Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଶିକ୍ଷା କ୍ଷେତ୍ରରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଆଜି ଆପଣ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ସକାଳୁ ଅଯଥା କଥା କଟାକଟି କାରଣରୁ ମନଟା ବିଗିଡ଼ି ଯାଇପାରେ। ବ୍ୟବସାୟ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ବିଭିନ୍ନ କାରଣକୁ ନେଇ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଆଜି ପ୍ରତ୍ୟେକ କାମ ସମସ୍ୟାବହୁଳ ରହିବା ହେତୁ କିଛି ସମସ୍ୟା ଭିତର ଦେଇ କଟିବ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା କାରଣରୁ ମନ ମଧ୍ୟ ଭଲ ରହିବ ନାହିଁ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିଲେ ମଧ୍ୟ ସମାଧାନ ହୋଇଯିବ। କିନ୍ତୁ ପାରିବାରିକ ସମସ୍ୟା ନେଇ ବିରସ ମନରେ ରହି ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ କାମ, ସଭା ସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ପାଇବେ।
ସି˚ହ
ସି˚ହ
ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ଯାହାକି ସମସ୍ୟାକୁ ବୃଦ୍ଧି କରିବାରେ ସହାୟକ ହେବ। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ବସିବେ, ଅବଶ୍ୟ କେବଳ ସହାନୁଭୂତି ବ୍ୟତୀତ କିଛି ଲାଭ ହେବନି। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରି ପାରନ୍ତି। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
କନ୍ୟା
ପରିବାରର ବିଭିନ୍ନ ପ୍ରକାର ବ୍ୟତିକ୍ରମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ପାଖ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜ ଲୋକଙ୍କ ଚକ୍ଷୁଶୂଳ ହେବେ। ଘର ସଜାସଜି କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଅର୍ଥ ସଂକଟ ପୂର୍ବପରି ଲାଗି ରହିବା କାରଣରୁ କେତେକ କାମ ଅଟକି ରହିବ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କରିବା ଭଲ ହେବ।
ବିଛା
ବିଛା
ସକାଳୁ ସକାଳୁ ବିଭିନ୍ନ ପ୍ରକାର ଦୁର୍ଭାବନାରେ ମନ ବିଚଳିତ ରହିବ। ପ୍ରଶାସନ,ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ, ନତୁବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବୃଦ୍ଧି କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ବ୍ୟବସାୟ, ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର
ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଚୁପ୍‌ଚାପ୍‌ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡ଼ିବ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆଜି କର୍ମକ୍ଷେତ୍ର, ପରିବାର, ବନ୍ଧୁ ସମ୍ପର୍କ ପ୍ରଭୃତିକୁ ଦୃଢ଼ୀଭୂତ କରିପାରିବେ। ହାତ, ପାଦ କିମ୍ବା ଆଣ୍ଠୁଗଣ୍ଠିରେ ପୀଡ଼ା ଲାଗିପାରେ। ହଠାତ୍‌ ଯାତ୍ରାରେ କୌଣସି ସ୍ଥାନକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଅସିବାକୁ ପଡ଼ିବ। କୌଣସି ଅନୁଷ୍ଠାନ ତରଫରୁ ଅର୍ଥ ଓ ସମ୍ମାନ ପାଇବେ।
ମୀନମୀନ

ଆଜି ଛୋଟ କଥାକୁ କେନ୍ଦ୍ରକରି ପରିବାର ଭିତରେ ବିବାଦ ବଢ଼ିପାରେ। ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri