେ। ପରିବାର ଓ ପରିବହନରେ ମତାନ୍ତରଜନିତ କଳହର ସମ୍ଭାବନାକୁ ଏଡ଼ିହେବ ନାହିଁ। ଘରୋଇ କଥାକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ମତପାର୍ଥକ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ପରଷ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସୁସମ୍ପର୍କ ବ୍ୟାହତ ହୋଇପାରେ, ମାତ୍ର କିଛି ଅସୁବିଧା ହେବନାହିଁ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି ଅଟକି ରହିଥିବା କାମଗୁଡ଼ିକୁ ଆଜି କରିପାରିବେ। ପରିସ୍ଥିତିକୁ ଆଖି ଆଗରେ ରଖି ନିଜକୁ ସଂଯତ କରିପାରିଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମାନସିକ ଅସ୍ଥିରତା ସାମୟିକ ଭାବେ ଲାଗିରହିବ। ସମସ୍ୟା ଭିତରେ ବୁଡ଼ିରହିଥିଲେ ମଧ୍ୟ କାମର ଚାପ ଆଦୌ ବିଶ୍ରାମ ନେବା ସକାଶେ ଅବସର ଦେବନାହିଁ। ମିତ୍ରମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ ନିଜ ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି।
ମୀନମୀନ
ଆଜି ଅସହିଷ୍ଣୁ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ପ୍ରତିକୂଳତା ସୃଷ୍ଟିକରିବ। ପରିବାରରେ ମଧ୍ୟ ବିନା କାରଣରେ ଭୁଲ୍‌ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟିହେବାର ଆଶଙ୍କା ରହିଛି। କଚେରି ମାମଲା ତଥା ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?