Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୧ ତାରିଖ – Daily Horoscope

ମେଷ
ଆଜି ରାହୁ ଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ଗୃହ, ଭୂମି, ଗାଡିମୋଟର, ସହକର୍ମୀ ଏବଂ ଧାର କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ପିଲାଙ୍କ ବିବାହ ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟା ଦୂର ହେବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ଦୂରେଇ ଯାଇପାରନ୍ତି ।
ବୃଷ
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଗୁରୁଶୁକ୍ର ହେତୁ କର୍ମାରମ୍ଭ ସକାଶେ ପରିସ୍ଥିତି ଅନୁକୂଳ ରହିବ। ସକାଳୁ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିପାରେ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ହଠାତ୍‌ ଯିବା ସମୟକୁ ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଅଷ୍ଟମାଧିପତି ଶନି କର୍ମଭାବସ୍ଥ ଯୋଗୁ ପ୍ରତ୍ୟେକ କାମ ଧିମାଗତିରେ ଆଗକୁ ବଢିପାରେ। ଗତକାଲି ରାତ୍ରିରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ଯୋଗୁ ମନ ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି।
କର୍କଟ
କର୍କଟ
ବୁଧାଦିତ୍ୟ ଯୋଗ ରାଶିରେ ସଂଘଟିତ ହୋଇଥିବାରୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ଲାଭ କରିବେ। ଆତ୍ମୀୟଙ୍କ ପାଇଁ ଯେତେ ଭଲ କଲେ ମଧ୍ୟ ପ୍ରତିଦାନ ପାଇପାରିବେନି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ , ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
କେତୁଙ୍କ କୁପ୍ରଭାବରୁ ପାରିବାରିକ ଅଶାନ୍ତି ଯୋଗୁ ମନରେ ସରସତା ରହିବ ନାହିଁ। ନିକଟସ୍ଥ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ସତର୍କ ନ ରହିଲେ ଆଘାତ ଲାଗିପାରେ। ରଚନାତ୍ମକ କାମ, ସାହିତ୍ୟ, ସାମ୍ବାଦିକତା, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିପାରନ୍ତି ।
କନ୍ୟା
ଭାଗ୍ୟାଧିପ କର୍ମଭାବସ୍ଥ ଯୋଗୁ ସମସ୍ୟା ସମାଧାନ ପୂର୍ବକ ଅଭିଳାଷକୁ ପୂରଣ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ। ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି ।
ତୁଳା
ତୁଳା
ଗ୍ରହଙ୍କ ଶୁଭ ସମାବେଶରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ପ୍ରଶାସନିକ କାର୍ଯ୍ୟ, ସଭାସମିତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସଫଳତା ଲାଭକରିବେ। କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢିପାରେ। ସାମାଜିକ ସ୍ତରରେ ଅଗ୍ରଣୀ ହେବେ ।
ବିଛା
ବିଛା
ଚତୁର୍ଥକେନ୍ଦ୍ରସ୍ଥ ଚନ୍ଦ୍ର ପାପଗ୍ରହ ରାହୁ ଯୁକ୍ତ ଯୋଗୁ ପରିବାର ଓ କର୍ମକ୍ଷେତ୍ର ଅଶାନ୍ତ ରହିପାରେ। ଶନିଙ୍କ ଦୃଷ୍ଟି ପ୍ରଭାବରେ ସମସ୍ୟା ବିଶେଷ ଉତ୍କଟ ନ ହେବାର ସୂଚନା ରହିଛି। ବ୍ୟବସାୟ ଓ ବାଣିଜ୍ୟରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଆଶା କଷ୍ଟ ହୋଇପଡିବ।
ଧନୁ
ଧନୁ
ଆଜି ରାଶ୍ୟାଧିପତିଙ୍କ ରାଶି ପ୍ରତି ଦୃଷ୍ଟି ଯୋଗୁ ସ୍ବାସ୍ଥ୍ୟରେ ଉନ୍ନତି ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଉଲ୍ଲସିତ ହେବେ। ବିଳାସ ବ୍ୟସନ କିମ୍ବା ସଭାସମିତିରେ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବାର ସୂଚନା ରହିଛି।
ମକର
ମକର
କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି। କେତେକ ଅନାକାଂକ୍ଷିତ ପ୍ରତିବନ୍ଧକରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ ।
କୁମ୍ଭ
କୁମ୍ଭ
ରାଶିରେ ରାହୁଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ଚେଷ୍ଟା କରୁଥିବା କାମରେ ପରିବାରରୁ ସହଯୋଗ ପାଇବେ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଦିଗରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟାକଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ।
ମୀନମୀନ

ଶନିଙ୍କ ପ୍ରଭାବରେ ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ। ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ଥିରତା ହରାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?