Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ
ଆଜି କୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ଆଡଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ , ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। କୃଷି, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ନିର୍ମାଣ କାମ ଆଗେଇ ଚାଲିବ ଓ ଜଣେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ।
ବୃଷ
ବୃଷ
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କଲେ ସମାଲୋଚିତ ହୋଇପାରନ୍ତି। ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଲିପ୍ତ ରହିବା ହେତୁ ଟେନ୍‌ଶନ୍‌ କିଛି ମାତ୍ରାରେ ଲାଗିରହିବ। ପାରିବାରିକ ଭୁଲ୍‌ ବୁଝାମଣା ମାନସିକ ଅଶାନ୍ତିର କାରଣ ହୋଇପାରେ।
ମିଥୁନ
ମିଥୁନ
ଦୀର୍ଘଦିନରୁ ସ୍ଥଗିତ କାମ ଆଜି ବନ୍ଧୁଙ୍କ ସାହାଯ୍ୟରେ ସମ୍ପନ୍ନ କରିବେ। ଅଫିସରେ ଅଟକି ରହିଥିବା କାମ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ ା ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ସନ୍ତୋଷଜନକ ରହିବ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନି। ସମ୍ପର୍କୀୟଙ୍କ ସହଯୋଗରେ ପାରିବାରିକ ସମସ୍ୟାର ସମାଧାନ ଘଟିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବନ୍ଧୁଙ୍କ ପକ୍ଷପାତିତାକୁ ଦେଖି ମଧ୍ୟ ନ ଦେଖିଲା ପରି ରହିବା କାରଣରୁ ସମାଲୋଚିତ ହେବେ। ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନେବା ଭଲ। ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଘର କଥା ବୁଝିବାକୁ ସମୟ ମଧ୍ୟ ପାଇବେ ନାହିଁ।
ସି˚ହ
ସି˚ହ
ଆଜି ପରିବାରରେ କିଛି ଅଭାବ ଅସୁବିଧାକୁ ନେଇ ସରଗରମ ଆଲୋଚନା ହେବ। ଜମିଜମା, ଯାନବାହନ, ଦିଆନିଆ ପ୍ରଭୃତିକୁ କେନ୍ଦ୍ରକରି ବିତର୍କ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ କିଛିଟା ହଇରାଣ ହୋଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ହିଁ ରହିବ।
କନ୍ୟା
କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ନିଶ୍ଚିତ। ଅତୀତରେ ଉପକୃତ ହୋଇଥିବା ବନ୍ଧୁଙ୍କ ନିକଟରୁ ପ୍ରତିଉପକାର ଆଶା ନିରର୍ଥକ ହେବ ନାହିଁ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ତାହା ସମ୍ପନ୍ନ ହେବ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇପାରେ।
ତୁଳା
ତୁଳା
ସାଧାରଣ କଥାକୁ ନେଇ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ସରକାରୀ ସ୍ତରରୁ ଅର୍ଥ ପାଇବା ସକାଶେ ଉଦ୍ୟମ କରି ସଫଳ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବିଛା
ବିଛା
ଅତୀତ ସମସ୍ୟା ବିଷୟରେ ଚିନ୍ତା କରି ମନ ଅସ୍ଥିର ରହିପାରେ। ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ କ୍ଷୁବ୍ଧ ହୋଇପାରନ୍ତି। ଜମିଜମା, ଆଇନ, ଅଦାଲତ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଦୈହିକ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
ଧନୁ
ପରିବାରରେ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବନ୍ଧୁଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି। ଆଶା କରୁଥିବା ବିଷୟରେ ସାୟାହ୍ନେ ଶୁଭ ଖବରପାଇ ଉଲ୍ଲସିତ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭରେ କୌଣସି ଅସୁବିଧା ହେବନାହିଁ।
ମକର
ମକର
ମନ ଭଲ ନ ଥିବାରୁ ସାଧାରଣ କଥାରୁ ଗୃହରେ କଳହ ଲାଗିପାରେ। ବନ୍ଧୁ ଗହଣରେ ଅନ୍ୟମାନଙ୍କ ନିକଟରୁ ଶ୍ରଦ୍ଧା ଓ ସମ୍ମାନ ପାଇ ଦୁଃଖକୁ ଭୁଲିଯିବେ। ସେବା ଓ ପରୋପକାର ହେତୁ କିମ୍ବା ସାମାଜିକ ସ୍ତରରେ ପ୍ରଶଂସା ହେତୁ ଖୁସି ରହିପାରନ୍ତି। ସଭାସମିତିରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ବିଭିନ୍ନ ଅମୀମାଂସିତ ସମସ୍ୟାକୁ କେନ୍ଦ୍ରକରି ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବୈବାହିକ କର୍ମ ସକାଶେ ନୂତନ ପ୍ରସ୍ତାବ ସ୍ଥିରୀକୃତ ହେବାରେ ବନ୍ଧୁଙ୍କ ଭୂମିକା ରହିବ। ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ।
ମୀନମୀନ

ଆଜି ଆପଣ ଆର୍ଥିକ ଦୃଷ୍ଟିକୋଣରୁ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?