Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୧୧ ତାରିଖ – Daily Horoscope

ମେଷ
ଦୀର୍ଘଦିନର ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଦିଗ୍‌ଦର୍ଶନ କାମ ଦେବ। କୃତ୍ତିକା ନକ୍ଷତ୍ର ସକାଶେ ସମ୍ପର୍କୀୟମାନେ ପାଖ ମାଡ଼ି ନ ପାରନ୍ତି। ଧାରକରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରି ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଏବଂ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇଁ ଆଲୋଚନା କରିବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ଯେଉଁ କାମକୁ ଆରମ୍ଭ କରିବେ ତାହା ଅବଶ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ଧାତୁ, ଅଳଙ୍କାର କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିପାରେ। ଗୃହସଜ୍ଜା, ନିର୍ମାଣ, ଦୋକାନ, ଆଇନ ଅଦାଲତ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରୁ ସୁଫଳ ପାଇବେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ରର ଆକସ୍ମିକ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପିଲା ମାନଙ୍କ ଆଚରଣରୁ ଭାବ ପ୍ରବଣାଜନିତ ଅସନ୍ତୁଷ୍ଟ ରହିବେ।
ସି˚ହ
ସି˚ହ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରକୁ ଆର୍ଥିକ ସମସ୍ୟା ସୁଧୁରି ଯିବାରେ ପଡ଼ୋଶୀ ସହାୟତା କରିବେ। କର୍ମକ୍ଷେତ୍ରରେ ସହକର୍ମୀଟି ଆପଣଙ୍କ ଅସୁବିଧାକୁ ବୁଝି ସାହାଯ୍ୟ କରିବା ସକାଶେ ପ୍ରତିଶ୍ରୁତି ଦେଇପାରେ। କର୍ମଜଞ୍ଜାଳ ବୃଦ୍ଧି ହେତୁ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ଭୁଲ୍‌ ବୁଝାମଣା ହେତୁ କଳହ ଲାଗି ରହିବ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ସଭା ସମିତିରେ ସମସ୍ୟା ସମାଧାନ ହେବ। ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ। ପରିବାରର ଆବଶ୍ୟକତା ବୃଦ୍ଧି ପାଇବା କାରଣରୁ ଆର୍ଥିକ ସଂକଟ ମଧ୍ୟରେ ଗତି କରିବେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ନିର୍ମାଣ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ। ବନ୍ଧୁମାନେ ଆଗଭଳି ଭଲ ମନୋଭାବ ନ ଥିବା ଅନୁଭବ କରିପାରନ୍ତି।
ବିଛା
ବିଛା
ଶନିଙ୍କ ପ୍ରଭାବରୁ ଅଧିକାଂଶ ସମୟରେ ଡିପ୍ରେସନ ଲାଗି ରହିବ। ଅନୁରାଧା ନକ୍ଷତ୍ର ଉତ୍ସାହ ନ ଥାଇ ପରିସ୍ଥିତିବଶତଃ ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
ପ୍ରତ୍ୟେକ କାମ ସମ୍ପନ୍ନରେ ସଫଳ ହେବେ କିନ୍ତୁ ପ୍ରତିବନ୍ଧକ ପିଛା ଛାଡ଼ିବ ନାହିଁ। ପରିବହନ କ୍ଷେତ୍ରରେ, ଆଲୋଚନା ପରିସରରେ, ସଭାସମିତିରେ ସ୍ଥଗିତ କାମ ପୂରା କରିବେ। ପୂର୍ବଷାଢ଼ା ନକ୍ଷତ୍ର ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବକେୟା ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମକର
ମକର
ପୂର୍ବ ସ୍ଥିରୀକୃତ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଶ୍ରବଣା ନକ୍ଷତ୍ର ଆନୁଷ୍ଠାନିକ କାମର, ବ୍ୟବସାୟ ଓ ପରିବହନରୁ ଖୁସି ରହିବେ। ମାଲିମକଦ୍ଦମା, କ୍ରୀଡ଼ା, ପ୍ରେସ୍‌ ଓ ପବ୍ଲିକେଶନ ତଥା ଆର୍ଥିକ ଦିଗରୁ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ମାନସିକ ଚାପ ବୃଦ୍ଧି କାରଣରୁ ଅଫିସରେ ସୁବିଧାରେ କାମ ହାସଲ କଷ୍ଟକର ହେବ। ପୂର୍ବଭାଦ୍ରବ ନକ୍ଷତ୍ର ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ। ପରିବାରରେ ବୁଝାମଣା ଠିକ୍‌ ରହିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରହେବ।
ମୀନମୀନ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସଂପନ୍ନରେ ଅସୁବିଧା ହେବ ନାହିଁ। ରେବତୀ ନକ୍ଷତ୍ରର ପାରସ୍ପରିକ ମତାନ୍ତରଜନିତ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ ଓ ବନ୍ଧୁ ମିଳନରୁ ଖୁସି ହେବେ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶାନୁରୂପ ଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?