Odisha Elections 2024
Posted inRasifala

ରାଶିଫଳ: ଶନିବାର, ମେ ୧୧ ତାରିଖ – Daily Horoscope

ମେଷ
ଆଜିର ତୃତୀୟ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାମକୁ ସମ୍ପନ୍ନ କରିବେ। ବାଣିଜ୍ୟ, ବ୍ୟବସାୟ ପାଇଁ ସହମତିରେ କାମ କରିବାର ପ୍ରେରଣା ମିଳିବ। ସାମାଜିକ ସ୍ତରରେ ପରୋପକାର ଓ ସେବାମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।
ବୃଷ
ବୃଷ
ଆପଣ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଚନ୍ଦ୍ରଙ୍କ ଶୁଭତ୍ୱରୁ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ରହିଛି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ମନୋରନ କାର୍ଯ୍ୟରେ ରୁଚି ବଳିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କଳା, କ୍ରୀଡ଼ା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ରାଶ୍ୟାଧିପ ଏକାଦଶସ୍ଥ ରବିଙ୍କ ସଂଯୋଗରୁ ଆଜି ଅନ୍ୟମାନଙ୍କୁ ସୁହାଇଲା ଭଳି କାମ କରି ପ୍ରଶଂସିତ ହେବେ। ରାଜନୀତି, ସଂଗଠନ, ପ୍ରଶାସନ, ଆଇନ, ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଶନି ଦୃଷ୍ଟିରେ ରାଶ୍ୟାଧିପତି ରହିଥିବାରୁ ସ୍ବାସ୍ଥ୍ୟରେ ଅବନ୍ନତି ହୋଇପାରେ। ସଙ୍ଗଦୋଷ ସକାଶେ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଚନ୍ଦ୍ର ଓ ବୁଧଙ୍କ ସ୍ଥିତିରୁ ପ୍ରତ୍ୟେକ ସମସ୍ୟାକୁ ମୁକାବିଲା କରିବାରେ ସଂଘର୍ଷମୟ ସ୍ଥିତି ଉପୁଜିବ। ପାରିବାରିକ କ୍ଷେତ୍ରରେ କୈାଣସି ସଂକଟଜନକ ସ୍ଥିତି ମନକୁ ବିଚଳିତ କରିପାରେ। ଯେଉଁ ପରିମାଣରେ ଡରୁଥିବେ ସେପରି କିଛି ହେବ ନାହିଁ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଟାନିକ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ରବି ନବମରେ ଓ ଚନ୍ଦ୍ର ଏକାଦଶରେ ରହିଥିବାରୁ ବୈଷମ୍ୟତାରେ ସାମ୍ୟତା ଆଣିବାରେ ସଫଳ ହେବେ। ପାରିବାରିକ ଖର୍ଚ୍ଚ, ପରିବହନରେ କ୍ଷତି, ଗୃହମରାମତି ବାବଦରେ ଚିନ୍ତିତ ରହିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ କୈାଣସି ଅସୁବିଧା ନହୋଇପାରେ।
କନ୍ୟା
କର୍ମସ୍ଥାନରେ ଚନ୍ଦ୍ର ପାରିବାରିକ ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରି ରଖିବେ। କିନ୍ତୁ ବୁଧ ଅଷ୍ଟମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦୁଃଶ୍ଚିନ୍ତାର କାରଣ ହେବ। ଯେକୌଣସି ସମସ୍ୟା ସମାଧାନ ପାଇଁ ଯନତ୍ବାନ କରାଇ ପାରନ୍ତି। ବିରକ୍ତିଭାବ ଏବଂ କଠୋର ବାକ୍ୟାଳାପରୁ କାମଗୁଡିକ ସଂପୂର୍ଣ୍ଣ ହେବା ସକାଶେ ବ୍ୟସ୍ତତା ବଢିପାରେ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଭଲ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସହକର୍ମୀ ମାନଙ୍କ ସହ ସତର୍କରେ ଚଳନ୍ତୁ ନତୁବା ଅଫିସରେ ବିବାଦ ଘେରରେ ପଡି ପାରନ୍ତି। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ହୋଟେଲ, ଛୋଟ ଦୋକାନୀ, ଢାବା ମାଲିକ, କଳା, କାରିଗରୀ ଦିଗରୁ ଦିନଟି ବହୁତ ଭଲ।
ବିଛା
ବିଛା
ଚନ୍ଦ୍ର ଅଷ୍ଟମସ୍ଥ ଯୋଗୁ ଅଭାବ ନ ଥିଲେ ମଧ୍ୟ କାମ ମନ ଅନୁଅନୁଯାୟୀ ନ ହେବାରୁ ଦୁଃଖିତ ହେବେ। ଆମଦାନୀ କାରବାର, ପ୍ରଶାସନ, ପ୍ରକାଶନ ତଥା ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହିଁ । ବ୍ୟବସାୟରେ ଉନ୍ନତି ସହ ଜମିଜମା ସମ୍ପର୍କୀୟ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ। କଳା, ସାହିତ୍ୟ, ସଙ୍ଗୀତ ମାଧ୍ୟମରେ ଲୋକପ୍ରିୟତା ବୃଦ୍ଧି ପାଇବ।
ଧନୁ
ଧନୁ
ଆଜିର ଜୀବନଚର୍ଯ୍ୟା ଗ୍ରହ ପ୍ରତିକୂଳତାରୁ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ। ବନ୍ଧୁ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାର ଉପକ୍ରମ କରିପାରନ୍ତି। ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବେ ଏବଂ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମକର
ମକର
ସପ୍ତମାଧିପତି ଷଷ୍ଠସ୍ଥ ଯୋଗୁ ପରିବାରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ରାହୁ ସହ ମଙ୍ଗଳଙ୍କ ଯୋଗରୁ ଆବଶ୍ୟକୀୟ ଜିନିଷ ପାଇଁ ବେଶୀ ହଇରାଣ ହେବାକୁ ପଡିବ ନାହିଁ। ଅଫିସ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିରୁ ସ୍ବାସ୍ଥ୍ୟ ଠିକ୍‌ ରହିଲେ ମଧ୍ୟ ସନ୍ତାନଙ୍କ ସମସ୍ୟା ଦୁଃଶ୍ଚିନ୍ତାର କାରଣ ହେବ। ଏଣେ ମନ ଚାହୁଁଥିବ ଗୋଟିଏ କଥାତ ପରିସ୍ଥିତିରେ ପଡି ଓଲଟା କାମ କରିବେ। ଅଭାବ, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ଶତଭିଷାର ମନ ଭଲ ରହିବ ନାହିଁ। ସତ୍‌ସଙ୍ଗ ପ୍ରତି ମନ ବଳିବା ସହ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ

ଆଜିର ଗ୍ରହସ୍ଥିତି ପ୍ରଭାବରେ କାର୍ଯ୍ୟ ହାସଲରେ ସମର୍ଥ ହେବେ। ପୂର୍ବଭାଦ୍ର ନକ୍ଷତ୍ର ଅର୍ଥନୈତିକ ସମସ୍ୟା ସଙ୍ଗକୁ ସତ୍ୟ ଭାଷଣ ସମସ୍ତ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବରା ସୂଚନା ମଧ୍ୟ ରହିଛି। ସୁଖଦଭ୍ର୍ରମଣ, ବନ୍ଧୁମିଳନ ଏବଂ ଆନୁଷ୍ଠାନିକ କାମ ସହ ଆଜିର ଯାତ୍ରା ମଧ୍ୟ ପ୍ରୀତିପ୍ରଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୨୧ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବ୍ୟବସାୟରେ ସୁଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ଓ ପାରିବାରିକ ଦିଗଟି ଭଲ ରହିବ ଏବଂ...

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ...

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ...

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା...

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ...

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର...

ରାଶିଫଳ: ମଙ୍ଗଳବାର, ମେ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri