Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ
ଆଜିର ବଳକାକାମଗୁଡିକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୁତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ, କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ବୃଷ
ବୃଷ
ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ। ପାରିବାରିକ କ୍ଷେତ୍ରରେ ସଂପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇ ପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଛି ଓ ରହିବ। କୈାଣସି ପଦେକ୍ଷପ ନେଲେ ଝାମେଲା ବଢି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଫିସରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସ୍ବାସ୍ଥ୍ୟ ସମସ୍ୟା ଅନେକାଂଶରେ ସୁସ୍ଥତା ଦିଗକୁ ଗତି କରିବ।
କର୍କଟ
କର୍କଟ
ପୂର୍ବରାଗ ଶୁଝାଇବାକୁ ଯାଇ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିବାର ସୁଚନା ରହିଛି। ଘର କଥାରେ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରି ବନ୍ଧୁ ଗହଣରେ ଚର୍ଚ୍ଚାରେ ରହିବେ।
ସି˚ହ
ସି˚ହ
ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ଏକ ପ୍ରକାର ମନ ହାଲୁକା ହୋଇଯିବ। କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ। ବାଧ୍ୟବାଧକତାରେ ଇଚ୍ଛା ନଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କଳା, ସାହିତ୍ୟ, ସଂଗଠନ, ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା
ଦୈନନ୍ଦିନ ଜୀବନଯାତ୍ରାରେ ବୁଝିବିଚାରି କାମ ନ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ବିରକ୍ତି ହେବେ। ଆଜି ସୁଦ୍ଧା ପାଇ ନ ଥିବା ଜିନିଷଟି ପାଇ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ଉକତ୍ଟ ହେବ ନାହିଁ।
ତୁଳା
ତୁଳା
ପିଲା ମାନଙ୍କର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ଦିନରୁ ରହିଥିବା ସମସ୍ୟାର ସମଧାନ ହୋଇଯିବ। ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ ଫଳରେ ଦୂରଯାତ୍ରା କରିବାକୁ ପଡିପାରେ।
ବିଛା
ବିଛା
ଦୀର୍ଘଦିନ ହେଲା ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ଉଠାଇପାରେ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ। ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କିଛି ଗୁପ୍ତକଥା, କଳାଧନ, କଚେରୀ ମାମଲା ସମ୍ପର୍କୀୟ ଅଯଥା ଚିନ୍ତା କରି ପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରି ପାରନ୍ତି । ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ।
ମକର
ମକର
ଖର୍ଚ୍ଚାନ୍ତ ହେଲେ ମଧ୍ୟ କାମ ଅଟକିବ ନାହିଁ। କମ୍‌ ସମୟରେ ତାହା ସମ୍ପନ୍ନ ହୋଇ ପାରିବ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମ ସହଜରେ ହାସଲ କରିବେ।
କୁମ୍ଭ
କୁମ୍ଭ
ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବାର ସୂଚନା ରହିଛି ଏଣୁ ସତର୍କ ରହିବା ଭଲ। କଠିନଶ୍ରମ ଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡା, ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ
ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri