Posted inRasifala

ରାଶିଫଳ: ସୋମବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୈାଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନଶିପ୍‌ରୁ ଖୁସି ରହିବେ। ବିବାଦୀୟ ଘଟଣାରେ ଅଯଥା ବିଭିନ୍ନ ମନ୍ତବ୍ୟ ଦେଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ଆଜି ବନ୍ଧୁ ମିଳନ, ମନୋରଞ୍ଜନ, ଯାତ୍ରା ପ୍ରଭୃତି ପ୍ରୀତିଦାୟକ ରହିବ।
ମିଥୁନ
ମିଥୁନ
ଆଜି ଯାହା କରନ୍ତୁନା କାହିଁକି ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବାକୁ ପଡ଼ିପାରେ। ପିଲାଙ୍କ ଅଭିଯୋଗକୁ ଅଣଦେଖା, ଅଶୁଣା କରିବା ଦ୍ୱାରା ଓଲଟା ଫଳ ପାଇବେ। ପରିବାରରେ ସ୍ତ୍ରୀଙ୍କ ସହଯୋଗରେ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ସାଂଗଠନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
କର୍କଟ
କର୍କଟ
ଆଜିର ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ମାନସିକ ଶାନ୍ତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟକୁ ନୂତନ ରୂପ ଦେବା ପାଇଁ ଚିନ୍ତା କରିପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ ଆମତ୍ୀୟଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢିପାରେ। ଆଇନ ଅଦାଲତରୁ ସୁଫଳ ପାଇବା ସାଙ୍ଗକୁ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଚୁପ୍‌ଚାପ ହୋଇ ବସିରହିଲେ କ୍ଷତି ସହିବାକୁ ପଡ଼ିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ନିଜର ପ୍ରାଧାନ୍ୟ ବଜାୟ ରହିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ।
ବିଛା
ବିଛା
ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଖଳ ଲୋକଙ୍କ ଦ୍ୱାରା ଅପପ୍ରଚାରଜନିତ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ଅପ୍ରିୟ ସତ୍ୟ ପ୍ରକାଶ ଦ୍ୱାରା ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଅତୀତ କଥାକୁ କେନ୍ଦ୍ର କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ଭାବରେ ପୁରାତନ ରୋଗରେ କଷ୍ଟ ପାଇବେ। ପ୍ରତିଯୋଗିତାରେ ସଫଳତା ହାସଲ ସହ ପ୍ରଶଂସିତ ହେବାର ସମ୍ଭାବନା ରହିଛି।
ମକର
ମକର
ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପୂର୍ବ ଶତ୍ରୁତା କାରଣରୁ ସାଧାରଣ କଥାରୁ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ବନ୍ଧୁଙ୍କ ସହଯୋଗ ଲାଭ କରି କାମ ତ୍ୱରାନ୍ବିତ କରିପାରିବେ। ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ, ଉପହାର, ଉପଢୈାକନ ଲାଭ ଯୋଗ ରହିଛି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲରେ ସମର୍ଥ ହେବେ। ଘରୋଇ କ୍ଷେତ୍ରରେ ନିଜର ଲୋକମାନେ ଅଯଥା ସମସ୍ୟା ସୃଷ୍ଟି କରିପାରନ୍ତି। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ।
ମୀନମୀନ
କର୍ମକ୍ଷେତ୍ରରେ ଟେନ୍‌ସନ କମିଯିବ। ସହମତିରେ କାମ କଲେ ଉପକାର ପାଇବେ। ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି ତଥା ଆମଦାନୀ କାରବାରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ମହୋସତ୍ବରେ ନିଜକୁ ସାମିଲ୍‌ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?