Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ
ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ଅର୍ଥ ପାଇଁ ପ୍ରତିଶ୍ରୁତି ଦେଇପାରନ୍ତି। ଯାତ୍ରାରେ ବିଳମ୍ବିତ ସମୟରେ କୃତ୍ତିକା ଲକ୍ଷ୍ୟସ୍ଥଳରେ ପହଂଚିବାର ସୂଚନା ରହିଛି।
ବୃଷ
ବୃଷ
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ମୃଗଶିରା ନକ୍ଷତ୍ର ସକାଳୁ ସକାଳୁ କୌଣସି ବ୍ୟକ୍ତି ସହ ତର୍କ କରି ମନଟା ବିଗିଡ଼ି ଯାଇପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କେତେକ କାମ ହାସଲ କରିପାରିବେ। ବନ୍ଧୁ ଗହଣରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ।
ମିଥୁନ
ମିଥୁନ
କାମ ହାସଲ ସକାଶେ ପ୍ରିୟଜନଙ୍କ ସହଯୋଗର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବେ। ଆର୍ଦ୍ରା ନକ୍ଷତ୍ରର ପ୍ରଶାସନିକ ସ୍ତରରେ କାମ ଅଟକି ରହିଥିବାରୁ ମନ ଭଲ ରହିନପାରେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେଇପାରନ୍ତି। କର୍ମକ୍ଷେତ୍ର କିମ୍ବା ବୃତିଗତ ଧନ୍ଦାରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ପରିବାରର ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ନୂତନ ସମସ୍ୟା ଦେଖାଦେବ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅଶ୍ଳେଷା ନକ୍ଷତ୍ର ଅନିୟମିତ ଭୋଜନଜନିତ ପେଟପୀଡ଼ା ଅନୁଭବ କରିପାରନ୍ତି। ସ୍ଥଗିତ କାମର ବହୁଳତାଜନିତ କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ ଆଜି ଶେଷ କରିପାରିବେନି।
ସି˚ହ
ସି˚ହ
ପୂର୍ବର କଳହକୁ ମନେପକାଇ ଦେଖିଲେ ମଧ୍ୟ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ମଘା ନକ୍ଷତ୍ର ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ସନ୍ଦେହୀ ମନ ବୁଝିବ ନାହିଁ। ଆଜିର ଯାତ୍ରା, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ପରିସ୍ଥିତି ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
କନ୍ୟା
କର୍ମକ୍ଷେତ୍ରରେ ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହେବ। ଆବଶ୍ୟକୀୟ ଜିନିଷପତ୍ର ଅଭାବରୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଖୋଜି ଖୋଜି ଆଶା ଛାଡ଼ିଦେଇଥିବା ଜିନିଷଟି ହଠାତ୍‌ ପାଇଯିବେ।
ତୁଳା
ତୁଳା
ବନ୍ଧୁମିଳନ ପରିବେଶରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗର ସୂଚନା ରହିଛି। ସ୍ବାତୀ ନକ୍ଷତ୍ର ସକାଶେ ଆଜିର ଯାତ୍ରା, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାନ୍ତ୍ରିକ ତ୍ରୁଟି ସୁଧୁରିନଥିବା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଫଳରେ ସ୍ବାସ୍ଥ୍ୟହାନି ଘଟିପାରେ। ଆନୁଷ୍ଠାନିକ କାମ, ଧାର୍ମିକ କାର୍ଯ୍ୟ ଓ ସଭାସମିତି ପାଇଁ ବ୍ୟଗ୍ରତା ପ୍ରକାଶ ପାଇବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ପରସ୍ପର ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଅବହେଳା କାରଣରୁ କୈଫିୟତ ଦେବାକୁ ପଡ଼ିପାରେ। ଈର୍ଷାପରାୟଣତା କାରଣରୁ ଆତ୍ମୀୟମାନେ କ୍ରମଶଃ ଦୂରେଇ ଯାଇପାରନ୍ତି। ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
ମକର
ମକର
ପୂର୍ବର ସମ୍ମାନ ଫେରିପାଇବା କିମ୍ବା କର୍ମକ୍ଷେତ୍ରରେ ପୁନଃ ନିଯୁକ୍ତି ଖବର ପାଇ ମନ ଖୁସି ହୋଇଯିବ। ନିକଟରେ ରହୁଥିବା ଲୋକଟି ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ। ଦରକାରୀ ଜିନିଷଟି ଅନ୍ୟକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଧନିଷ୍ଠା ନକ୍ଷତ୍ରର ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହୋଇଯିବ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ଼ ମନୋବଳ ସ୍ଥଗିତ କାମକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ବ୍ୟସ୍ତତାଜନିତ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଶତଭିଷା ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ପାଇଁ ମନ ବଳାଇବେ।
ମୀନମୀନ

ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହେବ। ବନ୍ଧୁଙ୍କ ଦ୍ୱାରା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। କର୍ମକ୍ଷେତ୍ର୍ରରେ ବାରମ୍ବାର ବିଫଳତାକୁ ନେଇ ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ରେବତୀ ନକ୍ଷତ୍ରର ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। କଚେରି ମାମଲା କିମ୍ବା ଜମିଜମା ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?