Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ରହିଥିଲେ ମଧ୍ୟ ସରକାରୀସ୍ତରରୁ ସାହାଯ୍ୟ ସମ୍ଭାବନା ରହିଛି। ଅପ୍ରିୟ ସତ୍ୟ ଭାଷଣଜନିତ ବନ୍ଧୁ ସମ୍ପର୍କରେ ନ୍ୟୁନତା ଦେଖାଦେଇପାରେ। କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ବୃଷ
ବୃଷ
ଶୁକ୍ର ଉପଚୟାଧିପତି ଚନ୍ଦ୍ରଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟରେ ଅବନତି ଘଟିବ। ରବିଙ୍କ ଦୁର୍ବଳତା ପାରିବାରିକ ଆବଶ୍ୟକତା ପୂରଣ ପାଇଁ ଚିନ୍ତିତ କରାଇପାରେ। ପ୍ରତିବନ୍ଧକ ହଟାଇବା ସକାଶେ ବନ୍ଧୁଙ୍କ ସହଯୋଗ ଆବଶ୍ୟକ କରିବେ। ସାମାଜିକସ୍ତରରେ ସମ୍ମାନ ପାଇବେ ଓ ଚେଷ୍ଟା କରୁଥିବା କାମରେ ସାମାନ୍ୟ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ତୃତୀୟାଧିପଙ୍କ ବଳହୀନତା କାରଣରୁ ବନ୍ଧୁମାନେ ଦୂରେଇ ରହୁଥିଲେ ମଧ୍ୟ ଠିକ୍‌ ସମୟରେ ସାହାଯ୍ୟ କରିବେ। ପଡ଼ୋଶୀମାନେ ଆନୁଷଙ୍ଗିକ ପ୍ରେରଣା ଯୋଗାଇପାରନ୍ତି। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଅଫିସିଆଲି କାମରେ ତର୍କ ଓ ବିବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ସହ ଶନିଙ୍କ ଷଡ଼ାଷ୍ଟକ ସ୍ଥିତି ରହିଥିବାରୁ ଏକାଧାରରେ ଦୈହିକ ଓ ମାନସିକସ୍ଥିତି ଭଲ ରହିବ ନାହିଁ। ଯିଏ ଯାହା କହିଲେ ଟିକିଏ ଟିକିଏ କଥାରେ ଚିଡ଼ିଚିଡ଼ି କିମ୍ବା ବିରକ୍ତି ଲାଗିବ। ଅନ୍ୟମାନଙ୍କ କଥାକୁ ଭିନ୍ନାର୍ଥରେ ଗ୍ରହଣକରି ଅଶାନ୍ତ ରହିପାରନ୍ତି। ଅର୍ଥ ସମ୍ପର୍କ, ସହକର୍ମୀଙ୍କ ସହଯୋଗ, ଉପରିସ୍ଥଙ୍କ ସହ ଆଲୋଚନାଦି ମନ୍ଦ ହେବନାହିଁ।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ନୀଚସ୍ଥ ରବିଜନିତ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟା ମୁଣ୍ଡଟେକିବ। ପାରିବାରିକ ସ୍ତରରୁ କୌଣସି ବିଭ୍ରାନ୍ତିକର ଖବର ଅସ୍ଥିରତାର କାରଣ ହୋଇପାରେ। ସମ୍ପର୍କୀୟଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
କନ୍ୟା
ଶୁଭଗ୍ରହ ପ୍ରଭାବରେ କାମ ହାସଲର ଲକ୍ଷ୍ୟନେଇ ଅନ୍ୟମାନଙ୍କୁ ମନେଇବାରେ ସଫଳ ହେବେ। ଆର୍ଥିକ ଦିଗଟି ଭଲ ରହିବା କାରଣରୁ କୌଣସି କାମ ଅଟକିବ ନାହିଁ। ସାଧାରଣ କଥାରେ କ୍ରୋଧିତ ହେଲେ ପରିସ୍ଥିତି ବିଗିଡିଯାଇ ପାରେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଠିକ୍‌ ହେବନି।
ତୁଳା
ତୁଳା
ପରିସ୍ଥିତିକୁ ଦେଖି କାମ କରି ଜାଣିଲେ କୌଣସି ଅସୁବିଧା ହେବନାହିଁ। ପାପଗ୍ରହଯୁକ୍ତ ମଙ୍ଗଳ ଯୋଗୁ ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚଜନିତ ମନସ୍ତାପ କରିପାରନ୍ତି। ଠିକ୍‌ କଥା ବନ୍ଧୁମାନଙ୍କୁ ଖୁସି କରାଇବା ବଦଳରେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଅଷ୍ଟମାଧିପତି ରାଶିରେ ରହିଥିବାରୁ ଅତୀତର ବିବାଦୀୟ କଥା ଆଜିର ମୁଖ୍ୟଚିନ୍ତା ହୋଇପାରେ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ସାଙ୍ଗସାଥୀମାନଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
ଧନୁ
ଯାହା ଚିନ୍ତା କରୁଥିବେ ତାହାର ଓଲଟା କାମ ମନକୁ ଭାରାକ୍ରାନ୍ତ କରିବ। ମନ ମୋହିଲାଭଳି କଥା ଓ ସୁନ୍ଦର ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଆତ୍ମୀୟମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିପାରନ୍ତି।
ମକର
ମକର
ଭାଗ୍ୟସ୍ଥାନରେ ଶୁକ୍ର ଓ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ଶୁଭଦାୟକ ହେବ। ବହୁତଦିନରୁ ଦେଖିନଥିବା ବନ୍ଧୁ କିମ୍ବା କଥା କହୁନଥିବା ଅନ୍ତରଙ୍ଗଟି ପାଇଁ ମନ ଛଟପଟ ହୋଇପାରେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ, ସାମ୍ବାଦିକତାରେ କୌଣସି ଅସୁବିଧା ହେବନାହିଁ। ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରୁ ଆନନ୍ଦ ପାଇବେ।
କୁମ୍ଭ
କୁମ୍ଭ
କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଚିନ୍ତା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁନାହଁ।
ମୀନମୀନ

କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଆପଣଙ୍କୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅଫିସ୍‌ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମାନସିକ ସୁସ୍ଥତା ରହିବ ନାହିଁ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?