Posted inRasifala

ରାଶିଫଳ: ରବିବାର, ଫେବୃୟାରୀ ୧୨ ତାରିଖ – Daily Horoscope

ମେଷ
ସହକର୍ମୀଙ୍କ ଦ୍ୱାରା ଉପକୃତ ହୋଇଥିବା କାରଣରୁ ମିତ୍ରତା ସୃଷ୍ଟି ହୋଇପାରେ। ମନ ପ୍ରାୟତଃ ଏକ ପ୍ରକାର ଭଲ ରହିବ। ପରିବାରରେ ସହମତିରେ କାମ କରିବାର ପ୍ରେରଣା ପାଇବେ। ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ପରିବହନରେ ଭଲ ରୋଜଗାର ହେବ। ସାହିତ୍ୟ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।
ବୃଷ
ବୃଷ
ଆଜି ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାମାଜିକ ସ୍ତରରେ ମିତ୍ରତା ସୃଷ୍ଟି କରିପାରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟରେ ମଧ୍ୟ ରୁଚି ବଳିବ। ବିଗତ ଦିନର ବିବାଦୀୟ ଘଟଣା ସମାଧାନ ହୋଇଯିବ। କଳା, କ୍ରୀଡ଼ା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବାକୁ ପଡ଼ିପାରେ। ପ୍ରଶାସନ, ଆଇନ ଅଦାଲତ ତଥା ରାଜନୈତିକ କ୍ଷେତ୍ରରେ ଶୁଭଫଳ ପାଇବେ। ପରିସ୍ଥିତିବଶତଃ ହଠାତ୍‌ଗୁଡ଼ିଏ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହୋଇପାରନ୍ତି।
କର୍କଟ
କର୍କଟ
ନିଜ ପରିସରରେ ହଠାତ୍‌ କୌଣସି ସମସ୍ୟା ମନକୁ ବିଚଳିତ କରିପାରେ। କୌଣସି ମୂଲ୍ୟବାନ୍‌ ଜିନିଷ ଖରିଦ କରିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ। ପରିବାର ଭିତରେ ଭୁଲ୍‌ ବୁଝାମଣାରୁ କାରଣ ନଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।
ସି˚ହ
ସି˚ହ
ଆଜି ଅନାବଶ୍ୟକ ଖର୍ଚ୍ଚ, ଯାନବାହନ କିମ୍ବା ଗୃହ ମରାମତି ବାବଦରେ ଚିନ୍ତା କରିପାରନ୍ତି। ଅଟକି ରହିଯାଇଥିବା ଦୀର୍ଘଦିନର କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଜମିଜମା ବିବାଦର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ। ବ୍ୟବସାୟରେ କୌଣସି ନୂତନ ଯୋଜନା ସକାଶେ ଆଲୋଚନା କରିପାରନ୍ତି।
କନ୍ୟା
ଗତକାଲି ଯାହା ଚିନ୍ତା କରିଥିଲେ ଆଜି ସେହି ଅନୁରୂପେ କାମ କରିବାରେ ଅସୁବିଧା ହେବ ନାହିଁ। ସରକାରୀ ସ୍ତରରୁ ଋଣସୂତ୍ରରେ ଅର୍ଥଲାଭ କରିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ଅଶୋଭନୀୟ କାର୍ଯ୍ୟକଳାପ ହେତୁକ ମାନସିକ ଆଘାତ ପାଇବେ।
ତୁଳା
ତୁଳା
ନିଜର ଦୃଢ଼ତା ହେତୁ କାମଗୁଡ଼ିକ ଠିକ୍‌ ହେବ, ମାତ୍ର ଏଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜର ଆତ୍ମୀୟମାନେ ଈର୍ଷାପରାୟଣ ହୋଇପାରନ୍ତି। ସାଇତି ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି। ସାମାଜିକ ସ୍ତରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
ବିଛା
ବିଛା
ଆଜିର ଯାତ୍ରା ପାଇଁ ଦିନଟି ଭଲ ଓ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ବନ୍ଧୁଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହେବ। ସନ୍ତାନହେତୁକ ଚିନ୍ତା ଦୂର ହେବ।
ଧନୁ
ଧନୁ
ଆଜି ପୂର୍ବ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ। ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ଅଭାବ, ଅସୁବିଧା ଓ ମନର ଦୁଃଖକୁ ସହକର୍ମୀଟି ବୁଝିପାରିବ ନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମକର
ମକର
ଆଜି ଖୁସି ମନରେ କାମ କରିବେ ଏବଂ ପ୍ରତ୍ୟେକ କାମ ଠିକ୍‌ ଚାଲିବ। ଆବଶ୍ୟକୀୟ ଜିନିଷ ପାଇଁ ବେଶୀ ହଇରାଣ ହେବାକୁ ପଡ଼ିବ ନାହିଁ। ଆରମ୍ଭ କରିବାକୁ ଯାଉଥିବା କାର୍ଯ୍ୟ ହାସଲରେ ବାଧା ସୃଷ୍ଟି ହେବାରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ତଥାପି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବରେ ହେବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ଏଣେ ଅଭାବ, ଋଣବାଡ଼ି। ତେଣେ ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ମଧ୍ୟ ଭଲ ରହିବ ନାହିଁ। ଅଫିସରେ ପ୍ରିୟ କଥା କହି ଝୁଲା ଅବସ୍ଥାରେ ରହିଥିବା ସମସ୍ୟାକୁ ସୁଧାରି ନେବେ। ସାମାଜିକ ସ୍ତରରେ କିଛିଟା ଉପକୃତ ହୋଇପାରନ୍ତି।
ମୀନମୀନ
ବହୁତ ଚେଷ୍ଟା କରି ସମସ୍ୟା ସମାଧାନ ହେତୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ବାସ୍ତବରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ସେପରି କିଛି ହେବନି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?