Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ
ଆଜି ସାମଗ୍ରିକ କ୍ଷେତ୍ରରେ ଶୁଭଫଳ ଲାଭକରି ଆନନ୍ଦ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କର୍ମାରମ୍ଭ କରିପାରନ୍ତି। ଅବଶ୍ୟ ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପଡ଼ୋଶୀ ସାହାଯ୍ୟ କରିବେ।
ବୃଷ
ବୃଷ
ନିଜ ଲୋକମାନଙ୍କର ଭୁଲ୍‌ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ସହ ନୂତନ ସମସ୍ୟା ସୃଷ୍ଟି ହେବ।
ମିଥୁନ
ମିଥୁନ
ସତର୍କତା କିମ୍ବା ଅନ୍ୟମନସ୍କଜନିତ ଧନହାନି ଘଟିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ମାତ୍ର ପରିଶେଷରେ ସଫଳତା ହାସଲ କରିବେ। ତଥାପି ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦେବା ଭଲ ହେବ। ପୂର୍ବ ବିବାଦକୁ କେନ୍ଦ୍ରକରି ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆପଣଙ୍କ ଲୋକପ୍ରିୟତାରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ମାତ୍ରାଧିକ ଭ୍ରମଣ ଯୋଗୁ ସନ୍ଧ୍ୟା ସମୟରେ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ସି˚ହ
ସି˚ହ
ନିଜ ଚିନ୍ତାଧାରାର ବିପରୀତ କାର୍ଯ୍ୟକଳାପକୁ ଦେଖିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ବାଧ୍ୟ ହେବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାରୁ ମନ ଖୁସି ରହିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅନ୍ୟଦ୍ୱାରା ଅନୁପ୍ରେରିତ ହୋଇ ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ।
କନ୍ୟା
ସମସ୍ୟା ପିଛା ନ ଛାଡିଲେ ମଧ୍ୟ ଆପଣ ନୀରବ ନ ରହି ପ୍ରତିକାରମୂଳକ ପଦକ୍ଷେପ ନେଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଦୀର୍ଘଦିନରୁ ଶଯ୍ୟାଶାୟୀ ରୋଗିଣା ପିତାଙ୍କ ସ୍ବାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବା ଯୋଗୁ ଆଶ୍ୱସ୍ତିଲାଭ କରିବେ। ଗତକାଲିଠାରୁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଆଜି ସନ୍ଧ୍ୟାସୁଦ୍ଧା ଶେଷ କରିପାରିବେନି। ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ନିଜ ପରିଜନଙ୍କ ସହିତ ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ।
ବିଛା
ବିଛା
ମନକଥା ମନରେ ରଖି କାମ କରିଚାଲିବେ କିନ୍ତୁ ସୁଫଳ ଆଶା ଦୁରୂହ ହୋଇପାରେ। କିଛି ପାଇବା ଆଶାରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଟିକାଟିପ୍ପଣୀ ଦେଇପାରନ୍ତି। ପାରସ୍ପରିକ ସୌହାର୍ଦ୍ଦ୍ୟ ଜନିତ ପରିବାରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ବନ୍ଧୁଙ୍କ ମାଧ୍ୟମରେ ସକାଳୁ ସକାଳୁ ଶୁଭଖବର ପାଇ ମନ ହାଲୁକା ହୋଇଯିବ। ପରିସ୍ଥିତିରେ ପଡି ବାଧ୍ୟବାଧକତାରେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି। ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦୂର ହେବା ସାଙ୍ଗକୁ ଲାଭବାନ ହେବେ। ମନ ଭିତରେ ଯାହା ଥାଉନା କାହିଁକି ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ମକର
ମକର
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବା ସାଙ୍ଗକୁ ପଡ଼ୋଶୀଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ଯୋଗୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ରହିବ ନାହିଁ।
ମୀନମୀନ

ବିବାଦୀୟ ସ୍ଥିତିଜନିତ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁମିଳନରୁ ଖୁସି ରହିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଂଚିବାରେ ବିଳମ୍ବ ଘଟିବାର ସୂଚନା ରହିଛି। ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟାର ସମାଧାନ, ବ୍ୟବସାୟରୁ ଲାଭଜନିତ ମାନସିକ ସ୍ଥିତି ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?