Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମ ଉପରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ନିଜର କେତେକ ଅଜ୍ଞାତସାରରେ କୃତକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବିବାଦୀୟ ଘଟଣାର ଦିଗ ହଠାତ୍‌ ବଦଳିଯିବା ଆଶଙ୍କା ଦେଖାଦେବ ।
ବୃଷ
ବୃଷ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବହୁ ଦିନ ଧରି ଯାହା ଖୋଜୁଥିଲେ ଆଜି ତାହା ପାଇଯିବେ। ଉପକୃତ ହୋଇଥିବା ନିଜର ଲୋକମାନଙ୍କ ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘଦିନରୁ ଦେଖି ନ ଥିବା ସାଙ୍ଗଟି ନିଜ ତରଫରୁ ସହଯୋଗର ହାତ ବଢ଼ାଇବ । ବ୍ୟବସାୟରେ ଉନ୍ନତି କରିବା ସହ ଲାଭ କିଛି କମ୍‌ ହେବନାହିଁ। କୌଣସି ସାମୂହିକ କାର୍ଯ୍ୟରେ ଆମତ୍ୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କର୍କଟ
କର୍କଟ
ଯେତେ ବନେଇ ଚୂନେଇ କହିଲେ ମଧ୍ୟ ଆପଣଙ୍କ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝିପାରିବେ ନାହିଁ। ଯାନବାହନ କିଣିବାକୁ ମନ ବଳାଇପାରନ୍ତି। ପିଲାମାନଙ୍କ କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ପରାମର୍ଶକ୍ରମେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ସି˚ହ
ସି˚ହ
ଯୋଗ, ବ୍ୟାୟାମ ଓ ସଚେତନତା ହେତୁ ସ୍ବାସ୍ଥ୍ୟ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ଓ କଟୂକ୍ତି ମନରେ ଦୁଃଖଦେବ। ଅଫିସିଆଲି କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଘର କଥାଟି ମନେ ପଡ଼ି ନ ପାରେ ।
କନ୍ୟା
ଆଜି ଯେମିତି ଚାହିଁବେ ସେମିତି ପାଇବେ। ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରିନେବାରେ ସମର୍ଥ ହେବେ। ବ୍ୟବସାୟ,ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସ୍ତରରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଇପାରେ, ବିଶେଷ କିଛି ଅସୁବିଧା ହେବ ନାହିଁ।
ତୁଳା
ତୁଳା
ସମସ୍ତ ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଧର୍ମସଙ୍କଟରେ ପକାଇବ। ପିଲାଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ନ ହୋଇ ଭୁଲ୍‌ କାମରୁ ଦୂରେଇରହନ୍ତୁ।
ବିଛା
ବିଛା
ମନ କଥା ମନରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟହେବେ। ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ହଇରାଣ ହେବାକୁ ପଡ଼ିବ । ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ପରିବାରରେ ଛୋଟ କଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଦୋଷାରୋପ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିବେ ଅବଶ୍ୟ ନିଜ ନିଜର ସ୍ବାର୍ଥ ସାଧନର ଆଶାନେଇ। ଶାରୀରିକ ଅସୁସ୍ଥତା ଚିନ୍ତାର କାରଣ ହୋଇପାରେ।
ମକର
ମକର
ବୁଝାମଣା ମାଧ୍ୟମରେ ସମସ୍ୟାର ସରଳ ସମାଧାନ ପାଇଁ ଚେଷ୍ଟାକଲେ ଉପକୃତ ହେବେ । ଅଫିସରେ କଥା କଟାକଟି ହେତୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ । ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯିବା ସୂଚନା ରହିଛି।
କୁମ୍ଭ
କୁମ୍ଭ
ଯାହାଠାରୁ ଋଣ ଆଣିଥିବେ ସେ ହଠାତ୍‌ କଟୂକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ଆସିଲେ ମଧ୍ୟ ଆପଣ ଦୃଢ଼ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷାପାଇବେ। ନିଜ ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି । ଅବଶ୍ୟ ବିବାଦୀୟ ପରିସ୍ଥିିତି ଓ ମାଲିମକଦ୍ଦମାରେ ଶତଭିଷାର ସ୍ଥିତି ଅନୁକୂଳ ହୋଇପାରେ।
ମୀନମୀନ
ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗର ପ୍ରତିଶ୍ରୁତିରୁ କେତେକାଂଶରେ ଆଶ୍ୱସ୍ତି ଲଭିବେ। ଅଫିସରେ ସାଧାରଣ କଥାକୁ ନେଇ ବାକ୍‌ ବିତଣ୍ଡା ସୃଷ୍ଟି ହୋଇପାରେ। ଜମିଜମା, ନିର୍ମାଣ ପ୍ରଭୃତି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କଳା ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ…

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର, ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri