Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ସଜାଡ଼ି ନେବେ। ମୁହଁ ସାମ୍ନାରେ ଭଲ କହୁଥିବା ସମ୍ପର୍କୀୟ ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତପ୍ତ ହେବେ। ସାମାନ୍ୟ ଚେଷ୍ଟା ଦ୍ୱାରା ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇପାରିବେ।
ବୃଷ
ବୃଷ
ଅଭାବରେ ପଡ଼ି ମାନସିକ ସନ୍ତୁଳନ ହରାଇପାରନ୍ତି। ଅଫିସରେ କୌଣସି କାମ ଠିକ୍‌ ସମୟରେ କରି ପାରିବେ ନାହିଁ। ରୋହିଣୀ ନକ୍ଷତ୍ର ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରୋକ୍ଷ ଶତ୍ରୁତା, ଦେହପୀଡ଼ା ଓ ବନ୍ଧୁଙ୍କ ସହ ବୁଝାମଣାର ଅଭାବ ପରିସ୍ଥିତିକୁ ସଙ୍ଗିନ କରିଦେବ।
ମିଥୁନ
ମିଥୁନ
ଅଭିମାନକୁ ନିୟନ୍ତ୍ରଣରେ ନ ରଖିବା କାରଣରୁ କଳହର ଆଶଙ୍କା ସୃଷ୍ଟି ହେବ। ମୃଗଶିରା ନକ୍ଷତ୍ର କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସତ୍‌ପ୍ରେରଣା ଓ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ
କର୍କଟ
ମନ କଥା ମନରେ ରଖି ବନ୍ଧୁଙ୍କ ନିକଟରେ ସଫେଇ ଦେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହେବେ। ଅଶ୍ଳେଷା ନକ୍ଷତ୍ର ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବାର ସୂଚନା ରହିଛି।
ସି˚ହ
ସି˚ହ
ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ପ୍ରତ୍ୟେକ କାମ ହାସଲ ପୂର୍ବରୁ ଆକସ୍ମିକ ସମସ୍ୟା ସୃଷ୍ଟି ହୋଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ଋଣ ଭାରରେ ଅତିଷ୍ଠ ହେବେ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମଘା ନକ୍ଷତ୍ର ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୂରତ୍ୱ ବଜାୟ ରଖି ଚଳିବା ଭଲ ହେବ।
କନ୍ୟା
କର୍ମଭାବସ୍ଥ ମଙ୍ଗଳ ଯୋଗୁ ବନ୍ଧୁ ଆନୁଷଙ୍ଗିକ ସାହାଯ୍ୟ ପ୍ରଦାନ କରି କାର୍ଯ୍ୟ ସାଧିତ କରାଇବେ। କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି ଭଳି କଥା କହିପାରନ୍ତି। ଚିତ୍ରା ନକ୍ଷତ୍ର ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ଅଷ୍ଟମସ୍ଥ ଗୁରୁଙ୍କ ଯୋଗୁ କୌଣସି ବନ୍ଧୁଙ୍କୁ ସାହାଯ୍ୟ ସକାଶେ ହଁ କିମ୍ବା ନା କରି ପାରିବେନି। ବିଶାଖା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ। ଆକସ୍ମିକ ଭାବରେ ଆସି ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିପାରେ। ବନ୍ଧୁଙ୍କୁ କେନ୍ଦ୍ରକରି ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ।
ବିଛା
ବିଛା
ଯେଉଁ କାମ ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ତାହା ସମ୍ପନ୍ନ ହେବ। ଅର୍ଥ ସମ୍ପର୍କରେ ଯେତେ ପାଇଲେ ମଧ୍ୟ ଆହୁରି ପାଇବାକୁ ବ୍ୟାକୁଳ ହେବେ। ଅନୁରାଧା ନକ୍ଷତ୍ର ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳତା ପାଇବେ। ନିଜ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହେବ। ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ କରିପାରିବେ। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଏଣୁ ଯିବା ପୂର୍ବରୁ ଗାଡ଼ିକୁ ପରଖି ନେବା ଭଲ ହେବ। ଉତ୍ତରାଷାଢ଼ା ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
ମକର
ମକର
ଶାରୀରିକ ଅସୁସ୍ଥତା ଦୂରେଇବା ହେତୁ ମାନସିକ ଆଶ୍ୱସ୍ତି ଲାଭ କରିବେ। କୌଣସି ବିସ୍ମୟ ସୃଷ୍ଟିକାରୀ ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଉପରିସ୍ଥ ଅଧିକାରୀ କାମହାସଲ ସକାଶେ ଚାପ ପ୍ରୟୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍‌ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରସ୍ଥ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟହାସଲ କରିବେ। ପୂର୍ବଭାଦ୍ର ନକ୍ଷତ୍ର ଦେହ ଭଲ ରହିଲେ ମଧ୍ୟ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବାରରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି। ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ । ଉତ୍ତରଭାଦ୍ର ନକ୍ଷତ୍ର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡ଼ି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ୍‍ ୩୦ ତାରିଖ – Daily Horoscope

ମେଷ ପୂର୍ବ ପରିକଳ୍ପିତ ଯୋଜନା ଆରମ୍ଭ ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟହେବେ।...

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୨୯ ତାରିଖ – Daily Horoscope

ମେଷ ଉଚ୍ଚସ୍ଥ ରବିଙ୍କ ପ୍ରଭାବରେ ସମୟାନୁବର୍ତ୍ତିତା ଏବଂ କର୍ମଦକ୍ଷତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୮ ତାରିଖ – Daily Horoscope

ମେଷ ରବିଙ୍କ ରାଶ୍ୟାବସ୍ଥାନ ହେତୁ ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିପାରେ। ମାନସିକ ଅସ୍ଥିରତାଜନିତ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ। ମାଙ୍ଗଳିକ କାମର...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୭ ତାରିଖ – Daily Horoscope

ମେଷ ଆଜି ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେବାରେ ଅସୁବିଧା ହେବ ନାହିଁ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଦୀର୍ଘପଥ ଭ୍ରମଣଜନିତ ଅସୁସ୍ଥତା ଅନୁଭବ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri