Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ରାହୁ ପ୍ରଭାବରୁ ସମସ୍ୟା ବିଜଡ଼ିତ ମନ ହେତୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। ଟଙ୍କା ପଇସାକୁ କେନ୍ଦ୍ର କରି କିମ୍ବା ପର କଥା ଶୁଣି ଘରେ କଳହ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି। ଦ୍ୱିଜା ନକ୍ଷତ୍ର ସକାଶେ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ବୃଷ
ବୃଷ
ବନ୍ଧୁଙ୍କ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବ। କିନ୍ତୁ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ। ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ୍‌ ଜିନିଷ ପ୍ରାପ୍ତି ହେବ। କେତେକ ସାମାନ୍ୟ ଭୁଲରୁ ମୃଗଶିରାର କାମଗୁଡ଼ିକ ଶୃଙ୍ଖଳାରେ ନ ହୋଇ ବିଶୃଙ୍ଖଳିତ ହୋଇପାରେ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରରେ ବୃହସ୍ପତି ଯୋଗୁ କାମ ହାସଲ ସକାଶେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇପାରିବେ। ପୁରାତନ ରୋଗର ପୀଡ଼ା କ୍ରମଶଃ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ଆଜି ଅପରାହ୍ନେ ବକେୟା ଟଙ୍କା ପାଇବାର ଆଶା ଉଜ୍ଜ୍ୱଳତର ହେବ।
କର୍କଟ
କର୍କଟ
କୌଣସି କାମ କରିସାରିବା ପରେ ଭଲ-ମନ୍ଦର ବିଚାର କରି ଅସ୍ଥିର ରହିପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବାର ବହୁତ ସମ୍ଭାବନା ଅଛି।
ସି˚ହ
ସି˚ହ
ବୁଧ ଓ ଶୁକ୍ରଜନିତ କଥାବାର୍ତ୍ତାରେ ଶାଳୀନତା ଅଭାବରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ନକାରାମତ୍କ ଚିନ୍ତାଧାରା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ।
କନ୍ୟା
ଧନ ସ୍ଥାନରେ କେତୁ ଅର୍ଥହାନି ଘଟାଇ ସମସ୍ୟାରେ ପକାଇପାରନ୍ତି। କୌଣସି ବ୍ୟକ୍ତି ଫୁସୁଲା ଫୁସୁଲି କରି ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ଯୋଜନା କରିବେ। ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ। ଯାହା ଆଶା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ।
ତୁଳା
ତୁଳା
ମଙ୍ଗଳଙ୍କ ସୁଦୃଷ୍ଟିରୁ ଗୃହୋପଯୋଗୀ ଜମିଜମା କ୍ରୟ କରିପାରନ୍ତି। ଗତକାଲିର ଅସମ୍ପୂର୍ଣ୍ଣ ଘର କାମ ସାଙ୍ଗକୁ ଆଜିର ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଲକ୍ଷ୍ୟ ହାସଲ କରିବେ। ଅନ୍ୟର ଅସୁବିଧା ଦୂର ପାଇଁ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ବିଛା
ବିଛା
ଆଜି ବୁଧ ଓ ଶୁକ୍ରଙ୍କ ସୁପ୍ରଭାବରୁ ନୂତନ କର୍ମାରମ୍ଭ, ଯାନବାହନ ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଖୋଜୁଥିବା ଜିନିଷର ସନ୍ଧାନ ମିଳିଯିବ। ମାଲି ମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ।
ଧନୁ
ଧନୁ
ଶନି ମୁଖଭାବସ୍ଥ ହେତୁ ପ୍ରତ୍ୟେକ କ୍ଷେତ୍ରରେ ନୀରବତାକୁ ପ୍ରାଧାନ୍ୟ ଦେବେ। ଅଳସୁଆମି ତ୍ୟାଗକରି କାମରେ ତପତ୍ରତା ନ ଦେଖାଇଲେ ନିଜ ଲୋକଙ୍କଠାରୁ ଆସ୍ଥା ହରାଇ ବସିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନ ଆନମନା ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ, କିନ୍ତୁ ଏଥିପାଇଁ ବହୁତ ଝିନ୍‌ଝଟ୍‌ ହେବାକୁ ପଡ଼ିବ।
ମକର
ମକର
ତୃତୀୟ ବୃହସ୍ପତିଙ୍କ ସ୍ଥିତିବଶରୁ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ।
ଏଣେ ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ଅଫିସିଆଲି କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ବୃହସ୍ପତିଙ୍କ ସ୍ବଗୃହମଣ୍ଡନ ଜନିତ ସ୍ବାସ୍ଥ୍ୟ ସମସ୍ୟା କମି କମି ଆସିବ। କିନ୍ତୁ ରାହୁ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ, ଯାହାକି ଦୁଶ୍ଚିନ୍ତା ଉଦ୍ରେକ କରିବ।
ମୀନମୀନ
ରାହୁଙ୍କ କଳାକୌଶଳ ପ୍ରୟୋଗ କରି ଯାହା କାମ କରୁଥିଲେ ଆଜି ତାହା କାମକୁ ଆସିବ ନାହିଁ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଅନ୍ୟର କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?