Posted inRasifala

ରାଶିଫଳ: ଶନିବାର, ଜୁନ୍‌ ୧୨ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। କୃଷି, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଗୃହକୁ କିଛି ମୂଲ୍ୟବାନ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି। ନିର୍ମାଣ କାମ ଆଗେଇ ଚାଲିବ ଓ ଜଣେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ପ୍ରତ୍ୟେକ କାମ ପାଇଁ ଖର୍ଚ୍ଚାନ୍ତ ହେବେ। ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଗୃହ ନିର୍ମାଣ କିମ୍ବା ଆନୁଷ୍ଠାନିକ କାମରେ ଲିପ୍ତ ରହିବା ହେତୁ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ଜମା ପଡୁ ନ ଥିବା ଖଳପ୍ରକୃତି ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ଆପଣ ସାଙ୍ଗସାଥୀଙ୍କ ସାହାଯ୍ୟ, ଓ ସହାନୁଭୂତିର ସୁଯୋଗ ଲାଭ କରିବା ସଙ୍ଗକୁ ଅନ୍ୟମାନଙ୍କର ମାର୍ଗଦର୍ଶକ ହେବେ। ବନ୍ଧୁମାନଙ୍କ ସାହାଯ୍ୟରେ ଅଟକି ରହିଥିବା କାମ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ସନ୍ତୋଷଜନକ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ପାରିବାରିକ ସମସ୍ୟା ଦୂର ହେବ।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ରର ବିଭିନ୍ନ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବନ୍ଧୁଙ୍କ ପକ୍ଷପାତିତାକୁ ଦେଖି ନୀରବ ରହିବାରୁ ସମାଲୋଚିତ ହେବେ। ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ଅନ୍ୟଥା କ୍ଷତିରେ ପଡିପାରନ୍ତି। ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଘରର କଥା ବୁଝିବାକୁ ସମୟ ମଧ୍ୟ ପାଇ ପାରିବେ ନାହିଁ।
ସି˚ହ
ସି˚ହ
ଆଜି ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ମଘା ନକ୍ଷତ୍ରର ଜମିଜମା, ଯାନବାହାନ, ଦିଆନିଆକୁ କେନ୍ଦ୍ରକରି ବିତର୍କ ଦେଖାଦେବ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଓ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ହିଁ ରହିବ।
କନ୍ୟା
ହସ୍ତା ନକ୍ଷତ୍ର ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ଆଜିର ପରିସ୍ଥିତିରେ ବନ୍ଧୁଙ୍କ ନିକଟରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ ନାହିଁ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ। ସଂଗଠନ, ଆନୁଷ୍ଠାନିକ କାମ ତଥା ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଚିତ୍ରା ନକ୍ଷତ୍ର ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାଧାରଣ କଥାକୁ ନେଇ ଯୁକ୍ତିତର୍କ ମଧ୍ୟାହ୍ନରେ ଘରେ ଅଶାନ୍ତି ସୃଷ୍ଟି କରିବ। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ହାତରେ ବହୁତ କାମ ଥିଲେ ମଧ୍ୟ ଅବହେଳା ଓ ନିରୁସତ୍ାହିତ ହୋଇ କୌଣସି କାମ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଯାହାଙ୍କଠାରୁ ଯାହା ପାଇବାର ଆଶା ରଖିଥିଲେ, ନ ପାଇ କ୍ଷୁବ୍ଧ ହୋଇ ପାରନ୍ତି। ଜମିଜମା, ଆଇନ, ଅଦାଲତ, ପରିବହନ ପାଇଁ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସୁଖରେ କଟିବ।
ଧନୁ
ଧନୁ
ଧୈର୍ଯ୍ୟଧରିଲେ ସମସ୍ୟାର ସରଳ ସମାଧାନରେ ସମର୍ଥ ହେବେ। ମୁହଁଖୋଲି କହିପାରିଲେ ସହକର୍ମୀ କିମ୍ବା ଆମତ୍ୀୟଙ୍କ ସହଯୋଗର ଅଭାବ ରହିବ ନାହିଁ। ଅଫିସରଙ୍କ ସମ୍ମୁଖରେ ମନର ଭାବ ପ୍ରକାଶରେ ଶଙ୍କା କରି ମନସ୍ତାପ କରିବେ। ପୂର୍ବାଷାଢା ନକ୍ଷତ୍ର ପରିବାରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ଉତ୍ତରାଷାଢା ନକ୍ଷତ୍ର ସକାଶେ ନିନ୍ଦୁକମାନେ କୁତ୍ସାରଟନା କରିବେ। ସାଧାରଣ କଥାରୁ ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ, ବନ୍ଧୁ ଗହଣରେ ଶ୍ରଦ୍ଧା ଓ ସମ୍ମାନ ପାଇ ସାମୟିକ ଦୁଃଖକୁ ଭୁଲିଯିବେ। ଅର୍ଥ ସମ୍ପର୍କରୁ, ସେବା ଓ ପରୋପକାର ହେତୁ କିମ୍ବା ସାମାଜିକ ସ୍ତରରେ ପ୍ରଶଂସା ପାଇ ଖୁସି ରହିବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ରର ଅର୍ଥର ଅଭାବ, ଋଣ କିମ୍ବା ପୂର୍ବର ଶତ୍ରୁତାକୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବୈବାହିକ ପ୍ରସ୍ତାବ ସ୍ଥିରୀକୃତ ହେବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। କେତେକ ଅସୁବିଧାରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇପାରନ୍ତି।
ମୀନମୀନ
ଉତ୍ତରଭାଦ୍ରବ ନକ୍ଷତ୍ରର ଆଜି ଆର୍ଥିକ ଦୃଷ୍ଟି କୋଣରୁ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?