Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରର କାର୍ଯ୍ୟଟି ଯଥାବିଧି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବାରେ ବ୍ୟତିକ୍ରମ ରହିବ ନାହିଁ। ବନ୍ଧୁଙ୍କ ସହ ମଧୁର ସ୍ମୃତିର ସୁମଧୁର ଅନୁଭୂତି ନେଇ ଦିନଟି ବିତାଇବେ। ଗୃହ, ଭୂମି, ଗାଡ଼ିମୋଟର ଓ ସହକର୍ମୀଙ୍କ ସାହାଯ୍ୟ ପ୍ରଭୃତି ପାଇବାରେ ଅସୁବିଧା ହେବ ନାହିଁ। ପିଲାଙ୍କ ବିବାହ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ।
ବୃଷ
ବୃଷ
ଦ୍ୱିଜା ନକ୍ଷତ୍ର କାର୍ଯ୍ୟସିଦ୍ଧି ସହ ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍‌କୁ ହଠାତ୍‌ ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହେବେ। ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ଉତ୍ତେଜନା ଲାଗି ରହିବ। ତଥାପି ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। କୌଣସି ପ୍ରକାର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ର ଯେଉଁ ଆଶା ନେଇ କାମ କରିବେ କିଛି ପାଇବେ ନାହିଁ। ଅବଶ୍ୟ ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ । ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ମଘା ନକ୍ଷତ୍ରର ଗତକାଲିର ଘଟଣା ବିଷୟରେ ଚିନ୍ତା କରି ମନରେ ସରସତା ରହି ନ ପାରେ। ଈର୍ଷାପରାୟଣ ନିକଟସ୍ଥ ବନ୍ଧୁବର୍ଗ କିମ୍ବା ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ, ସତର୍କ ନ ରହିଲେ ଆଘାତ ଲାଗିପାରେ । ପରିବହନ, ନିର୍ମାଣ, ବ୍ୟବସାୟ ସକାଶେ ଦିନଟି ଭଲ ।
କନ୍ୟା
ଚିତ୍ରା ନକ୍ଷତ୍ର ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ଲଢେଇ କରି ନିଶ୍ଚୟ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଶ୍ରମଜନିତ ଅନିଦ୍ରା ହେତୁକ ଜ୍ୱର ଓ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ପାଇଁ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ବୁଧ ଓ ଶୁକ୍ରଙ୍କ ପ୍ରଭାବରୁ ଆଜି ଆପଣଙ୍କ ବାକ୍‌ପଟୁତାରେ ବନ୍ଧୁମାନେ ପ୍ରଶଂସାରେ ଶତମୁଖ ହେବେ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ରୋଗ, ଋଣରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି।
ଧନୁ
ଧନୁ
ମୂଳା ନକ୍ଷତ୍ର ପାଇଁ ଆଜି ଘରର ପରିସ୍ଥିତି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ତଥାପି ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିବହନରେ ଝଗଡାର ଆଶଙ୍କାକୁ ଏଡ଼ିହେବ ନାହିଁ। ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ଧନିଷ୍ଠା ନକ୍ଷତ୍ର ସାମାନ୍ୟ ବିଳମ୍ବ ଓ ଘାତପ୍ରତିଘାତ ଦେଇ ଆଜିର ଜୀବନଯାତ୍ରା ଅତିବାହିତ କରିବେ। ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଦୁଃଶ୍ଚିନ୍ତା ସୃଷ୍ଟି ହେବ ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ସକାଶେ ଉପରିସ୍ଥଙ୍କ ଅନୁକମ୍ପାରୁ ସହଯୋଗ ପାଇ କେତେକ କାମ ହାସଲ କରିବେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାକୁ ନେଇ ମାନସିକ ଆଶ୍ୱସ୍ତି ଲାଭ କରିବେ। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ ।
ମୀନମୀନ
ଉତ୍ତର ଭାଦ୍ରବ ସକାଶେ ପ୍ରତିକୂଳ ପରିବେଶର କୁପ୍ରଭାବରୁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଅଫିସ୍‌ କାମରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ନିଜଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?