Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ବିଭିନ୍ନ ପାରିବାରିକ ସମସ୍ୟା ଓ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରାରେ ଅସାବଧାନତା କାରଣରୁ କିଛି ହରାଇବାକୁ ପଡ଼ିପାରେ। ରଚନାତ୍ମକ କାମ, ଆନୁଷ୍ଠାନିକ କାମ, ବନ୍ଧୁମାନଙ୍କ ସହ ଆଲୋଚନାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ଶାରୀରିକ ଅସୁସ୍ଥତା ସାଙ୍ଗକୁ ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
ଆଜି ପ୍ରତ୍ୟକ ସ୍ତରରେ ଭାବିଚିନ୍ତି କାମ କରିବା ଭଲ। କର୍ମକ୍ଷେତ୍ରରେ ଜିଦ୍‌ରେ ରହିବା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଚୁକ୍ତିପତ୍ର, ଜମିଜମା, ଆନୁଷ୍ଠାନିକ କାମରେ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ସମ୍ପର୍କୀୟ ଜଣେ ସାହାଯ୍ୟ ଦେବା ପାଇଁ ଅନୁରୋଧ କରିବେ।
କର୍କଟ
କର୍କଟ
ପାରିବାରିକ କ୍ଷେତ୍ରକୁ ବିପଦସଂକୁଳ କରିପାରନ୍ତି। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା ଓ ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ସ୍ବାସ୍ଥ୍ୟ ସମସ୍ୟା, ଅଭିମାନ କରିଥିବା ସନ୍ତାନ ସକାଶେ ସାମୟିକ ମନରେ ଭାବାନ୍ତର ସୃଷ୍ଟି ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ବ୍ୟବସାୟିକ କ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକସଂପର୍କ ବୃଦ୍ଧି ପାଇବ। ଆପଣଙ୍କ କାର୍ଯ୍ୟଦକ୍ଷତା ଓ କଥନଶୈଳୀରୁ ପ୍ରଶଂସିତ ହେବେ। ସଭାସମିତିରେ ତଥା ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଆତ୍ମୀୟଙ୍କ ସହଯୋଗରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ମାଲିମକଦ୍ଦମା, ଜମିଜମା ସମସ୍ୟା ସମାଧାନ ଦିଗକୁ ମୁହାଁଇପାରେ।
ବିଛା
ବିଛା
ସତର୍କତା ଅଭାବରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବୈବାହିକ କର୍ମ ସମ୍ପାଦନ ପାଇଁ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିପାରନ୍ତି। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିବାକୁ ପଡ଼ିବ। ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। ଆତ୍ମୀୟମାନଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ସୃଷ୍ଟି ହେବ। ଅଭିମାନ କରି ରହିଥିବା ବନ୍ଧୁଙ୍କୁ ମନବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ପାଇ ମନ ଖୁସି ହୋଇଯିବ। ରାଜନୀତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ
ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri