Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଅଭିଳଷିତ କାର୍ଯ୍ୟ ସୁରୁଖୁରୁରେ ସମାପନ କରିବେ। ଟଙ୍କା ପଇସାକୁ କେନ୍ଦ୍ର କରି କିମ୍ବା ପର କଥା ଶୁଣି ଘରେ କଳହ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି। ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଓ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। କିନ୍ତୁ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ। ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ ଜିନିଷ ପ୍ରାପ୍ତି ଯୋଗ ରହିଛି।
ମିଥୁନ
ମିଥୁନ
କାର୍ଯ୍ୟ ହାସଲ କରିବା ଦିଗରେ ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇ ପାରନ୍ତି। ପୁରାତନ ରୋଗର ପୀଡ଼ା କ୍ରମଶଃ ହ୍ରାସ ପାଇପାରେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇବାର ଆଶା ଉଜ୍ଜ୍ୱଳତର ହେବ।
କର୍କଟ
କର୍କଟ
କୌଣସି କାମ କରିସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିର ରହିପାରନ୍ତି। ସନ୍ତାନଙ୍କ ସମସ୍ୟା ସମାଧାନ ସକାଶେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିପାରେ। ନିଜ ଲୋକ କେହି ହଇରାଣ କରିବାକୁ ଚେଷ୍ଟା କଲେ ହେଁ ଆପଣଙ୍କୁ କିଛି ଫରକ ପଡ଼ିବ ନାହିଁ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ସି˚ହ
ସି˚ହ
କଥାବାର୍ତ୍ତାରେ ସଂଯମତା ଓ ଶାଳୀନତା ଅଭାବରୁ କିଛିନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ ସମ୍ପର୍କୀୟ କୌଣସି ଝାମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ପାରିବାରିକ ସ୍ତରରେ ନକାରାମତ୍କ ଚିନ୍ତାଧାରା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କନ୍ୟା
କୌଣସି ବ୍ୟକ୍ତି ନିଜର ଫାଇଦା ପାଇଁ ଫନ୍ଦିଫିକର ଯୋଜନା କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ଅବହେଳାରୁ ଅନ୍ୟ ବାଟେ ବ୍ୟୟ ହୋଇଯିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ବିଳମ୍ବରେ ପାଇବେ।
ତୁଳା
ତୁଳା
ଗତକାଲିର ଅସମ୍ପୂର୍ଣ୍ଣ ଘର କାମ ସାଙ୍ଗକୁ ଆଜିର ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଲକ୍ଷ୍ୟ ହାସଲ କରିବେ। ଅନ୍ୟର ଅସୁବିଧା ଦୂର କରିବା ପାଇଁ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରକାଶନ, ପ୍ରଶାସନ, ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଆଜି କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ହାତକୁ ନେଇଥିବା କାମ ସୁବିଧାରେ ନ ହେବା କାରଣରୁ ମାନସିକ ବ୍ୟଥା ଅନୁଭବ କରିବେ। ମାଲି ମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ଧନୁ
ଧନୁ
କାମରେ ତତ୍ପରତା ନ ଦେଖାଇଲେ ନିଜ ଲୋକଙ୍କଠାରୁ ଆସ୍ଥା ହରାଇ ବସିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା ହେତୁ ମନ ଆନମନା ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ, କିନ୍ତୁ ଏଥିପାଇଁ ଝିନ୍‌ଝଟ୍‌ ହେବାକୁ ପଡିବ। ସାମାଜିକସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ମକର
ମକର
ମତଭେଦ କାରଣରୁ ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ ନାହିଁ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମ ହୋଇଯିବ। ଅଫିସିଆଲି କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାର ସଦସ୍ୟଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାକି ନିଜ ପାଇଁ କ୍ଷତିକାରକ ହେବ।
କୁମ୍ଭ
କୁମ୍ଭ
ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ, ଯାହାକି ଦୁଶ୍ଚିନ୍ତା ଉଦ୍ରେକ କରିବ।
ମୀନମୀନ
ଆଜି କିଛି ଭଲ ଓ କିଛି ମନ୍ଦର ଅନୁଭୂତିକୁ ନେଇ ଦିନଟି କଟାଇବେ। ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ୟ ଆଜି ତାହା କାମକୁ ଆସିବ ନାହିଁ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ,ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଅନ୍ୟର କଥାକୁ ସତ ମନେ କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?