Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ କୁପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବା ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡ଼ା ପରିସ୍ଥିତି ମାନସିକ ସ୍ଥିତିକୁ ଶିଥିଳ କରିପାରେ। ପ୍ରିୟଜନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଭ୍ରମଣ ପାଇଁ ମନ ବଳାଇବେ।
ବୃଷ
ବୃଷ
ରାଶିରେ ବୃହସ୍ପତିଙ୍କ ସ୍ଥିତିବଶତଃ ଯାତ୍ରା,ମନୋରଞ୍ଜନ କାର୍ଯ୍ୟକ୍ରମ, ସୁସ୍ବାଦୁ ଭୋଜନାଦି ପ୍ରଦାନ କରି ଆନନ୍ଦ ଦାନ କରିବ। ବିଭିନ୍ନ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଅଫିସରେ ଭଲ୍‌ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିଲା ଭଳି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରେ ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଯୋଗଦେବେ। ଅଟକିଥିବା କାର୍ଯ୍ୟ ତ୍ୱରାନ୍ବିତ ସକାଶେ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସଙ୍ଗକୁ ବ୍ୟବସାୟ, ରପ୍ତାନି ବାଣିଜ୍ୟରେ ଉନ୍ନତିର ଆଶା ରହିଛି। ଶାରୀରିକ ସୁସ୍ଥତା କେତେକାଂଶରେ ବ୍ୟାହତ ହୋଇପାରେ।
କର୍କଟ
କର୍କଟ
ନବମସ୍ଥ ଚନ୍ଦ୍ର ପାପାକ୍ରାନ୍ତ ହେତୁ କୌଣସି କାମରେ ସ୍ଥିରତା ରହିବନାହିଁ। ପାରିବାରିକ ଅସ୍ଥିରତା ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗ କେତେକାଂଶରେ ମନକୁ ହାଲୁକା ରଖିବ। ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତପତ୍ରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ସାମଗ୍ରିକ ଦୃଷ୍ଟିକୋଣରୁ ଭଲ ରହିଥିବାରୁ କୌଣସି କଥା ଅପୂର୍ଣ୍ଣ ରହିବ ନାହିଁ। କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ସତର୍କ ନ ରହିଲେ ବିବାଦ ଘେରରେ ପଡ଼ିବେ। ଆର୍ଥିକ ଅନଟନ ପୂରଣ ସକାଶେ କରଜ କରିବେ।
କନ୍ୟା
କୋଣସ୍ଥାନରେ ଶୁକ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ବଦାନ୍ୟତା, ସହକର୍ମୀଙ୍କ ସହଯୋଗ ଲାଭ କରିବେ। ଆତ୍ମୀୟଙ୍କ ସହଯୋଗ ମନୋବୃତ୍ତି ଓ ପାରିବାରିକ ସହାନୁଭୂତି ମାଧ୍ୟମରେ ହର୍ଷୋତ୍‌ଫୁଲ୍ଲ ଦିନଟି ଉପଭୋଗ୍ୟ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ କିନ୍ତୁ ବନ୍ଧୁ ମେଳରେ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ର ଓ ମଙ୍ଗଳଙ୍କ ସୁପ୍ରଭାବରୁ ପଦସ୍ଥଙ୍କ ପରାମର୍ଶରେ ନୂଆ ଯୋଜନା ପ୍ରସ୍ତୁତ କରିବେ। କଠୋର ବାକ୍ୟାଳାପ ସଙ୍ଗକୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ପରିସ୍ଥିତିକୁ ସଙ୍ଗିନ କରିପାରେ। ପୈତୃକ ସମ୍ପତ୍ତି କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ସୂଚନା ରହିଛି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ଦୁର୍ବଳ ରାଶ୍ୟାଧିପଙ୍କ ଉପରେ ଶୁକ୍ରଙ୍କ ସୁପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ। ସମ୍ପର୍କୀୟଙ୍କ ସହ ସମ୍ପର୍କ ନିବିଡ଼ ହେବ, ଯାହାକି ଆପଣଙ୍କ କାମକୁ ସାହାଯ୍ୟ କରିପାରେ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢ଼ିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତ୍ୟୁଷ ଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।
ଧନୁ
ଧନୁ
ଗୁରୁଙ୍କ ଷଷ୍ଠ ସ୍ଥିତିର କୁପ୍ରଭାବଜନିତ ସ୍ବାସ୍ଥ୍ୟ ଗଡ୍‌ବଡ୍‌ ହେବା ସଙ୍ଗକୁ ମାନସିକ ଅସ୍ଥିରତା ଦେଖାଦେବ। ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ବନ୍ଧୁଙ୍କ ସହାନୁଭୂତି, ସମ୍ପର୍କୀୟଙ୍କ ସଦ୍‌ଭାବ ଊଣା ହେବନାହିଁ। ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁବର୍ଗ ଓ ପଡ଼ୋଶୀ ଭୁରିଭୁରି ପ୍ରଶଂସା କରିପାରନ୍ତି।
ମକର
ମକର
ବିଳାସକାରକ ଶୁକ୍ର ରାଶିରେ ଅବସ୍ଥାନ କରି ଦୀର୍ଘଦିନର ଅଭିଳାଷ ପୂରଣ କରିବେ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗଜନିତ ସ୍ଥଗିତ କାର୍ଯ୍ୟ ଯଥାଶୀଘ୍ର ସମ୍ପାଦନ ହେବ। ଆର୍ଥିକ ସ୍ଥିତି ସୁଧାରିବା ସକାଶେ ଯୋଜନା ପ୍ରସ୍ତୁତ କରିବେ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
ବ୍ୟୟଭାବରେ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ ମଧ୍ୟରେ ବୁଡାଇ ରଖିବା ସହ ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରେ। ଷଷ୍ଠାଧିପଙ୍କ ପ୍ରଭାବରେ ଅର୍ଥାଭାବ, ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନିଜନିତ ବ୍ୟସ୍ତତା ବଢ଼ିଯିବ। ଦୂରଯାତ୍ରା, ଜମିଜମା ବିବାଦ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମୀନମୀନ

ବକ୍ରୀ ଗୁରୁଙ୍କ ହେତୁ କର୍ମଜଞ୍ଜାଳ ପରିସର ବୃଦ୍ଧି ପାଉଥିବାରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି, ପାରିବାରିକ ସମର୍ଥନରୁ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହେବେ। ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରତି ଜାଗ୍ରତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?