Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଗୁରୁଙ୍କ କୃପାରୁ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ତଥା କର୍ମାରମ୍ଭ ପ୍ରଭୃତିରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ରବି ଧନଭାବସ୍ଥ ହେତୁ ବନ୍ଧୁ କିମ୍ବା ସହକର୍ମୀଙ୍କ ସହୃଦୟତା ପାଇବାରେ ସାହାଯ୍ୟ କରିବ। ଆର୍ଥିକ ଉନ୍ନତି ସହ କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଭିନ୍ନ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭ ଫଳ ପାଇବେ।
ମିଥୁନ
ମିଥୁନ
ବୁଧ ମୁଖଭାବସ୍ଥ ଯୋଗୁ ଲୋକପ୍ରିୟତା ବୃଦ୍ଧି ସହ ପାରିବାରିକ ଓ କର୍ମକ୍ଷେତ୍ରକୁ ସରସ, ସୁନ୍ଦର କରିବାରେ ସହାୟକ ହେବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ଆକସ୍ମିକ କଳହକୁ ଏଡି ହେବ ନାହିଁ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କର୍ମମୁଖର ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
କର୍ମଭାବସ୍ଥ ମଙ୍ଗଳ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମନ କଥା ମନରେ ରଖି କାମ କଲେ ଉପକୃତ ହେବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ଚନ୍ଦ୍ର ସହ କେତୁଙ୍କ ସଂଯୋଗରୁ ଦୁଃଖକୁ ବନ୍ଧୁ ସମ୍ମୁଖରେ ପ୍ରକାଶ କରି ମନ ହାଲୁକା କରିପାରନ୍ତି। ସ୍ବାସ୍ଥ୍ୟ ଉନ୍ନତି ଦିଗକୁ ଗତି କରିବା ସଙ୍ଗେ ସଙ୍ଗେ ପାରିବାରିକ ପରିସ୍ଥିତି ଭଲ ରହିବ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି। କ୍ରୀଡ଼ା, କଳା, ସଙ୍ଗୀତ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଭାଗ୍ୟସ୍ଥ ଦେବଗୁରୁ ହେତୁ ବନ୍ଧୁଙ୍କ ସୌଜନ୍ୟତା, ଉପରିସ୍ଥଙ୍କ ଅନୁକମ୍ପା, ଅର୍ଥଲାଭ ସାଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇପାରନ୍ତି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ମକଦ୍ଦମା, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଶୁକ୍ର କର୍ମଭାବରେ ଥିବାରୁ ଆଜିର ଜୀବନଯାତ୍ରା ସରସ ହେବ। ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ମୂଲ୍ୟବାନ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ରାଗିପାରନ୍ତି। ଆଲୋଚନା ପରିସରରେ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ରାଶ୍ୟାଧିପ ସହ ବୃହସ୍ପତିଙ୍କ ସୁପ୍ରଭାବରୁ ଦୀର୍ଘ ଦିନର ଅଭିଳାଷ ପୂରଣ ସକାଶେ ମାର୍ଗ ଉନ୍ମୁକ୍ତ ହେବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଅନୁରାଧା ନକ୍ଷତ୍ରର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। କଳା , ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତିରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ଚତୁର୍ଥସ୍ଥ ରାହୁଜନିତ ସମସ୍ୟା ନ ଥିଲେ ମଧ୍ୟ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି ବନ୍ଧୁ ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। କଚେରି ମାମଲା ସପକ୍ଷରେ ଯିବାର ବହୁତ ସମ୍ଭାବନା ଦେଖା ଦେଇପାରେ।
ମକର
ମକର
ରାଶି ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ହେତୁ ଶାରୀରିକ ସୁସ୍ଥତା କାମର ଉତ୍ସାହକୁ ବହୁଗୁଣିତ କରିପାରେ। ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ ସମାରୋହ ପ୍ରଭୃତିରେ ପ୍ରଶଂସିତ ହେବେ। ରପତ୍ାନି, ଧାତୁ ଅଳଙ୍କାର, ଷ୍ଟେଶନାରୀ ଓ ଯାନ୍ତ୍ରିକ ଜିନିଷ ବ୍ୟବସାୟରେ ଲାଭବାନ୍‌ ହେବେ।
କୁମ୍ଭ
କୁମ୍ଭ
ଦୁଃସ୍ଥାନସ୍ଥ ଚନ୍ଦ୍ର ଯୁକ୍ତ କେତୁ ଯୋଗୁ ଦୂରଯାତ୍ରା, ବ୍ୟୟବୃଦ୍ଧି, ପରୋକ୍ଷ ଶତ୍ରୁତା ଓ ଋଣ ପରିଶୋଧକୁ କେନ୍ଦ୍ରକରି କଳହ ଘଟିପାରେ। ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିପାରନ୍ତି। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନମୀନ

ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିଦାୟକ ମନେହେବା ସହ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଗୁରୁଙ୍କ ଦୃଷ୍ଟିରୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ଉତ୍ତର ଭାଦ୍ରପଦ ନକ୍ଷତ୍ର ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?